Advertisment

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି ଓ ନଡ୍ଡା

ଓଡ଼ିଶାରେ ବିଜେପିର ବିଜୟ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଧେଇ। ସୁଶାସନ ନେଇ ବଡ଼ ବିଜୟ କହି ସୋଶାଲ୍‌ ମିଡ଼ିଆ ଏକ୍ସରେ ବଧେଇ ଜଣାଇଲେ ମୋଦି। ଲୋକଙ୍କ ସ୍ୱପ୍ନ ପୂରଣ ପାଇଁ ବିଜେପି ସୁଯୋଗ ହାତଛଡ଼ା କରିବନି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଧନ୍ୟବାଦ ଓଡ଼ିଶା! ଓଡ଼ିଶାରେ ବିଜେପିର ବିଜୟ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଧେଇ। ସୋଶାଲ ମିଡ଼ିଆ Xରେ ମୋଦି ଲେଖିଛନ୍ତି, ଉତ୍ତମ ପ୍ରଶାସନ ଏବଂ ଓଡ଼ିଶାର ଅଭିନବ ସଂସ୍କୃତି ପାଇଁ ଏହା ଏକ ଐତିହାସିକ ବିଜୟ। ଓଡ଼ିଶାବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ରାଜ୍ୟକୁ ପ୍ରଗତିର ନୂତନ ଶିଖରକୁ ନେଇଯିବା ଲାଗି ବିଜେପି ସବୁ ପ୍ରକାର ଉଦ୍ୟମ କରିବ। କଠିନ ପରିଶ୍ରମ କରିଥିବା ଆମର ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ମୁଁ ଗର୍ବିତ ମୋଦି ଲେଖିଛନ୍ତି।

Advertisment

ଅନ୍ୟପକ୍ଷରେ ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା। ସୋଶାଲ ମିଡ଼ିଆ Xରେ ସେ ଲେଖିଛନ୍ତି, ଧନ୍ୟବାଦ ଓଡ଼ିଶା! ବିଜେପି ଉପରେ ବିଶ୍ୱାସ ରଖିଥିବାରୁ ଓଡ଼ିଶାର ଜନତାଙ୍କୁ କୃତଜ୍ଞତା ଜଣାଉଛି। ସାମୁହିକ ଉଦ୍ୟମରେ ମିଳିଥିବା ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି। ଏଥିସହ ଓଡ଼ିଶାର କାର୍ଯ୍ୟକର୍ତ୍ତା ଓ ରାଜ୍ୟ ବିଜେପି ସଭାପତି ମନମୋହନଙ୍କୁ ସ୍ୱତନ୍ତ୍ର ଭାବେ କୃତଜ୍ଞତା। ମୋଦିଜୀଙ୍କ ଭିଜନ ଓ ଦଳର ବିଚାରଧାରାକୁ ପ୍ରତ୍ୟେକଙ୍କ ଘରେ ପହଞ୍ଚାଇବା ପାଇଁ ମନମୋହନ ସାମଲଙ୍କ ନିରବଚ୍ଛିନ୍ନ ଉଦ୍ୟମ ଓ ପ୍ରତିବଦ୍ଧତାକୁ ମଧ୍ୟ ସମ୍ମାନ ଜଣାଉଛି। ଆପଣମାନଙ୍କ କଠିନ ପରିଶ୍ରମ ଯୋଗୁ ଏପରି ବିରାଟ ବିଜୟ ମିଳିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି।

୨୪ ବର୍ଷ ପରେ ବିଜେପି ଏକାକୀ ସରକାର ଗଢ଼ିବାକୁ ଯାଉଛି। ୧୪୭ ଭିତରୁ ବିଜେପି ୮୦ ଆସନରେ ଆଗୁଆ ରହିଛି। ତେଣୁ ବିଜୟ ଆଶା ଥିବାରୁ ବିଜେପି ସରକାର ଗଢ଼ିବାର ସମ୍ଭାବନା ରହିଛି। 

Advertisment
Election Results Election Results 2024 Narendra Modi Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe