Advertisment

କାଳିଆ’ ସମ୍ପର୍କରେ ପ୍ରଶ୍ନ କଲେ ବିଜେଡି ବିଧାୟକ, ଉତ୍ତର ରଖିଲେ କୃଷି ମନ୍ତ୍ରୀ

ଉତ୍ତରେ କୃଷି ମନ୍ତ୍ରୀ କେଭି ସିଂହଦେଓ କହିଥିଲେ, ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି। ନିଷ୍ପତ୍ତି ହେବା ପରେ ତଥ୍ୟ ପ୍ରଦାନ କରାଯିବ।

author-image
Biswajit Samal
Kanak Vardhan Singh Deo

Kanak Vardhan Singh Deo

କାଳିଆ ଯୋଜନା ସଂପର୍କରେ ଉଚ୍ଚସ୍ତରରେ ଆଲୋଚନା ଚାଲିଛି। ଆଗକୁ ଯୋଜନା ଚାଲୁ ରହିବ ନା ବନ୍ଦ ରହିବ ପ୍ରଶ୍ନରେ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

Advertisment

ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ। ସେ ପଚାରିଥିଲେ, ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା ରାଶି ଜାରି ରହିବ ନା ବନ୍ଦ ହୋଇଯିବ। ଯଦି ଜାରି ରହିବ ଏହାର ପରିମାଣବୃଦ୍ଧି ପାଇବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି କି ?

ଉତ୍ତରେ କୃଷି ମନ୍ତ୍ରୀ କେଭି ସିଂହଦେଓ କହିଥିଲେ, ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି। ନିଷ୍ପତ୍ତି ହେବା ପରେ ତଥ୍ୟ ପ୍ରଦାନ କରାଯିବ। ରାଜ୍ୟରେ କାଳିଆ ଯୋଜନାରେ ୪୫ ଲକ୍ଷ ୬୭ ହଜାରରୁ ଅଧିକ ହିତାଧିକାରୀ ଅଛନ୍ତି। ପିଏମ କିଷାନ ଯୋଜନାରେ ରହିଛନ୍ତି ୨୯ ଲକ୍ଷ ୭୩ ହଜାର ୯୮୦ ହିତାଧିକାରୀ।

Advertisment
Bjp Kanak Vardhan Singh Deo