ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ପ୍ରେମାନନ୍ଦ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

BJD PhotoOR

ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ

Tapaswini Nayak
  • Published: Friday, 09 February 2024
  • Updated: 09 February 2024, 12:30 PM IST

Sports

Latest News

ବିଜେଡିରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ପ୍ରେମାନନ୍ଦ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଗତ ଅକ୍ଟୋବରରୁ ପ୍ରେମାନନ୍ଦ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକଙ୍କୁ ଇ-ମେଲ ଦ୍ୱାରା ଇସ୍ତଫା ପତ୍ର ଦେଇଥିଲେ ।

Also Read

ତେବେ ବିଜେଡି ଦଳରୁ ଇସ୍ତଫା ଦେବା ନେଇ ପ୍ରେମାନନ୍ଦ କହିଛନ୍ତି, ଏପରି ସମୟ ଆସିଲା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ଆମକୁ ମିଳିଲା ନାହିଁ। ମୁଁ ମନ୍ତ୍ରୀ ଥିଲାବେଳେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ମିଳିଲା ନାହିଁ। ନିଜର ସମସ୍ୟା ଓ ଅଞ୍ଚଳରେ ଥିବା ଛୋଟବଡ଼ ସମସ୍ୟା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିଲୁ ନାହିଁ।

ସେ ଆହୁରି କହିଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜଣେ ବ୍ୟକ୍ତିକୁ ଅଣାଯାଇ ବିଜେଡି ଦଳରେ ମିଶାଗଲା। ଯେ ପୂର୍ବରୁ କଂଗ୍ରେସରୁ ଓ ବିଜେପିରୁ ଟିକେଟ ପାଇ ଦୁଇ ଦୁଇ ଥର ତେଲକୋଇରେ ଠିଆ ହୋଇଥିଲେ ଓ ନିର୍ବାଚନରେ ହାରିଥିଲେ। ଦଳ ଆରମ୍ଭ ହେବା ଦିନଠୁ ତେଲକୋଇରେ ବିଜେଡି ଜିତି ଆସୁଛି। ପଞ୍ଚାତୟରେ ନିର୍ବାଚନ ପୂର୍ବରୁ ହଠାତ୍ ଜଣଙ୍କୁ ଆଣି ଦଳରେ ମିଶାଇବା ମାନେ କ’ଣ ଥିଲା? ଯାହା ଫଳରେ ନିର୍ବାଚନ ମଣ୍ଡଳିରେ ଦଳର ଏକ ସମାନ୍ତରଳ ଗୋଷ୍ଠୀ ତିଆରି ହୋଇଥିଲା।। ଏହାସହ ଦଳରେ ମଧ୍ୟ ଫାଟ ସୃଷ୍ଟି ହେବା ସହ  ବିଶୃଙ୍ଖଳା ଦେଖାଯାଇଥିଲା। ଏହି ବିଷୟରେ ଜଣାଇଥିଲେ ମଧ୍ୟ ମୋ କଥା ଶୁଣାଗଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ଚାହିଁଥିଲେ ମଧ୍ୟ ମୋତେ ସୁଯୋଗ ମିଳିଲା ନାହିଁ।  

ମୁଁ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ଓ ସାଂଗଠନିକ ସଂପାଦକଙ୍କୁ ଇସ୍ତଫାପତ୍ର ମେଲ କରିଥିଲି। ଅକ୍ଟୋବରରୁ ଇସ୍ତଫା ପତ୍ର ଦେଇଥିଲେ ବି କେହି  ମୋ  ସହ ଆଲୋଚନା କରିନାହାନ୍ତି। ଫଳରେ ବାଧ୍ୟ ହୋଇ ମୁଁ  ଦଳ ଛାଡ଼ିଛି ବୋଲି ପ୍ରେମାନନ୍ଦ କହିଛନ୍ତି। 

 କିଛି ଦିନ ପୂର୍ବରୁ ଧର୍ନୁଜୟ ସିଦ୍ଧୁଙ୍କୁ ବିଜେଡି ଦଳରେ ମିଶାଯାଇଥିଲା। ଯିଏ ୨୦୧୯ରେ ତେଲକୋଇରୁ ପ୍ରେମାନନ୍ଦଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ନିର୍ବାଚନରେ ଧର୍ନୁଜୟ ହାରିଥିଲେ। ପରବର୍ତ୍ତୀ ସମୟରେ ଧର୍ନୁଜୟ ସିଦ୍ଧୁଙ୍କୁ ବିଜେଡିରେ ମିଶାଯିବା ଫଳରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ପ୍ରେମାନନ୍ଦ। ଗତ ଅକ୍ଟୋବର ମାସ ଠାରୁ ପ୍ରେମାନନ୍ଦ ନାୟକଙ୍କୁ ତେଲକୋଇ ନିର୍ବାଚନ ମଣ୍ଡଳୀରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନଥିଲା। 

୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିଜୁ ଜନଦା ଦଳ ଟିକେଟରେ ତେଲକୋଇରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ପରେ ୨୦୧୯ରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନବୀନଙ୍କ ପଞ୍ଚମ ପାଳିରେ ଦ୍ୱିତୀୟ ଥର ବିଧାୟକ ହେବା ପରେ ପ୍ରେମାନନ୍ଦଙ୍କୁ ମନ୍ତ୍ରୀପଦ ମିଳିଥିଲା। ସେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ନବୀନ ସରକାରରେ ଦାୟିତ୍ୱ ତୁଲାଇଥିଲେ। ୨୦୨୨ରେ ମନ୍ତ୍ରିମଣ୍ଡଳ ଅଦଳବଦଳରେ ମନ୍ତ୍ରୀପଦରୁ ବାଦ୍‌ ପଡ଼ିଥିଲେ ପ୍ରେମାନନ୍ଦ।

ସୂଚନାଯୋଗ୍ୟ,  କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story