Congress president and Leader of Opposition in Rajya Sabha Mallikarjun Kharge
ଓଡ଼ିଶା ଗସ୍ତରେ ଆସି ଉଭୟ ବିଜେଡି ଓ ବିଜେପିକୁ ନିଶାନା କଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଆଉ କହିଲେ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଶାସନ କଲେଣି ହେଲେ ଏବେବି ଲୋକେ ଦାଦନ ଖଟିବାକୁ ଯାଉଛନ୍ତି।
ମୁଖ୍ୟମନ୍ତ୍ରୀ ଗୋଟିଏ ଜାଗାରେ ୨୪ ବର୍ଷ ଧରି ଶାସନରେ ରହିଲେ ମଧ୍ୟ ଓଡ଼ିଶାରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଲାଣି। କାମ ମିଳୁନଥିବାରୁ ଏଠାକାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡୁଛି। ଏହା ସତ୍ତ୍ୱେ କେଉଁ ମୁହଁରେ ଲୋକଙ୍କୁ ଭୋଟ୍ ମାଗିବାକୁ ଯାଉଛ ବୋଲି ବିଜେଡିକୁ ପ୍ରଶ୍ନ କରିଛନ୍ତି ଖଡ଼ଗେ। ଏଥିସହ କହିଛନ୍ତି ବିଜେଡି ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି। ମୋଦି ଗ୍ୟାରେଣ୍ଟି କିଛି କାମ ଦେବନି।
ମେଣ୍ଟ ସରକାରକୁ ଆସିଲେ ଦିଆଯାଇଥିବା ଇସ୍ତାହାର କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ଫୁଲବାଣୀ ସଭାରେ ଚାଷୀ ପ୍ରସଙ୍ଗ ଉଠାଇ ୩୧୪ ବ୍ଲକରେ ଶୀତଳ ଭଣ୍ଡାର ଓ ୩୫ ପ୍ରତିଶତ ଜମିକୁ ଜଳସେଚନ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ସେପଟେ ଖଡ଼ଗେଙ୍କ ମନ୍ତବ୍ୟ ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ମିଳିନଥିବା ବେଳେ, ବିଜେପି କହିଛି- ସାରା ଦେଶରେ ମୋଦି ହାୱାକୁ ଦେଖି କଂଗ୍ରେସ ହତୋତ୍ସାହିତ ହୋଇପଡ଼ିଛି। ଲୋକଙ୍କ ଭରସା ଅଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି ମାନେ ତାହା ନିଶ୍ଚିତ ପୂରଣ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
