Advertisment

ମେଂଟ ଚର୍ଚ୍ଚା ଭିତରେ ବିଜେଡି ସରକାର ବିରୁଦ୍ଧରେ ବିଜେପିର ପ୍ରଥମ ଅଭିଯୋଗ

ବିଜେପି ନିର୍ବାଚନ କମିଶନଙ୍କୁ ଭେଟି ବିଜେଡି ସରକାର ବିରୁଦ୍ଧରେ ଅଭିଯୋଗ ଆଣିଛି

undefined

lekhashree samantaray

Advertisment

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚର୍ଚ୍ଚା ପରଠୁ ନିରବ ଥିବା ବିଜେପି ଆଜି ପ୍ରଥମଥର ପାଇଁ ବିଜେଡି ସରକାର ବିରୁଦ୍ଧରେ ଅଭିଯୋଗ ଆଣିଛି। ନିର୍ବାଚନ କମିଶନଙ୍କୁ ଭେଟି ବିଧିବଦ୍ଧ ଭାବେ ବିଜେଡି ସରକାର ବିରୁଦ୍ଧରେ ଅଭିଯୋଗ ଆଣି ଦୀର୍ଘଦିନ ଧରି କାର୍ଯ୍ୟରତ ଅଧିକାରୀମାନଙ୍କୁ ତୁରନ୍ତ ବଦଳି ପାଇଁ ଦାବି ଜଣାଇଛି। ଏହାସହିତ ବିଜେପି ମଧ୍ୟ କେତେକ ଅଫିସରଙ୍କ ତାଲିକା ଆଜି ନିର୍ବାଚନ କମିଶନଙ୍କୁ ଦେଇଛି।
ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଭିନ୍ନ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅବା ୩ବର୍ଷରୁ ଅଧିକ ସମୟ ଧରି ଅବସ୍ଥାପିତ ଥିବା ସରକାରୀ କର୍ମଚାରୀମାନଙ୍କୁ ତୁରନ୍ତ ବଦଳି କରିବାକୁ ଦାବି ଜଣାଇଛନ୍ତି।

Advertisment

ବିଜେପି ଅଭିଯୋଗ କରିଛି ଯେ, ଆଗକୁ ୨୦୨୪ ସାଧାରଣ ଲୋକସଭା ଓ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଶାସକ ବିଜେଡି ସରକାରୀ କଳବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି । ପୁଲିସ ପ୍ରଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଏବଂ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଜନମତକୁ ବିଭ୍ରାନ୍ତ କରୁଥିବାର ଏବେଠାରୁ ବହୁ ଅଭିଯୋଗ ଓ ପ୍ରମାଣ ବାରମ୍ବାର ଆସୁଛି । ବିଭିନ୍ନ ଜିଲ୍ଲାରେ ଦୀର୍ଘବର୍ଷ ଧରି ଅବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହୋଇଛି । ସେମାନଙ୍କ ମଧ୍ୟରେ ଢ଼େଙ୍କାନାଳ ଜିଲ୍ଲାର ପିଡି ଡିଆରଡିଏ ଜ୍ୟୋତି ରଞ୍ଜନ ସାହୁ, ଗଞ୍ଜାମରେ ପୁଲିସ ଇନ୍ସପେକ୍ଟର ବିବେକାନନ୍ଦ ସ୍ୱାଇଁ, ଗଞ୍ଜାମରେ ପୁଲିସ ଡିଏସପି ଶିବଶଙ୍କର ମହାପାତ୍ର, ଭୁବନେଶ୍ୱର ଡିଏସପି ସୁଜିତ କୁମାର ଦଳାଇ, ଡିଏସପି ସୁଧାକର ମିଶ୍ର, ସଚିିବାଳୟ ଏସିପି ଶେଖର କୁମାର ମହାପାତ୍ର ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ସଂପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିବାକୁ ଦାବି କରିଛି।

ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ଉଲ୍ଲଘଂନ କରି ରାଜ୍ୟ ସରକାର ଜାଣିଶୁଣି ଦଳୀୟ କାର୍ଯ୍ୟରେ ଏମାନଙ୍କୁ ବ୍ୟବହାର କରୁଥିବାର ଅନେକ ନଜିର ରହିଛି । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି । ସରକାରୀ ଅଧିକାରୀମାନେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ । ତେଣୁ ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ବିଜେପି ତା’ର ଦାବିପତ୍ରରେ ଦର୍ଶାଇଛି ।

Advertisment

ନିର୍ବାଚନ ପରିଚାଳନାକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରାଇବା ଦାୟିତ୍ୱ ହେଉଛି ନିର୍ବାଚନ କମିଶନଙ୍କର ।  ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ବିଜେପି ଦାବି କରୁଛି ।

ବିଜେପିର ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ସୁରଥ ବିଶ୍ୱାଳ, ଉମାକାନ୍ତ ପଟ୍ଟନାୟକ, ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।
ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୬ଦିନ ଧରି ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ଅବଧି ମଧ୍ୟରେ  ବିଜେପି ଆଜି ପ୍ରଥମଥର ପାଇଁ ଶାସକ ବିଜେଡି ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡ଼ିଛି ।

BjD State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe