Advertisment

ନିର୍ବାଚନ ରାଲିରେ ମୋଦିଙ୍କ ଭାଷଣ: ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମାରିଛୁ

ପ୍ରଚାର ସମୟରେ ଆଜି ସେ ପ୍ରଥମଥର ଭାରତୀୟ ସେନା କରିଥିବା ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ କଥା ଉଠାଇଛନ୍ତି।

author-image
Hemant Lenka
PM Modi

PM Modi

ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନଘନ ପ୍ରଚାର କରିଚାଲିଛନ୍ତ। ଏହି ପ୍ରଚାର ସମୟରେ ଆଜି ସେ ପ୍ରଥମଥର ଭାରତୀୟ ସେନା କରିଥିବା ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ କଥା ଉଠାଇଛନ୍ତି।

Advertisment

ଉରି ଓ ପୁଲୱାମା ହମଲା ପରେ ଭାରତୀୟ ସେନା ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଆଡ୍ଡାରେ ଆକ୍ରମଣ କରିଥିଲା। ଏଥିରଆ ଶତାଧିକ ଆତଙ୍କୀ ନିହତ ହୋଇଥିଲେ। ଏବେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦି ନିଜ ସରକାରଙ୍କୁ ଦେବାକୁ ଚେଷ୍ଟା କରିଛନ୍ତି।

କେନ୍ଦ୍ରରେ ଥିବା ଶକ୍ତିଶାଳୀ ବିଜେପି ସରକାର ଯୋଗୁ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ସେମାନଙ୍କ ଅଞ୍ଚଳରେ ମାତ ଦେଇଛନ୍ତି। ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମରା ଯାଇଛି ବୋଲି ମୋଦି ଉତ୍ତରାଖଣ୍ଡରେ ଆୟୋଜିତ ଗୋଟିଏ ନିର୍ବାଚନରେ ମୋଦି କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, “ ଦେଶରେ ମଜବୁତ ମୋଦି ସରକାର ଚାଲିଛି। ଦେଶ ଏମିତି ଗୋଟିଏ ସରକାରଙ୍କ ହାତରେ ରହିଛି, ଯିଏ ବିବାଦୀୟ ଜୋନରେ ମଧ୍ୟ ଜାତୀୟ ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦେଉନ୍ତି।”

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ସମାଲୋଚନା କରିବାକୁ ଆଦୌ ଭୁଲି ନାହାନ୍ତି। ସେ କହିଛନ୍ତ, “କଂଗ୍ରେସ ଭଗବାନଙ୍କ ରାମଙ୍କ ଉପସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲା। ସେମାନେ ରାମ ମନ୍ଦିରକୁ ବିରୋଧ କରିଥିଲେ ଓ ଏହାକୁ ରୋକିବା ପାଇଁ ଶତ ଚେଷ୍ଟା କରିଥିଲେ।

ତଥାପି କଂଗ୍ରେସର ସବୁ ପାପକୁ କ୍ଷମା କରି ମନ୍ଦିର ନିର୍ମାଣ ଶେଷ ହେବା ପରେ ଦଳର ନେତାଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଡକା ଯାଇଥିଲା। କିନ୍ତୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମଧ୍ୟ କଂଗ୍ରେସ ବୟକଟ କରିଥିଲା।

କଂଗ୍ରେସ ଶାସନ ସମୟରେ ସୈନିକମାନଙ୍କ ବୁଲେଟ ଫ୍ରୁଫ ଜ୍ୟାକେଟ ମିଳୁ ନଥିଲା। ଶତ୍ରୁ ପକ୍ଷର ଗୁଳିରୁ ଯବାନଙ୍କୁ ସୁରକ୍ଷା ଦେବାକୁ କୌଣସି ପ୍ରକାରର ବ୍ୟବସ୍ଥା ହୋଇ ନଥିଲା। କଂଗ୍ରେସ କ୍ଷମତାରେ ଥିବା ବେଳେ ମଧ୍ୟସ୍ଥିତିମାନେ ଟଙ୍କା ଚୋରି କରୁଥିଲେ। ଏବେ କିନ୍ତୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ପହଞ୍ଚୁଛି।”

ଏହାପରେ ମୋଦି ନିଜ ସରକାରଙ୍କ ସଫଳତା କଥା କହିଥିଲେ। ଧାରା ୩୭୦ର ଉଚ୍ଛେଦ ଠାରୁ ରମ୍ଭ କରି ଆର୍ଥିକ ଅନଗ୍ରସରଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

PM Modi Rajasthan