Advertisment

କାନାଡାକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ, କହିଲେ- ମୋ’ ଜେଜେଙ୍କ ହତ୍ୟାକାରୀର ଖାସ୍‌ ଥିଲେ ନିଜ୍ଜାର

‘ମୋ’ ଜେଜେଙ୍କୁ ୧୯୯୫ ମସିହାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଖଲିସ୍ତାନୀ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ଆଉ ଉକ୍ତ ହତ୍ୟାକାରୀଙ୍କ ଖାସ୍‌ ଲୋକ ଥିଲେ ହରଦୀପ ସିଂ ନିଜ୍ଜାର। ’

congress-mp-ravneet-singh-bittu

congress-mp-ravneet-singh-bittu

Advertisment

‘ମୋ’ ଜେଜେଙ୍କୁ ୧୯୯୫ ମସିହାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଖଲିସ୍ତାନୀ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ଆଉ ଉକ୍ତ ହତ୍ୟାକାରୀଙ୍କ ଖାସ୍‌ ଲୋକ ଥିଲେ ହରଦୀପ ସିଂ ନିଜ୍ଜାର। ’ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଂଗ୍ରେସ ରବନୀତ ସିଂ ବିଟ୍ଟୁ । ରବନୀତ ସିଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବୈଅନ୍ତ ସିଂଙ୍କ ନାତି ହୋଇଥିବା ବେଳେ ଏବେ ନିଜ ଜେଜେଙ୍କ ହତ୍ୟା ନେଇ ସେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

Advertisment

ରବନୀତଙ୍କ କହିବାନୁଯାୟୀ, ମୋ’ ଜେଜେବାପାଙ୍କ ହତ୍ୟାକାରୀଙ୍କ ଖାସ୍‌ ଲୋକ ଥିଲେ ନିଜ୍ଜାର । ସେ ୧୯୯୩ ମସିହାରେ କାନାଡା ଚାଲି ଯାଇଥିବା ବେଳେ ସେଠାକାର ନାଗରିକତ୍ୱ ପାଇଥିଲେ। ସେଠାରେ ଗୁରୁଦ୍ୱାର କଥା ବୁଝୁଥିବା ବେଳେ ଭାରତକୁ ଡ୍ରଗ୍ସ ଚାଲାଣରେ ବି ସକ୍ରିୟ ଭୂମିକା ତୁଲାଉଥିଲେ। ଏହାପରେ ୧୯୯୫ରେ ମୋ’ ଜେଜେବାପାଙ୍କୁ ହତ୍ୟା କରାଯାଇଥିବା ବେଳେ ସେଥିରେ ନିଜ୍ଜାରଙ୍କ ସମ୍ପୃକ୍ତି ବି ଥିଲା। ହେଲେ କାନାଡା ତାଙ୍କ ପରି ଜଣେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ରଖିଥିଲା ।

ଏଥିସହ ସେ ଅଭିଯୋଗ କରିଛନ୍ତି, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାର୍ଟି ଆତଙ୍କବାଦୀଙ୍କଠାରୁ ଫଣ୍ଡ ଯୋଗାଡ଼ କରୁଛି। ତେଣୁ ଆତଙ୍କବାଦୀଙ୍କ ସପକ୍ଷରେ ବାହାରି ଭାରତ ସହ ସମ୍ପର୍କ ତିକ୍ତ କରୁଛି। ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଂଗ୍ରେସ ରବନୀତ ସିଂ ବିଟୁ । ଏଥିସହ ସେ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ବେଳେ ଏବେ କାନାଡା ବି ସମାନ କାମ କରୁଛି।

Advertisment

ରବନୀତଙ୍କ ବୟାନ ଅନୁଯାୟୀ, କାନାଡାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ପଞ୍ଜାବଙ୍କୁ ଡ୍ରଗ୍ସ ଚାଲାଣ କରିବା ସହ ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରୁଛି। ନିଜ୍ଜାରଙ୍କ ପରି ଆତଙ୍କବାଦୀ କାନାଡାରେ ଥିବା ଗୁରୁଦ୍ୱାରକୁ କବଜା କରି ରଖିଛନ୍ତି। ଏଥିସହ ସେଥିରୁ ହେଉଥିବା ରୋଜଗାରକୁ ସେମାନେ ଟ୍ରୁଡୋଙ୍କ ପାର୍ଟିକୁ ଫଣ୍ଡ ଆକାରରେ ଦାନ କରିଥାନ୍ତି। ତେଣୁ ପାକିସ୍ତାନ ଯେପରି ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦିଏ କାନାଡା ବି ତାହା କରେ ବୋଲି ସେ ଅଭିଯୋଗ କରିଛନ୍ତି।

କାନାଡା ଆତଙ୍କବାଦୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ ଅଣି ରବନୀତ କହିଛନ୍ତି, ଏପରି ହୋଇ ନ ଥିଲେ ଟ୍ରୁଡୋଙ୍କ ପିତା କ୍ଷମତାରେ ଥିବା ବେଳେ ୧୯୮୫ ମସିହାରେ ହୋଇଥିବା ଏୟାର ଇଣ୍ଡିଆ ବୋମା ବିସ୍ଫୋରଣ ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ କରିଥାନ୍ତେ। ମାତ୍ର ସେପରି ଆଖି ଦୃଶିଆ ଯାଞ୍ଚ ହେଲା ନାହିଁ।

ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା ଭରି ସାରିଛି। ତେଣୁ ଏବେ ସେଠାରେ ଥିବା ଭାରତୀୟ ତଥା ଭାରତର ଛାତ୍ର ସମୁଦାୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏଥିନିମନ୍ତେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଜରୁରୀ ବୋଲି କହିଛନ୍ତି ରଭନୀତ ।

Bjp Congress Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe