Advertisment

ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍

ସବୁ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲକୁ ଗୃହରେ ପାରିତ କରାଯିବ।

author-image
Tapaswini Nayak
Odisha Assembly

Odisha Assembly

ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍। ସବୁ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲକୁ ଗୃହରେ ପାରିତ କରାଯିବ।

Advertisment

ଗୃହରେ ପଞ୍ଚାତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଚିକିଟି ମଦ ମୃତ୍ୟୁ, ଢେଙ୍କାନାଳ ଗଣଦୁଷ୍କର୍ମ, ସୁଭଦ୍ରା, ଆଇନ ଶୃଙ୍ଖଳା, ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବ, ଖଣିଜ ସମ୍ପଦର କୁବିନିଯୋଗ ଆଦି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ।

ସେହିପରି ବ୍ୟୟ ମଞ୍ଜୁରୀ ଆଲୋଚନା ସମୟରେ ତିନି ମାସର ମୋହନ ସରକାର ପ୍ରତିଶ୍ରୁତି ଦେଇ କିପରି ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି, ସେ ପ୍ରସଙ୍ଗ ଉଠାଇବେ ବିରୋଧୀ ବିଜେଡି ଓ କଂଗ୍ରେସ। ଶାସକ ଦଳ ମଧ୍ୟ ତିନି ମାସର ସରକାରଙ୍କ ସଫଳତାର କଥାକୁ ଗୃହରେ ଉଠାଇବ। 

Advertisment
Bhubaneswar Odisha Assembly