Advertisment

ଆଗକୁ ଆସୁଛି ବଜେଟ୍; ରାଜ୍ୟବାସୀଙ୍କ ମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ SMS ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Mohan Majhi

ଆଗକୁ ଆସୁଛି ରାଜ୍ୟ ବଜେଟ୍। ତା’ପୂର୍ବରୁ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ SMS ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ। ତେଣୁ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତରେ କରାଯିବାର ଆବଶ୍ୟକତା ରହିଛି।

୨୦୨୪-୨୦୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ତିଆରି କରିଛି। ୱେବ ପୋର୍ଟାଲ ହେଉଛି budget.odisha.gov.in। ସେହିପରି [email protected] ଠିକଣାରେ ଇ-ମେଲ୍ ମଧ୍ୟ କରିପାରିବେ।

Advertisment

ଏହାବ୍ୟତୀତ 94381-61111 ମୋବାଇଲ୍ ନମ୍ବରରେ ବଜେଟ୍ ସମ୍ବନ୍ଧୀୟ ମତାମତ ପଠାଇପାରିବେ। କେବଳ ଏତିକି ନୁହେଁ, ଫେସବୁକ, ଇନଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ମତ ପଠାଇପାରିବେ। ଏସବୁ ଜରିଆରେ ସାଧାରଣ ଜନତା, ନାଗରିକ ସମାଜ, ବିଭିନ୍ନ ସିଭିଲ୍ ସୋସାଇଟି ସଂଗଠନ ନିଜର ମତାମତ  ଜୁନ୍ ୨୦ରୁ ଜୁଲାଇ ୫ ତାରିଖ ଯାଏଁ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇଛି।

Bhubaneswar Bjp Cmo Of Odisha Odisha Budget