ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ, ଲାଞ୍ଜିପଲ୍ଲୀ ପାଲଟିଲା ରଣକ୍ଷେତ୍ର

କୌଣସି ପରିସ୍ଥିତିରେ ବି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ପଶିବାକୁ ଦିଆଯିବନି ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Tension Situation

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗସ୍ତ ବେଳେ ଲାଞ୍ଚିପଲ୍ଲୀଠାରେ ତାଙ୍କୁ ଅଟକା ଯାଉଛି।

Niharika Rout
  • Published: Friday, 25 August 2023
  • Updated: 25 August 2023, 03:24 PM IST

Sports

Latest News

5T ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା। ତାଙ୍କ ଗସ୍ତକୁ ବିରୋଧ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଆଜି ଗଞ୍ଜାମ ଯାଇଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି।  

ବ୍ରହ୍ମପୁର ପୂର୍ବରୁ ଲାଞ୍ଜିପଲ୍ଲୀରେ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଛନ୍ତି ଶତାଧିକ ବିଜେଡି କର୍ମୀ। କୌଣସି ପରିସ୍ଥିତିରେ ବି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ପଶିବାକୁ ଦିଆଯିବନି ବୋଲି ସେମାନେ କହିଛନ୍ତି। ଆଉ ସେଥିପାଇଁ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଥିଲା ସେହି ସ୍ଥାନ। ମୁହାଁମୁହିଁ ହୋଇଥିଲେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକ।

ଲାଞ୍ଜିପଲ୍ଲୀରେ ବିଜେଡି କର୍ମୀମାନେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇ ଥିଲେ। କିଛି ବିଜେଡି କର୍ମୀ ପ୍ରଦୀପଙ୍କ ଗାଡ଼ି ଉପରେ ଚଢ଼ି ଯାଇଥିଲେ। ଏହି ସମୟରେ ପ୍ରଦୀପଙ୍କ ସମର୍ଥକମାନେ ସେମାନଙ୍କୁ ଗାଡ଼ି ଉପରୁ ଟାଣି ନେଇଥିଲେ। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ସହିତ ଠେଲାପେଲା ଓ ହାତାହାତି ହୋଇଥିଲେ। କିଛି ଲୋକ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଠେଲାପେଲା କରିଥିବା ଜଣାପଡ଼ିଛି। ତାଙ୍କ ଗାଡ଼ି ଉପରକୁ ଅଣ୍ଡା, ପଥର ଓ ପାଣି ବୋତଲ ମାଡ଼ ମଧ୍ୟ ହୋଇଥିଲା। 

ଖବର ଲେଖାଯିବା ସୁଦ୍ଧା ଲାଞ୍ଜିପଲ୍ଲୀରେ ଅଟକି ରହିଛନ୍ତି ପ୍ରଦୀପ ପାଣିଗ୍ରାହୀ। ବିଜେଡି କର୍ମୀମାନେ ତାଙ୍କ ଗାଡ଼ି ସମ୍ମୁଖରେ ବସି ରହିଛନ୍ତି ଓ ନାରାବାଜି କରୁଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ବ୍ରହ୍ମପୁର ଅଭିମୁଖେ ଯିବାକୁ ଦିଆଯାଉ ନଥିବାରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘଟଣାସ୍ଥଳରୁ ତାଙ୍କ ମୋବାଇଲରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ), ମୁଖ୍ୟ ଶାସନ ସଚିବ, ଡିଜିପି, ଦକ୍ଷିଣାଞ୍ଚଳ ଆଇଜି ଓ ଗୃହ ବିଭାଗକୁ ମେଲ୍ କରିଛନ୍ତି। ସେ କହିଛନ୍ତି ଯେ ରାସ୍ତା ସଫା କରିବାକୁ ଏସ୍‌ପିଙ୍କୁ ଫୋନ୍ କରିଥିଲି। ଏସ୍‌ପି ହଁ ମାରିଲେ, କିନ୍ତୁ କିଛି କଲେ ନାହିଁ। 

ସେ କହିଛନ୍ତି, ମୁଁ ଆସିବା ପୂର୍ବରୁ ବ୍ରହ୍ମପୁର ଏସପିଙ୍କୁ ଜଣାଇଥିଲି। SP ସମ୍ମତି ଦେଇଥିଲେ ବି ଏଯାଏଁ କିଛି ବ୍ୟବସ୍ଥା କରିନାହାନ୍ତି। ଜଣେ ସଚିବଙ୍କ ସୁରକ୍ଷା ପାଇଁ ୪ ହଜାର ପୁଲିସ୍ ବ୍ୟବସ୍ଥା ହୋଇଛି। ମୋ ଗାଡ଼ିକୁ NHରେ ଅଟକାଯାଇଛି, କାର୍ଯ୍ୟାନୁଷ୍ଠାନ ନିଆଯାଉ। ମୁଖ୍ୟମନ୍ତ୍ରୀ ଭଦ୍ରଲୋକ। ତାଙ୍କ ନାଁକୁ ନେଇ ଏମାନେ ଶାସନ କରୁଛନ୍ତି। ଯଦି ସିଏମ୍‌ ଫେସ୍ ବଦଳିଯିବ, ଏମାନେ ପୂରା ମାଟି ହୋଇଯିବେ। ଆଉ କେହି ମୁଖ୍ୟମନ୍ତ୍ରୀ ହେଲେ ଏମାନେ ବନ୍ଧା ହୋଇ ଭିତରକୁ ଯିବେ। ଜେଲ୍ ଯିବା ଭୟରେ ଏମାନେ ଶାସନକୁ ଜାବୁଡ଼ି ଧରିଛନ୍ତି।

ବିଜେଡି କର୍ମୀମାନେ କହିଛନ୍ତି, ଗୋପାଳପୁର ବିଧାୟକକୁ ଗଞ୍ଜାମକୁ ପ୍ରବେଶ କରିବାକୁ ଦିଆଯିବନି। ଚିଟଫଣ୍ଡ ଦୁର୍ନୀତିରେ ବିଧାୟକ ସାମିଲ ଥିବା ବେଳେ ପଞ୍ଚାୟତ ନିର୍ବାଚନ ବେଳେ କୁଆଡ଼େ ଯାଇଥିଲେ? ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ସେ ପିଲାଙ୍କଠାରୁ ଟଙ୍କା ନେଇଛନ୍ତି। ସେ ନେଇ ଆଗ ସେ ଜବାବ ଦିଅନ୍ତୁ। କେବେ ସେମାନଙ୍କୁ ଚାକିରି ମିଳିବ କୁହନ୍ତୁ। ନହେଲେ ଟଙ୍କା ଫେରାନ୍ତୁ। ସେ ଏ ସଂପର୍କରେ ଜବାବ ନଦେବା ପର୍ଯ୍ୟନ୍ତ ତାଙ୍କୁ ଛଡ଼ା ଯିବ ନାହିଁ। ତାଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ। 

ଲାଞ୍ଜିପଲ୍ଲୀରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ବ୍ୟାପକ ସଂଖ୍ୟାରେ ପୁଲିସ୍‌ କର୍ମୀଙ୍କୁ ମୁତୟନ କରାଯାଇଛି। ପୁଲିସ୍‌ କିଛି ଲୋକଙ୍କୁ ଉଠାଇ ନେଇଥିବା ଜଣାଯାଇଛି। 

ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୋ’ ନିର୍ବାଚନ ମଣ୍ଡଳୀକୁ ନିର୍ବାଚିତ ପ୍ରତିନିଧି ହିସାବରେ ଯିବାର ଅଧିକାର ମୋର ଅଛି। ମୁଖ୍ୟମନ୍ତ୍ରୀ ଗଲେ ହାତ ଯୋଡ଼ି ନମସ୍କାର ହେବି। କିନ୍ତୁ ଜଣେ ଅଫିସରକୁ ୪ ହଜାର ପୁଲିସ୍‌ ଜଗିବା କେତେ ଯୁକ୍ତିଯୁକ୍ତ।

ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯିବା ପୂର୍ବରୁ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କହିଥିଲେ, ମୋ ନିର୍ବାଚନ ମଣ୍ଡଳୀକୁ ଯାଉଛି। ମୋତେ କିଏ ରୋକିବ ଦେଖିବି। 

ଏଥିସହ ସେ କହିଥିଲେ, ଯଦି ବାଟରେ ମୋ’ ଉପରେ କିଛି ଆକ୍ରମଣ ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଭୁବନେଶ୍ୱର ଡିସିପି ଓ ଗଞ୍ଜାମ ଏସ୍‌ପି ଦାୟୀ ରହିବେ। 

୫ଟି ସଚିବ ଭି.କେ ପାଣ୍ଡିଆନ ଆଜିଠୁ ତିନି ଦିନିଆ ଗଞ୍ଜାମ ଗସ୍ତରେ ଯାଇଛନ୍ତି। ୫ଟି ସଚିବ ଗଞ୍ଜାମ ଯିବା ବେଳେ ସେ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଯିବେ ବୋଲି ଗତ ୧୫ ତାରିଖରେ ସୂଚନା ଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story