Advertisment

ଦୁଷ୍କର୍ମ ଅଭିଯୁକ୍ତ ଶ୍ରମମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବି କଲା ବିଜେପି

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,  ଲମ୍ବା ସମୟ ଧରି ବିଜେଡି ଶାସନ କରିବା ପରେ ତାଙ୍କର ଉପଲବ୍ଧ ହେଉଛି ‘ଆଇନକୁ ଫୁ’ କରି ଅପରାଧ ଘଟାଇବା ।

ଅଦ୍ୟତନ ହୋଇଛି
Dr. Lekhasri Samantsinghar

Dr. Lekhasri Samantsinghar

Advertisment

ବିଜୁ ଜନତା ଦଳ ହେଉଛି ଅପରାଧୀ ଓ ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିମାନଙ୍କ ଦଳ । ସମାଜର ଯେତେ ଅସାମାଜିକ, ଅପରାଧୀ ବ୍ୟକ୍ତି ଯେମିତି ଖୋଜି ଖୋଜି ବିଜେଡିରେ ସାମିଲ ହୋଇଛନ୍ତି ବୋଲି ବିଜେପି କଡ଼ା ଭାଷାରେ ସମାଲୋଚନା କରିବା ସହ ଯୌନ ଦୁଷ୍କର୍ମ ଅଭିଯୁକ୍ତ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ କରାଯାଉ ବୋଲି ଦାବି କରିଛି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,  ଲମ୍ବା ସମୟ ଧରି ବିଜେଡି ଶାସନ କରିବା ପରେ ତାଙ୍କର ଉପଲବ୍ଧ ହେଉଛି ‘ଆଇନକୁ ଫୁ’ କରି ଅପରାଧ ଘଟାଇବା । ଗତକାଲିର ଯେଉଁ ଖବର ଆଜି ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିଛି ତାହା ଓଡ଼ିଶାର ମହିଳାମାନଙ୍କୁ ଆଘାତ ପଂହଚାଇଛି। ବିଜେଡିରେ ୨୦ବର୍ଷ ଧରି କାର୍ଯ୍ୟ କରିଥିବା ଜଣେ ନେତ୍ରୀ ସଂଯୁକ୍ତା ମହଲ ରାଜ୍ୟ ସରକାରଙ୍କ ଶ୍ରମମନ୍ତ୍ରୀ ତଥା ପୋଲସରା  ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଯୌନ କେଳେଙ୍କାରୀର ଅଭିଯୋଗ ଆଣିଛନ୍ତି । ସଂଯୁକ୍ତା ମହଲ ଗତକାଲି ଦିନ ୧୦ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ କରିବା ପାଇଁ ଉପସ୍ଥିତ ଥିଲେ।

ଏହା ପରେ ସଂଯୁକ୍ତାଙ୍କ ଡାକରୀ ମାଇନା ହୋଇଥିଲା ଯାହା ପ୍ରମାଣିତ କରୁଛି ସେ ଶାରୀରିକ ଶୋଷଣର ଶିକାର ହୋଇଛନ୍ତିି । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାଏଁ ପୁଲିସ ଘଟଣା ଉପରେ କିଛି ସ୍ପଷ୍ଟତା ଆଣିନାହିଁ କି ଏଫଆଇଆରକୁ ଭିତ୍ତିକରି ମନ୍ତ୍ରୀଙ୍କୁ ପଚରାଉଚରା କରିନାହିଁ । ବିଜେଡିର ମନ୍ତ୍ରୀ ବୋଲି ସେ କ'ଣ ଆଇନରୁ ଊର୍ଦ୍ଧ୍ୱରେ ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

Advertisment

ସେ କହିଛନ୍ତି ଯେ, ଅତୀତରେ ବିଜେଡି ତା’ର କଳଙ୍କିତ ନେତା, ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଛିି ଯାହାକି ଓଡ଼ିଶାବାସୀ ଭଲ ଭାବେ ଅବଗତ । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତଥିଲେ ବି ତାଙ୍କୁ ପଚାରିବା ପାଇଁ ଡକାଗଲା ନାହିଁ । ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିଲେବି ଏଯାଏଁ ପୁଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ପୁଲିସ ବିଜେଡିର ନେତାମାନଙ୍କୁ ଡରୁଛି ନା ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲି ଗୋଟିଏ ରାଜନୈତିକ ଦଳର ଚାଟୁକାରିତା କରିବା ମଧ୍ୟରେ ସୀମିତ ରହିଛି । ବିଜେଡି ଏବେ ଏଫଆଇଆରକୁ ଚାପି ଦେବାକୁ ପୁଲିସ ଉପରେ ପ୍ରବଳ ଚାପ ପକାଉଛି । ଗତକାଲି ମଧ୍ୟ ବିଜେଡିର ବହୁ ଟାଣୁଆ ନେତା ଓ ନେତ୍ରୀମାନେ ଥାନାରେ ସଂଯୁକ୍ତାକୁ ବୁଝାଇ ମାମଲାକୁ ରଫାଦଫା କରିବାକୁ ଉପସ୍ଥିତ ଥିଲେ । ଏଘଟଣା ପାଇଁ ସଂଯୁକ୍ତାକୁ ଟଙ୍କା ନେବାକୁ ବାଧ୍ୟ ମଧ୍ୟ କରାଯାଇଛି । ସବୁ ପ୍ରମାଣ ଥାଇବି ଘଟଣାକୁ ୨୪ଘଂଟା ବିତିଯାଇଥିଲେ ମଧ୍ୟ ପୁଲିସ ଗୋଟିଏ ବି ଟିପ୍ପଣୀ ଦେଇନଥିବା ଲେଖାଶ୍ରୀ କହିଛନ୍ତିି ।

ଯଦି ନିଜ ଦଳର ୨୦ବର୍ଷର କର୍ମୀ ଓ ନେତ୍ରୀଙ୍କୁ ବିଜେଡି ନ୍ୟାୟ ଦେଇପାରୁନି ତାହାଲେ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ କ'ଣ ନ୍ୟାୟ ଦେବ ବୋଲି ଲେଖାଶ୍ରୀ ପ୍ରଶ୍ନ କରିବା ସହ ଗୋଟିଏ ମାମଲା ରୁଜୁ କରିବା ପାଇଁ ଯଦି ସମ୍ପୃକ୍ତ ବିଜେଡି ନେତ୍ରୀ ୧୨ଘଂଟା ଥାନାରେ ବସିଲେ ତା’ହେଲେ ଓଡ଼ିଶାର ୨କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ଅବସ୍ଥା କ’ଣ ହେଉଥିବା ତାହା ସ୍ପଷ୍ଟ ଜଣାପଡୁଛି । ମହିଳାଙ୍କ ସମ୍ମାନକୁ ଅକ୍ଷୂଣ୍ଣ ରଖିବା ପାଇଁ ତୁରନ୍ତ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ । ଶ୍ରୀ ସାହୁଙ୍କ ଗିରଫ ପାଇଁ ମଧ୍ୟ ବିଜେପି ଦାବି କରୁଛି ।

ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Odisha Bjp Odisha Bjp Strategy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe