Advertisment

୨୦୨୧ରେ ଓଡ଼ିଶାରେ ମୃତ୍ୟୁ ହାର ୩ଗୁଣ ବଢ଼ିଥିଲା!

ମେଡିକାଲ୍ ସାର୍ଟିଫିକେଟ୍ ଜନିତ ମୃତ୍ୟୁରେ ମୁଖ୍ୟତଃ ୯ ପ୍ରକାର କାରଣକୁ ବିଭାଗୀକରଣ କରି ପଂଜୀକରଣ କରାଯାଇଥାଏ। ଯେମିତିକି- ଶ୍ୱାସକ୍ରିୟାଜନିତ ରୋଗ, ନିମୋନିଆ, ସଂକ୍ରାମକ ରୋଗ ଓ ସ୍ନାୟୁ ରୋଗ ଇତ୍ୟାଦି।

author-image
Ordigital Desk
ଅଦ୍ୟତନ ହୋଇଛି
Covid Death

Covid Death

କୋଭିଡ୍ ମହାମାରୀ ବର୍ଷରେ ଓଡ଼ିଶାରେ ପୂର୍ବ ବର୍ଷ ଅପେକ୍ଷା ତିନି ଗୁଣ ଅଧିକ ଲୋକ ମରିଥିଲେ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଜାତୀୟ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ରିପୋର୍ଟ-୨୦୨୧ରୁ ଏହି ତଥ୍ୟ ପଦାକୁ ଆସିଛି।

Advertisment

୨୦୨୦ ମାର୍ଚ୍ଚ ମାସରେ ଓଡ଼ିଶାରେ କୋଭିଡ୍ ପ୍ରବେଶ କଲା ବୋଲି ସରକାରୀ ଭାବେ ଘୋଷଣା କରାଗଲା। ୨୦୧୯ରେ ଓଡ଼ିଶାରେ ୩,୪୨,୯୪୭ ଲୋକଙ୍କ ମୃତ୍ୟୁ ପଂଜୀକୃତ ହୋଇଥିବାବେଳେ ୨୦୨୦ରେ ଏହା ୩,୬୨,୯୮୨ ହୋଇଥିଲା। ଅର୍ଥାତ୍ ପୂର୍ବ ବର୍ଷ ତୁଳନାରେ ଅଧିକ ୨୦,୦୩୫ ଲୋକଙ୍କର ମୃତ୍ୟୁ ହୋଇଥିଲା ବା ଅନ୍ୟ ଅର୍ଥରେ କହିଲେ ୫.୮% ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

୨୦୨୧ରେ କୋଭିଡର ଦ୍ୱିତୀୟ ଲହର ଆସିଥିଲା ଓ ଏହାର ପ୍ରକୋପ ଅଧିକ ହୋଇଥିଲା। ରାଜ୍ୟରେ ପଂଜୀକୃତ ମୃତ୍ୟୁ ସଂଖ୍ୟା ୪,୩୯,୭୨୬କୁ ବୃଦ୍ଧି ପାଇଥିଲା। ଅର୍ଥାତ୍ ୭୬,୭୪୪ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଅର୍ଥରେ କହିଲେ, ମୃତ୍ୟୁ ହାର ପୂର୍ବ ବର୍ଷ ଅପେକ୍ଷା ୨୧.୧୪%କୁ ବୃଦ୍ଧି ପାଇଥିଲା।

Advertisment
Covid Death
ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଜାତୀୟ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ରିପୋର୍ଟ-୨୦୨୧

କୋଭିଡ କାରଣରୁ ମୃତ୍ୟୁ ସଂଖ୍ୟା ନିଶ୍ଚିତ ଭାବେ ବଢ଼ିଥିବାବେଳେ କେବଳ କୋଭିଡରେ ରାଜ୍ୟରେ କେତେ ଲୋକଙ୍କ ମୃତ୍ୟୁ ହୋଇଥିଲା ତାର ସ୍ପଷ୍ଟ ଚିତ୍ର ଆସିପାରିନାହିଁ। ଯେଉଁ ମୃତ୍ୟୁଗୁଡ଼ିକ ସଂପର୍କରେ ମେଡିକାଲରୁ ସାର୍ଟିଫିକେଟ୍ ମିଳିଛି ତାର ହିସାବ ବହୁତ କମ୍ ଅର୍ଥାତ୍ ମାତ୍ର ୧୭.୯%। 

ମେଡିକାଲ୍ ସାର୍ଟିଫିକେଟ୍ ଜନିତ ମୃତ୍ୟୁରେ ମୁଖ୍ୟତଃ ୯ ପ୍ରକାର କାରଣକୁ ବିଭାଗୀକରଣ କରି ପଂଜୀକରଣ କରାଯାଇଥାଏ। ଯେମିତିକି- ଶ୍ୱାସକ୍ରିୟାଜନିତ ରୋଗ, ନିମୋନିଆ, ସଂକ୍ରାମକ ରୋଗ ଓ ସ୍ନାୟୁ ରୋଗ ଇତ୍ୟାଦି।

୨୦୨୧ରେ ଜାତୀୟ ସ୍ତରରେ ସର୍ବାଧିକ ୨୯.୮% ମୃତ୍ୟୁ ଶ୍ୱାସକ୍ରିୟା ଜନିତ ହୋଇଥିବାବେଳେ କୋଭିଡ୍ କାରଣରୁ ଦ୍ୱିତୀୟ ସର୍ବାଧିକ ୧୭.୨% ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।

ଓଡ଼ିଶାରେ ୨୦୨୧ରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ହଠାତ୍ ତିନିଗୁଣରୁ ଅଧିକ ବଢ଼ିବା ପଛରେ କୋଭିଡ୍ କାରଣକୁ ଠିକ୍ ଭାବରେ ଦର୍ଶାଯାଇନଥିବା ସ୍ପଷ୍ଟ ହୋଇଛି।

(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ)