Advertisment

ଘାଇଲା କଲା ଲୋକଙ୍କ ପ୍ରଶ୍ନବାଣ; ପଛଘୁଞ୍ଚା ଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଓ ପଞ୍ଚାୟତବାସୀଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ଓ ଯୁକ୍ତିତର୍କ ଭିଡ଼ିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Tension Situation

Tension Situation

Advertisment

ସ୍ଥାନୀୟ ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ । ଚାରିପଟୁ ଲୋକଙ୍କ ଶଣ୍ଢୁଆସି ଆକ୍ରମଣରେ ବିଳିବିଳେଇ ଉଠିଲେ ଜନ ପ୍ରତିନିଧୀ । ଆଉ ଜନଶୁଣାଣୀ ସ୍ଥଳରୁ ପଛଘୁଞ୍ଚା ଦେଲେ। ଏପରି ଏକ ଅଜବ ଘଟଣା ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ମାଲଦା ପଞ୍ଚାୟତରେ ଦେଖିବାକୁ ମିଳିଛି। ।

Advertisment

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଓ ପଞ୍ଚାୟତବାସୀଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ଓ ଯୁକ୍ତିତର୍କ ଭିଡ଼ିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଗତ ସୋମବାରର ବୋଲି ଜଣାଯାଇଛି।

ଗତ ସୋମବାର ମାଲଦା ପଞ୍ଚାୟତରେ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ଯୋଗ ଦେବାକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା ପହଞ୍ଚିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ପଞ୍ଚାୟତବାସୀ ତାଙ୍କୁ ଭିତରକୁ ପ୍ରବେଶ କରାଇ ଦେଇ ନ ଥିଲେ। ଏପରିକି ତୁମେ କିଏ ଓ କାହିଁକି ଆସିଛ ବୋଲି ବି ପଚାରିଥିଲେ।

Advertisment

ବିଡିଓ ଚିଠି କରିଥିବାରୁ ଆସିଥିବା କଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କହିଥିବା ବେଳେ ଏହାକୁ କିନ୍ତୁ ଉପସ୍ଥିତ ଲୋକେ ଗ୍ରହଣ କରି ନ ଥିଲେ। ଆମ ସମସ୍ୟା ଆମେ ବୁଝିଦେବୁ, ତୁମେ ଏଠାରୁ ପଳାଅ ବୋଲି ବି ସେମାନେ କହିଥିଲେ। ଏଥିସହ ଆମ କଥା ବୁଝିବା ଦରକାର ନାହିଁ, ତୁମକୁ ଯିଏ ଭୋଟ ଦେଇଛି, ତା’ କଥା ବୁଝ ବୋଲି କହିବାକୁ ପଛାଇ ନ ଥିଲେ।

ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷକଙ୍କ ଶତ ଚେଷ୍ଟା ଫେଲ୍‌ ମାରିଥିଲା। ତେଣୁ ପରିଶେଷରେ ସେ ଘଟଣାସ୍ଥଳରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ।

ସୂଚନା ଅନୁଯାୟୀ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ୪ ତାରିଖରେ କୋଇଡା ବ୍ଲକ ମାଲଦା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କୋଇଡା ବିଡ଼ିଓଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ ପଞ୍ଚାୟତର ଶତାଧିକ ଲୋକେ ଏଠାରେ ଉପସ୍ଥିତ ଥିଲେ । ଘଟଣା ସ୍ଥଳରେ ହଠାତ ବିଜେଡି ନେତା କମଲ ଲାକ୍ରା ପହଁଚିବା ଦେଖି ଉପସ୍ଥିତ ଲୋକେ ଘେରି ଯାଇଥିଲେ ଗୋଡେଇ ତୋଡାଇ ପ୍ରଶ୍ନ କରିବା ସହ ଆମେ ଆପଣଙ୍କୁ ଚିହ୍ନି ନାହୁଁ ଆପଣ ଫେରି ଯାଆନ୍ତୁ ବୋଲି ଲୋକେ କହିଥିଲେ । ଏହା ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା।

Sundargarh Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe