ବଳ କଷା କଷି ଭିତରେ ଆଜି ପୁରୀ ଗସ୍ତ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମର୍ଥିତ ୨୫ ରୁ ୩୦ କର୍ପୋରେଟର । ତେବେ ଏମାନେ ପୁରୀ ଗସ୍ତରେ ଯାଉଥିବା ବେଳେ ଠିକ ସେହି ସମୟରେ ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାର, ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ ନୋଟିସ ଜାରି କରିଥିଲେ ବିଜେଡି ଭୁବନେଶ୍ବର ସଭାପତି ସୁଶାନ୍ତ ରାଉତ। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ତାର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେ ଉଲ୍ଲେଖ ରହିଛି।