ଅର୍ପଣ ରଥ ଖର୍ଚ୍ଚର ହିସାବ ମାଗିଲା କଂଗ୍ରେସ, କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ

କଂଗ୍ରେସ ଆଜି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଅର୍ପଣ ରଥ ବୁଲିବା ଓ ପ୍ରଚାରବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ହିସାବ ମାଗିଛି।

Congress

ପଂଚାନନ କାନୁନଗୋ

Ordigital Desk
  • Published: Friday, 19 January 2024
  • Updated: 19 January 2024, 09:32 PM IST

Sports

Latest News

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ବୁଲିଥିବା ଅର୍ପଣ ରଥକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏହି ଅର୍ପଣ ରଥ ବୁଲି ସଂଗୃହୀତ ଚାଉଳ ଓ ଗୁଆ ବିଭିନ୍ନ ସ୍ଥାନରେ ପଡ଼ି ରହିବାକୁ ନେଇ ବିଜେପି ଓ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରି ରାଜ୍ୟ ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି । କଂଗ୍ରେସ ଆଜି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଅର୍ପଣ ରଥ ବୁଲିବା ଓ ପ୍ରଚାରବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ହିସାବ ମାଗିଛି । ଏବାବଦରେ ଖର୍ଚ୍ଚ ପ୍ରାୟ ୨୫୦କୋଟି ଟଙ୍କାକୁ ହରିଲୁଟ୍ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାସହିତ ଓଡ଼ିଆଙ୍କ ଅସ୍ମିତା ପ୍ରତି କୁଠାରଘାତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ କରିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ।

କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ ଓ ମୁଖପାତ୍ର ସୁଦର୍ଶନ ଦାସ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାର ଜାଣିଶୁଣି କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ ରାଜ୍ୟତମାମ ଅର୍ପଣ ରଥ ବୁଲିଲାବେଳେ ଜଗନ୍ନାଥଙ୍କୁ ପିଲାଙ୍କ ଖେଳନାଠୁ ଆହୁରି ତୁଚ୍ଛ ଭାବରେ ପ୍ରଦର୍ଶିତ କରାଯାଇଛି । କେଉଁଠି ଡାଲା ଅଟୋ ଅବା କେଉଁଠି ଟାଟା ମ୍ୟାଜିକରେ ଶୋଲୋ ବା ଥର୍ମକଲରେ ଜଗନ୍ନାଥଙ୍କୁ ଅତ୍ୟନ୍ତ ବିକଳ ଭାବରେ ଚିତ୍ରିତ କରାଇ ବୁଲାଇବା କୋଟି କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି । ଜଗନ୍ନାଥଙ୍କ ପ୍ରତି ଲୋକଙ୍କର ଗଭୀର ଭକ୍ତି ଭାବର ସୁଯୋଗ ନେଇ ଶାସକ ଦଳର ନେତା ଓ କର୍ମୀମାନେ ହଜାର ହଜାର କ୍ୱିଂଟାଲ ଚାଉଳ, ପ୍ରଚୁର ପରିମାଣରେ ଗୁଆ ଓ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ଏପର୍ଯ୍ୟନ୍ତ ସେସବୁ ଚାଉଳ, ଗୁଆ, ଟଙ୍କା ଇତ୍ୟାଦି ଶ୍ରୀମନ୍ଦିରକୁ ଆସିନାହିଁ କିମ୍ବା ତାର ହିସାବ ମଧ୍ୟ ନାହିଁ । ବିଭିନ୍ନ ପଂଚାୟତ ଓ ସହରାଂଚଳର ୱାର୍ଡ ଗୁଡ଼ିକରୁ କେତେ ଟଙ୍କା ଆଦାୟ ହୋଇଛି ତା\'ର ହିସାବ ସରକାର ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଶ୍ରୀ କାନୁନଗୋ ଦାବି କରିଛନ୍ତି ।

ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି ହଜିଲା । ଏତେ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରରେ କେତେ ରତ୍ନ ରହିଛି ତା\'ର ହିସାବ ସରକାର ଦେଲେ ନାହିଁ । ଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ରାଜ୍ୟ ସରକାର ଘରୋଇ ଶିଳ୍ପ ସଂସ୍ଥା ବେଦାନ୍ତକୁ ଟେକିଦେଲେ । ସୁପ୍ରିମକୋର୍ଟଙ୍କ ତାଗିତ ଓ ଭତ୍ସର୍ନା ପରେ ମଧ୍ୟ ରାଜ୍ୟ ସରକାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଲେ ନାହିଁ କିମ୍ବା ଜଗନ୍ନାଥଙ୍କ ଜମିକୁ ଫେରାଇ ଆଣିଲେ ନାହିଁ । ଏହା ରାଜ୍ୟ ସରକାର ଓ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥ ପ୍ରତି ଭକ୍ତିଭାବର ଅସଲ ଚେହେରାକୁ ଉନ୍ମୋଚନ କରୁଛି ବୋଲି ଶ୍ରୀ କାନୁନଗୋ କଟାକ୍ଷ କରିଛନ୍ତି ।

Also Read

ସେହିପରି ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ଯେ, ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି । ରାଜ୍ୟ ସରକାର ଏହି ଅର୍ପଣ ରଥ ବୁଲାଇବା ଓ ଭୋଜିଭାତ କରିବା ପାଇଁ ପ୍ରତି ପଂଚାୟତକୁୁ ୨ଲକ୍ଷ ଓ ପ୍ରତି ବ୍ଲକକୁ ୫ ଲକ୍ଷ କରି ଅନୁଦାନ ଦେଇଥିଲେ । ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ଅର୍ପଣ ରଥ ପାଇଁ ୬୭୯୪ ପଂଚାୟତ ଓ ୩୧୪ଟି ବ୍ଲକ ପାଇଁ ୧୫୧.୫୮ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି । ଅନୁରୂପ ଭାବରେ ରାଜ୍ୟର ୪୮ଟି ମ୍ୟୁନିସପାଲଟିର ୯୬୭ ଟି ୱାର୍ଡ ପାଇଁ ୧୯.୩୪ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା । ଆଉ ୬୭ ଟି ବିଜ୍ଞପିତ ଅଂଚଳର ୱାର୍ଡପ୍ରତି ୧ଲକ୍ଷ ଓ ମହାନଗର ନିଗମର ୱାର୍ଡ ପିଛା ୫ଲକ୍ଷ ଲେଖାଏ  ଅନୁଦାନ ଦେଇଛନ୍ତିି।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ବିଜ୍ଞାପନ ବାବଦରେ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ କୋଟି କୋଟି ଟଙ୍କା ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି । ଏହି ସବୁ ପ୍ରଚାର କାର୍ଯ୍ୟକ୍ରମରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି ଏବଂ ବିଜେଡ଼ି ଦଳର ନେତା ଓ କର୍ମୀମାନେ ହାତକୁ ଚିକ୍ମଣ କରିଛନ୍ତି । ଏହି ଟଙ୍କା କେଉଁଠୁ ଆସିଲା ଓ ତା’ର ବିନିଯୋଗ ପାଇଁ କିଏ ଉତ୍ତରଦାୟୀ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ଏହାସହିତ କଂଗ୍ରେସ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସମୀକ୍ଷା କରି ଏହି ଅର୍ପଣ ରଥ କାର୍ଯ୍ୟକ୍ରମର ଦୁର୍ନୀତିକୁ ପର୍ଦ୍ଦାଫାସ କରିବ ବୋଲି ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story