Advertisment

ବିରୋଧୀ ମେଣ୍ଟର ନାଁ ‘ଭାରତ’ ରଖିବାକୁ କହିଲେ, ଫୂଲଫର୍ମ ମଧ୍ୟ ସମସ୍ତଙ୍କୁ ଜଣାଇଲେ ଥରୁର

ଜି-୨୦ ଡିନର ପାର୍ଟି ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
shashi tharoor

shashi tharoor

ଇଣ୍ଡିଆ ବନାମ ଭାରତ ନାଁକୁ ନେଇ ବିବାଦ ଚାଲିଥିବା ବେଳେ ଆଜି କଂଗ୍ରେସ ସାଂସଦ ଶଶି ଥରୁର ସରକାରଙ୍କୁ ସାଂଘାତିକ ଢଙ୍ଗରେ କଟାକ୍ଷ କରିଛନ୍ତି। ଏଥିସହ ୨୮ଟି ବିରୋଧୀ ଦଳ ମିଳିତ ଭାବେ ଗଠନ କରିଥିବା ମେଣ୍ଟର ନାଁକୁ ଇଣ୍ଡିଆ ବଦଳରେ ଭାରତ ରଖାଯାଉ ବୋଲି ପରାମର୍ଶ ଦେଇଛନ୍ତି। ଖାଲି ସେତିକି ନୁହେଁ, ସାଂସଦ ଥରୁର ଭାରତ ମେଣ୍ଟର ଫୂଲଫର୍ମ କ’ଣ ହେବ, ସେକଥା ମଧ୍ୟ କହିଛନ୍ତି।

Advertisment

ସୋଶାଲ ମିଡିଆ ଏକ୍ସ(ପୂର୍ବରୁ ଟ୍ୱିଟର)ରେ ପୋଷ୍ଟ କରି ଶଶି ଥରୁର କହିଛନ୍ତି, “ଆମେ ସମସ୍ତେ ମିଳିତ ଭାବେ ନିଜକୁ ଆଲିଏନ୍ସ ଫର ବେଟରମେଣ୍ଟ, ହାରମୋନୀ ଆଣ୍ଡ ରେସପନ୍ସିବଲ ଆଡଭାନ୍ସମେଣ୍ଟ ଫର ବେଟର ଟୁମର(ଭାରତ) କହିପାରିବା। ଏହାଦ୍ୱାରା ଶାସକ ଦଳ ନାଁ ପରିବର୍ତ୍ତନର ଖରାପ ଖେଳ ସମ୍ଭବତଃ ବନ୍ଦ କରିଦେବ।”

Advertisment

ଜି-୨୦ ଡିନର ପାର୍ଟି ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଛି। କେନ୍ଦ୍ର ସରକାର ଜାଣିଶୁଣି ଇଣ୍ଡିଆ ବଦଳରେ ଭାରତ ଶବ୍ଦର ବ୍ୟବହାର କରିଛନ୍ତି।

ସମ୍ଭବତଃ କେନ୍ଦ୍ର ସରକାର ଇଣ୍ଡିଆ ବଦଳରେ ଦେଶର ନାଁ କେବଳ ଭାରତ ରଖିବାକୁ ଚାହୁଁଥିବା କଂଗ୍ରେସ ଅଭିଯୋଗ କରିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଶଶି ଥରୁର ବିରୋଧ ମେଣ୍ଟର ନାଁ ଭାରତ ରଖିବାକୁ ପରାମର୍ଶ ଦେଇଛନ୍ତି।

କାରଣ ବିରୋଧୀଙ୍କ କହିବା କଥା ଯେ ସେମାନେ ମିଳିତ ଭେବେ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଏବେ ଦେଶର ନାଁ କେବଳ ଭାରତ କରିବାକୁ ଚାହୁଁଥିବା କଂଗ୍ରେସ କହିଛି।

Bjp Congress India Shashi Tharoor