Advertisment

ବିଜେଡି ସରକାରର ‘ଉପଦେଷ୍ଟା’ମାନଙ୍କୁ ହଟାଇଲେ ବିଜେପି ସରକାର

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଜି ବିଜେଡି ସରକାରର ଉପଦେଷ୍ଟାମାନଙ୍କୁ ଦାୟିତ୍ୱ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି।

undefined

Loka Seva Bhavan

Advertisment

ରାଜ୍ୟରେ ବିଜେଡି ସରକାରରେ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ପ୍ରାୟ ୧୫୦ରୁ ଅଧିକ ନେତାଙ୍କୁ ଆଜି ସେମାନଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଜି ବିଜେଡି ସରକାରର ଉପଦେଷ୍ଟାମାନଙ୍କୁ ଦାୟିତ୍ୱ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ଉପଦେଷ୍ଟାମାନଙ୍କ ଯୋଗୁ ସରକାରଙ୍କ କାର୍ଯ୍ୟକ୍ରମ ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏଭଳି ନିଷ୍ପତ୍ତି ନେଇଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ବିଜେଡି ସରକାର ନିଜର ଦଳୀୟ କର୍ମକର୍ତ୍ତାଙ୍କୁ ବିଭିନ୍ନ ବିଭାଗ ଓ ଯୋଜନାର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ।

Loka Seva Bhavan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe