Advertisment

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

୨୫ ତାରିଖ ସକାଳ ସାତଟାରୁ ନିର୍ବାଚନ ଆରମ୍ଭ ହେବ

Election

Election

Advertisment

ସରିଲା ପ୍ରଚାର। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ସାଇଲେଣ୍ଟ ପିରିୟଡ୍। କଡା ନଜରରେ ମତଦାନ ପ୍ରକ୍ରିୟା। ଏହି ପର୍ଯ୍ୟାୟରେ ୬୪ ଜଣ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ। ମୋଟ୍ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ। ଯେଉଁଥିରୁ ୨୧% ହେଉଛନ୍ତି ଯୁବ ଭୋଟର୍। ୩ ହଜାର ଜଣ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର୍ ଘରୁ ମତଦାନ କରିଛନ୍ତି। ମତଦାନ ଲାଗି କରାଯାଇଛି ୧୦ ହଜାର ୫୫୧ଟି ବୁଥ୍। ତା ମଧ୍ୟରୁ ୨୦ ପ୍ରତିଶତ ହେଉଛି ସମ୍ବେଦନଶୀଳ। ଏହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି। ସେପଟେ ୬ ସଂସଦୀୟ କ୍ଷେତ୍ରରେ ମୋଟ୍ ୨୬୩ କୋଟି ୫୫ ଲକ୍ଷ ଟଙ୍କା ମୂଲ୍ୟର କ୍ୟାସ୍, ମଦ, ମୂଲ୍ୟବାନ ଅଳଙ୍କାର ସିଜ୍ ହୋଇଛି। ଆଜିଠାରୁ ଅନ୍ଧାରୀ ବିଜେ ଆରମ୍ଭ ହେଉଥିବାରୁ ବିଭିନ୍ନ ସ୍କ୍ୱାଡ୍ ର ନଜର ରାଜନୈତିକ ଗତିବିଧି ଉପରେ ରହିଛି।

Advertisment

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଥ୍ ରିଗିଂକୁ ନେଇ ଦୁଇଦିନ ତଳେ ନୟାଗଡ଼ ମଞ୍ଚରେ ଖୋଲା ଚେତାବନୀ ଦେଇସାରିଛନ୍ତି। ରାଜ୍ୟରେ ବୁଥ୍ ରିଗିଂ କରି ପୂର୍ବରୁ ଯେପରି ନିର୍ବାଚନ ଜିତା ଯାଉଥିଲା ଏଥର ଆଉ ସମ୍ଭବ ନୁହେଁ। କାରଣ ନିର୍ବାଚନ କମିଶନ ସଜାଗ ଥିବାବେଳେ କେନ୍ଦ୍ରୀୟ ଫୋର୍ସ ବି ତୟାର ଅଛନ୍ତି। ବୁଥ୍ ଲୁଟିବାକୁ ଚେଷ୍ଟା କଲେ ଫସିବ ବୋଲି କହି ଚେତାବନୀ ଦେଇଯାଇଛନ୍ତି ଅମିତ ଶାହ।

ଆଜିଠାରୁ ପୋଲିଂ ପାର୍ଟିଗୁଡିକ ବୁଥ୍ ଅଭିମୁଖେ ଗସ୍ତ କରିଛନ୍ତି। ଇଭିଏମ୍, ଭିଭିପ୍ୟାଟ୍ ଓ ଆବଶ୍ୟକୀୟ ସାମଗ୍ରୀ ଧରି ବୁଥ୍କୁ ଯାଉଛନ୍ତି। ଯଦିଓ ଏହି ପର୍ଯ୍ୟାୟ ନିର୍ବାଚନ ଲାଗି ଏୟାର ଡ୍ରପ୍ ଆବଶ୍ୟକତା ନାହିଁ ତଥାପି ଭୌଗୋଳିକ ଦୃଷ୍ଟି କୋଣରୁ ପୋଲିଂ ପାର୍ଟିଗୁଡିକ ଗସ୍ତ କରିଛନ୍ତି। ୨୫ ତାରିଖ ସକାଳ ସାତଟାରୁ ନିର୍ବାଚନ ଆରମ୍ଭ ହେବ। କିଛି ସ୍ଥାନରେ ଅପରାହ୍ନ ୪ଟା ଆଉ କିଛି ସ୍ଥାନରେ ଅପରାହ୍ନ ୫ଟା ଯାଏ ମତଦାନ ସଂଗ୍ରହ କରିବାକୁ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ ଅଧିକାଂଶ ସ୍ଥାନରେ ସଂଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ କରାଯିବ।

Advertisment
2024 Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe