Advertisment

ତେଜୁଛି ବିଜେଡି କଳି; ୪ ବିଜେଡି ନେତାଙ୍କୁ ସୋ କଜ୍ ନୋଟିସ

ବିଜେଡି କଳି ଉଗ୍ର ରୂପ ନେବା ପରେ ହେଲା ଆକ୍ସନ ପ୍ରକ୍ରିୟା । ୪ ବିଜେଡି ନେତାଙ୍କୁ ସୋ-କଜ୍ ନୋଟିସ କଲେ ଜିଲ୍ଲା ସଭାପତି ।

author-image
Manoj Swain

ବଳ କଷା କଷି ଭିତରେ ଆଜି ପୁରୀ ଗସ୍ତ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମର୍ଥିତ ୨୫ ରୁ ୩୦ କର୍ପୋରେଟର । ତେବେ ଏମାନେ ପୁରୀ ଗସ୍ତରେ ଯାଉଥିବା ବେଳେ ଠିକ ସେହି ସମୟରେ ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାର, ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ ନୋଟିସ ଜାରି କରିଥିଲେ ବିଜେଡି ଭୁବନେଶ୍ବର ସଭାପତି ସୁଶାନ୍ତ ରାଉତ। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ତାର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେ ଉଲ୍ଲେଖ ରହିଛି।

Advertisment
BjD Odisha