Advertisment

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆମେରିକା ଗସ୍ତର ସୂଚନା ଦେଲା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ

ଆମେରିକାର ସିଲିକନ ଭ୍ୟାଲିଠାରେ ୯ଏକର ଜମିରେ ଗ୍ରାଣ୍ଡ ଜଗନ୍ନାଥ ମନ୍ଦିର କମ୍ପେ୍ଲକ୍ସ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଏହି ପ୍ରତିନିଧି ଦଳ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ।

ଅଦ୍ୟତନ ହୋଇଛି
visit to the US

visit to the US

Advertisment

ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ଆମେରିକା ଗସ୍ତକୁ ନେଇ ବିରୋଧୀ ଦଳର ସମାଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସଏମଓ) ପକ୍ଷରୁ ଆଜି ଗସ୍ତ ସଂକ୍ରାନ୍ତ ତଥ୍ୟର ସୂଚନା ଦିଆଯାଇଛି । ଆମେରିକାର ସିଲିକନ ଭ୍ୟାଲିଠାରେ ୯ଏକର ଜମିରେ ଗ୍ରାଣ୍ଡ ଜଗନ୍ନାଥ ମନ୍ଦିର କମ୍ପେ୍ଲକ୍ସ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଏହି ପ୍ରତିନିଧି ଦଳ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି । ତେବେ ଏହି ୭ଜଣିଆ ମନ୍ତ୍ରୀ ଓ ଅଫିସର ଦଳ କେବେ ଓଡ଼ିଶା ଛାଡ଼ିଲେ ଓ କେବେ ଫେରିବେ ତଥା ଆମେରିକାରେ ତାଙ୍କର ଅନ୍ୟ କ’ଣ ସବୁ କାର୍ଯ୍ୟକ୍ରମ ରହିଛି ସେ ନେଇ କିଛି ତଥ୍ୟ ଦେଇନାହିଁ ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଆଜି ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ସିଲିକନ୍ ଭ୍ୟାଲିଠାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆମେରିକା ଯାଇଥିବା ଓଡ଼ିଶାର ପ୍ରତିନିଧି ଦଳ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରବାସୀ ଓଡ଼ିଆଙ୍କୁ ଭେଟି ଆମେରିକା ଓ ଓଡ଼ିଶା ମଧ୍ୟରେ ସାମାଜିକ,ଅର୍ଥନୀତିକ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଗସ୍ତ କରିଛି । ପ୍ରତିନିଧି ଦଳରେ ଉନ୍ନୟନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଆଇଟି ସଚିବ ମନୋଜ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ପ୍ରତିିନିଧି ଦଳ ସିଲିକନ ଭ୍ୟାଲି ଯାଇଥିଲେ ଓ ପ୍ରବାସୀ ଓଡ଼ିଆ ଲୋକମାନଙ୍କ ନିମନ୍ତ୍ରଣରେ ସେଠାରେ ଥିବା ଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।

ପରେ ପ୍ରତିନିଧି ଦଳ ଗ୍ରାଣ୍ଡ ଜଗନ୍ନାଥ ମନ୍ଦିର କମ୍ପେ୍ଲକ୍ସ ଓ କଲଚରାଲ ସେଂଟର ନିର୍ମାଣ ପାଇଁ ୯ଏକର ବିଶିଷ୍ଟ ଏକ ସ୍ଥାନକୁ ଯାଇଥିଲେ, ଯେଉଁଠି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ସହ ସମ୍ପର୍କକୁ ଏହି କମ୍ପେ୍ଲକ୍ସ ଓ ସାଂସ୍କୃତିକ କେନ୍ଦ୍ର ଅଧିକ ସୁଦୃଢ଼ କରିବ । ଏହି ଅବସରରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସେଠାରେ ବୃକ୍ଷରୋପଣ କରିବା ସହ ମନ୍ଦିର ପ୍ରକଳ୍ପର ସଫଳତା ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ସହ ଫଟୋଚିତ୍ର ମଧ୍ୟ ପ୍ରଦାନ କରାଯାଇଛି ।

Advertisment
visit to the USମନ୍ତ୍ରୀ, ସଚିବଙ୍କ ବିଦେଶ ଗସ୍ତ

ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାହିଁକି ଏହି ଗସ୍ତ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଲାନି ଓ ବିରୋଧୀ ଦଳଙ୍କ କଡ଼ା ସମାଲୋଚନା ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏସବୁ ତଥ୍ୟ ଦେବାକୁ ଆଗେଇ ଆସିଲା ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

ସୂଚନାଯୋଗ୍ୟ, ଏହି ଅଫିସର ଟିମଙ୍କ ଆମେରିକା ଗସ୍ତକୁ ନେଇ ଗତକାଲି ଓ ଆଜି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା ଜାରି ରହିଛି ।

Bjd Politics Odisha Government Runs Secretly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe