Advertisment

ସରଗରମ ହେବ ବିଧାନସଭା;ଆଜି ଗୃହରେ ଉପସ୍ଥାପିତ ହେବ CAG ରିପୋର୍ଟ

ଆଜି ଅତିରିକ୍ତ ବଜେଟକୁ ଗୃହର ମଂଜୁରୀ ମିଳିବ।

ଅଦ୍ୟତନ ହୋଇଛି
Assembly

Assembly

Advertisment

ଦୁଇ ଦିନ ପରେ ଆଜି ପୁଣି ସରଗରମ ହୋଇପାରେ ବିଧାନସଭାର ମୌସୁମୀ ଅଧିବେଶନ। ଆଜି ଅତିରିକ୍ତ ବଜେଟକୁ ଗୃହର ମଂଜୁରୀ ମିଳିବ। ତେବେ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ। ତେଣୁ ବିଧାନସଭା ସରଗରମ ରହିବ ବୋଲି ଆଶା କରାଯାଉଛି।

Advertisment

ଆଜି ପ୍ରଶ୍ନକାଳରେ ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,
ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି। ସେହିପରି ଆଜି ଗୃହରେ CAG ରିପୋର୍ଟ ଉପସ୍ଥାପିତ ହେବ।

ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖରେ ଚଳିତ ଅଧିବେଶନ ଶେଷ ହେବାକୁ ଥିବା ବେଳେ, କୌଣସି ବେସରକାରୀ କାର୍ଯ୍ୟ ଦିବସ ରହିନଥିବାରୁ ଆଜି ବିଧାନସଭା ଶେଷ ହୋଇପାରେ ବୋଲି ଆଶା କରାଯାଉଛି।

Advertisment
Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe