Advertisment

ବିଜେଡି ନେତାଙ୍କ ଅନ୍ଧାରୀ ବିଜେକୁ ନେଇ ତୁମୁଳକାଣ୍ଡ, ୪ ଜଣଙ୍କୁ ଉଠାଇ ନେଲା ପୁଲିସ୍‌

ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା କରିଥିବା ବେଳେ ରାତାରାତି ୪ ଜଣଙ୍କୁ ଉଠାଇ ନେଇଛି ପୁଲିସ୍‌। ଫଳରେ ଗିରଫଦାରୀ ଭୟରେ ଗାଁ ହୋଇ ଯାଇଛି ପୁରୁଷଶୂନ୍ୟ।

BJD Poltician

BJD Poltician

Advertisment

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ହାଇଡ୍ରାମା । ବିଜେଡି ନେତାଙ୍କ ଅନ୍ଧାରୀ ବିଜେ ଘଟଣାକୁ ନେଇ ସୃଷ୍ଟି ହୋଇଛି ମହାଭାରତ । ଶହ ଶହ ଲୋକ ଓ ପୁଲିସ୍‌ ଉପସ୍ଥିତିରେ ବିଜେଡି ନେତା ଗାଡ଼ି ନେଇ ଫେରାର ହୋଇ ଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା କରିଥିବା ବେଳେ ରାତାରାତି ୪ ଜଣଙ୍କୁ ଉଠାଇ ନେଇଛି ପୁଲିସ୍‌। ଫଳରେ ଗିରଫଦାରୀ ଭୟରେ ଗାଁ ହୋଇ ଯାଇଛି ପୁରୁଷଶୂନ୍ୟ। ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗାଁରେ ଦେଖିବାକୁ ମିଳିଛି।

Advertisment

ଗତ ରାତିରେ ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗାଁକୁ ୧୨ ନଂ ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟା ପ୍ରଣତି ଲେଙ୍କାଙ୍କ ସ୍ୱାମୀ ପ୍ରହ୍ଲାଦ ଲେଙ୍କା ନିଜ ସହଯୋଗୀଙ୍କ ସହ ଯାଇଥିଲେ। ଗ୍ରାମବାସୀ ଖବର ପାଇ ତାଙ୍କ ଗାଡ଼ି ଅଟକାଇଥିଲେ। ରାତିରେ କାହିଁକି ଗାଁକୁ ଆସିଛ ବୋଲି ପଚାରିବା ସହ ଡିକି ଖୋଲି ଦେଖାଇବାକୁ କହିଥିଲେ।

ମାତ୍ର ପ୍ରହ୍ଲାଦ ଲେଙ୍କା କାର୍‌ ଡିଜି ନ ଖୋଲିବାରୁ ଏହାକୁ ନେଇ ତାଙ୍କର ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ଉଭୟ ବଡ଼ଚଣା ଓ ଧର୍ମଶାଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।

Advertisment

ଉକ୍ତ ସମୟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ସେଠାରେ ପହଞ୍ଚି ପ୍ରହ୍ଲାଦ ଲେଙ୍କାଙ୍କୁ ନେଇ ଯାଇଥିଲେ। ଦ୍ରୁତ ଗତିରେ ଯିବା ସମୟରେ ପ୍ରହ୍ଲାଦଙ୍କ ଗାଡ଼ି ବହୁ ଗ୍ରାମବାସୀଙ୍କ ଦେହରେ ପିଟି ହୋଇ ଯାଇଥିବା ଜଣାଯାଇଛି।

ଏହି ଘଟଣାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଉଠିଥିବା ବେଳେ ପୁଲିସ୍‌ ଜାଣିଶୁଣି ଫେରାର କରାଇ ଦେଇଥିବା ଅଭିଯୋଗ କରିଥିଲେ। ଫଳରେ ହିତାହିତ ଜ୍ଞାନ ହରାଇ ବସି ସେମାନେ ପୁଲିସ୍‌ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏହାପରେ ବିଳମ୍ବିତ ରାତିରେ ପୁଲିସ ଗାଁରୁ ୪ ଜଣଙ୍କୁ ଅଟକ ରଖିଛି। ଏହାପରେ ପୁରୁଷ ଶୂନ୍ୟ ହୋଇଛି ଗାଁ। ଗିରଫଦାରୀ ଭୟରେ ପୁରୁଷ ଲୋକମାନେ ଘର ଛାଡି ଅନ୍ୟତ୍ର ପଳାଇଛନ୍ତି।

ଏହି ଘଟଣା ପାଇଁ ଗ୍ରାମର ମହିଳାମାନେ ପୁଲିସକୁ ଦାୟୀ କରିଛନ୍ତି । ପ୍ରହ୍ଲାଦ ଲେଙ୍କା କ’ଣ ପାଇଁ ଆମ ଗାଁରେ ରାତି ଅଧରେ ଟଙ୍କା ଧରି ପଶିଥିଲା। କିପରି ସେ ପୁଲିସ୍‌ ଉପସ୍ଥିତିରେ ଗାଡ଼ି ଛୁଟାଇ ଚାଲି ଯାଇ ପାରିଲା। ପୁଲିସ୍‌ ବିନା କାରଣରେ ଆମ ଘରର ପୁରୁଷମାନଙ୍କୁ ପୁଲିସ୍‌ ଉଠାଇ ନେଇଛି।

Jajpur Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe