ରାଜ୍ୟରେ ନିରପେକ୍ଷ ନିର୍ବାଚନକୁ ବାଟବଣା କରୁଛନ୍ତି ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଏସଡିପିଓ ଦିଲ୍ଲୀପ ଦାସ: କଲ୍ ଯାଂଚ ଦାବି କଲା ବିଜେପି

ବିଜେପି ରାଜ୍ୟ ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିିଥିବା ବରିଷ୍ଠ ପୁଲିସ ଅଧିକାରୀ ଡିଏସ୍ କୁଟ୍ଟେ ଓ ଏସଡିପିଓ ଦିଲ୍ଲୀପ ଦାସ ମିଳିତ ଭାବେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି ।

ବିଜେପି ନେତା

  • Published: Monday, 27 May 2024
  • , Updated: 27 May 2024, 10:02 PM IST

ରାଜ୍ୟରେ ଶାସକ ବିଜେଡି ପାଇଁ ପୁଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ପୁଲିସ ଅଫିସର ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଏସଡିପିଓ ଦିଲ୍ଲୀପ ଦାସ ମିଳିତ ଭାବେ ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭୁଲ୍ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି । ଉଭୟଙ୍କର କଲ୍ ରେକର୍ଡ ଯାଂଚ କରାଯାଉ । ଆଜି ସାମ୍ବାଦିକ ସମ୍ମିଳନୀ କରି ପୁଲିସ୍ ବିରୁଦ୍ଧରେ ଏଭଳି କିଛି ଅଭିଯୋଗ କରିଛି ବିଜେପି । ଏହାସହିତ ଚିଲିକା ବିଧାୟକ ତଥା ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଜୋର ଜବରଦସ୍ତ ଏକ ମିଥ୍ୟା ମକଦ୍ଦମାରେ ଫସାଇ ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ମୁଖପାତ୍ର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିିଥିବା ବରିଷ୍ଠ ପୁଲିସ ଅଧିକାରୀ ଡିଏସ୍ କୁଟ୍ଟେ ଓ ଏସଡିପିଓ ଦିଲ୍ଲୀପ ଦାସ ମିଳିତ ଭାବେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି । ସେମାନଙ୍କର କଲ୍ ରେକର୍ଡ଼ ଯାଂଚ କରାଯାଉ । ପୁଲିସକୁ ଆୟୁଧ କରି ବିଜେପି ପ୍ରାର୍ଥୀ ଶ୍ରୀ ଜଗଦେବଙ୍କୁ ଜୋର ଜବରଦସ୍ତ ଏକ ମିଥ୍ୟା ମକଦ୍ଦମାରେ ଫସେଇ ଦିଆଯାଇଛି । ଶାସକ ଦଳ ପାଇଁ ପୁଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ । ଯଦି ଶ୍ରୀ ଜଗଦେବ ଦୋଷୀ ତାହାଲେ ସିସିଟିଭି ଭିଡିଓକୁ ତୁରନ୍ତ ସାର୍ବଜନୀନ କରାଯାଉ । ସିସିଟିଭି ଯାଂଚ ପାଇଁ ଦାବି କରାଯିବା ସତ୍ତ୍ୱେ ବିନା ପ୍ରମାଣରେ ଜଣେ ବିଧାୟକଙ୍କୁ ଏଭଳି ଗିରଫ କରିବା ଅତ୍ୟନ୍ତ ନିନ୍ଦନିୟ ଏବଂ ଗଣତନ୍ତ୍ର ପ୍ରତି ବିପଦ ବୋଲି ବିଜେପି ଅଭିଯୋଗ କରିଛି ।

ଶ୍ରୀ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୨୫ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଜେପିର ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ମେସିନ୍ ଭାଙ୍ଗିବା ଘଟଣା ଡାହା ମିଛ କଥା । ରାଜସୁନାଖଳାର ନିର୍ଦ୍ଦିଷ୍ଟ ବୁଥରେ ଭୋଟିିଂ ଚାଲିଥିବାବେଳେ ସାଂସଦ ଅପରାଜିତା ଷଡଙ୍ଗୀ ଓ ପ୍ରଶାନ୍ତ ଜଗଦେବ ସେଠାରେ ପହଂଚିଥିଲେ । ଶ୍ରୀ ଜଗଦେବ ୩ଟା ୪୫ମିନିଟରେ ବୁଥରେ ଭୋଟ ଦେବାକୁ ପ୍ରବେଶ କରିଥିଲେ । ସେଠାରେ ପୂର୍ବରୁ ବିଜେଡି କର୍ମୀମାନେ ଯୋଜନାବଦ୍ଧ ଭାବେ ଉପସ୍ଥିତ ରହି ଶ୍ରୀ ଜଗଦେବଙ୍କୁ ଫସାଇବା ପାଇଁ ଚକ୍ରାନ୍ତ କରିଥିଲେ । ସେମାନେ ବିଜେପି ସାଂସଦ ଓ ବିଧାୟକଙ୍କୁ ଗାଳିଗୁଲଜ କରିଥିଲେ।

ଖୋର୍ଦ୍ଧା ଏସଡିପିଓ ଶ୍ରୀ ଦାସ ମଧ୍ୟ ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହ ଅପରାଧୀ ଭଳି ଆଚରଣ କରିଥିଲେ । ଏସବୁ ଘଟଣାକୁ ପୁଲିସ ମୁଖ୍ୟାଳୟରୁ ଏହା ମନିଟରିଂ କରାଯାଉଥିଲା । ସାଢ଼େ ୪ଟାରେ ୩ଟି ପୁଲିସ ଗାଡ଼ି ଆସି ଅପରାଧୀଙ୍କ ଭଳି ସାଂସଦ ଗାଡିକୁ ଅଟକାଇଥିଲେ । ବିଜେପିର ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ଥାନାର ବାରଣ୍ଡାରେ ବସେଇ ଅତ୍ୟାଚାର କରାଯାଇଛି । ଏମିତିକି ପରିବାର ଲୋକଙ୍କୁ ଭେଟିବାକୁ ଦିଆଯାଇନଥିଲା । ଏଭଳି ଘଟଣା ପଛରେ ଏସଡିପିଓଙ୍କ ସମ୍ପୂର୍ଣ୍ଣ ହାତ ରହିଛି । ବିନା ପ୍ରମାଣରେ ଅପରାଧୀ ଭଳି ବିଧାୟକଙ୍କୁ ବ୍ୟବହାର କରି ଏସଡିପିଓ ନୀତି ଓ ନିୟମ ଉଲ୍ଲଘଂନ କରିଛନ୍ତି । ଏସଡିପିଓ ଦିଲୀପ ଦାସ ସେଠାରେ ଖଣି ମାଫିଆ ଭାବରେ ପ୍ରସିଦ୍ଧ । ଶାସକ ଦଳର କର୍ମୀ ଭଳି ଏସଡିପିଓ କାର୍ଯ୍ୟ କରିବା ସହ ଅନୁଶାସନ ଭାଙ୍ଗି ବିଜେଡି ପାଇଁ କାମ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଓ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related story