Advertisment

ବିଜେଡି କର୍ମୀଙ୍କୁ ଗୋଡ଼ାଇଲା ପୁଲିସ

କିଛି ବିଜେଡି କର୍ମୀ ସେବା ବାହାନାରେ ଲୋକଙ୍କୁ ପାଣି ଓ ଚିରିକୁଟି ଦେଇ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି।

author-image
Tapaswini Nayak
Tension situation

Tension situation

ବିଜେଡି କର୍ମୀଙ୍କୁ ଘଉଡ଼ାଇଲା ପୁଲିସ। ଗୋଡ଼ାଇ ଗୋଡ଼ାଇ ୧୦୦ ମିଟର ଦୂରକୁ ତଡ଼ିଲା। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲ ଦକ୍ଷିଣ ଦିଆ ସ୍କୁଲରେ।

Advertisment

ଦକ୍ଷିଣ ଦିଆ ସ୍କୁଲରେ ହୋଇଥିବା ବୁଥରେ ମତଦାନ ଚାଲିଥିବା ବେଳେ ବିଜେଡି କର୍ମୀମାନେ ବୁଥ ନିକଟରେ ଜମା ହୋଇ ଭୋଟରଙ୍କୁ ପ୍ରଭାବିତ କରୁଥିଲେ। ଏହାସହ କିଛି ବିଜେଡି କର୍ମୀ ବେକରେ ଦଳୀୟ ଗାମୁଛା ପକାଇ ଏକ ନିଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ ବାଧ୍ୟ କରୁଥିଲେ ଓ ଭୟବୀତ ମଧ୍ୟ କରୁଥିବା ଅଭିଯୋଗ ହୋଇଥିଲା।

ଏନେଇ ସାଧାରଣ ଲୋକେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଘଟଣା ବିଷୟରେ ଜାଣିବା ପରେ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଥାନା ଅଧିକାରୀ ପୁଲିସ ଟିମ୍ ସହ ପହଞ୍ଚି ବିଜେଡି କର୍ମୀଙ୍କୁ ଘଉଡ଼ାଇ ୧୦୦ ମିଟର ଦୂରକୁ ତଡ଼ିଥିଲେ।

Advertisment

ଅନ୍ୟପକ୍ଷରେ କିଛି ବିଜେଡି କର୍ମୀ ସେବା ବାହାନାରେ ଲୋକଙ୍କୁ ପାଣି ଓ ଚିରିକୁଟି ଦେଇ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। ଏନେଇ ବିଜେଡି ଓ କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ।

Kendrapada 2024 General Election Loksabha Election 2024 Odisha Assembly Election 2024