Advertisment

ଐତିହ୍ୟ କ୍ୟାବିନେଟ୍ ନିଷ୍ପତ୍ତି : ଫେବୃୟାରୀରେ  ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଆସନ୍ତାବର୍ଷ ଫେବୃୟାରୀ ମାସରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Lokaseva Bhavan

Lokaseva Bhavan

Advertisment

ଆସନ୍ତାବର୍ଷ ଫେବୃୟାରୀ ମାସରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Advertisment

ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ, ଆଜି ଐତିହ୍ୟ କ୍ୟାବିନେଟ୍ ବୈଠକରେ ଆସନ୍ତା ଫେବୃୟାରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମଥର ପାଇଁ ଭୁବନେଶ୍ୱରରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେବ।

ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରେ ଥିବା ଭାଷାବିତ୍ ଓ ଗବେଷକମାନଙ୍କୁ ଆମନ୍ତ୍ରଣ କରାଯିବ । ଏହି ସମ୍ମିଳନୀ ୩ଦିନ ଧରି ଚାଲିବ । ଏଥିରେ କେବଳ ଓଡ଼ିଆ ଭାଷା ନୁହେଁ ଓଡ଼ିଶାରେ ବ୍ୟବହୃତ ହେଉଥିବା ସମସ୍ତ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ଦିଗରେ ଅଧିକ କ’ଣ ପଦକ୍ଷେପ ନିଆଯାଇପାରିବ ତା’ଉପରେ ବିସ୍ତୃତ ଆଲୋଚନା ହେବ । ସମ୍ମିଳନୀକୁ ଆସିଥିବା ଗବେଷକ ଓ ବିଶେଷଜ୍ଞମାନଙ୍କ ମତାମତ ସଂଗ୍ରହ କରାଯିବ । ଭାଷା ବୈଜ୍ଞାନିକମାନଙ୍କୁ ମଧ୍ୟ ନିଜର ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରିବାର ସୁଯୋଗ ମିଳିବ ।

Advertisment

ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ଏବଂ ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆକର୍ଷଣ ବୃଦ୍ଧି କରିବା । ଏହି ସମ୍ମିଳନୀରେ ଓଡ଼ିଆ ଭାଷାର ଗବେଷକଙ୍କ ସମେତ ବିଶ୍ୱରେ କାର୍ଯ୍ୟ କରୁଥିବା ବିଭିନ୍ନ ଭାଷାର ବୈଜ୍ଞାନିକ ଓ ଗବେଷକମାନଙ୍କୁ ଆମନ୍ତ୍ରଣ କରାଯିବ । ସ୍କୁଲ,କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟ ଏହି ସମ୍ମିଳନୀରେ ସାମିଲ କରାଯାଇ ସେମାନଙ୍କ ମଧ୍ୟରେ ଭାଷା ଜ୍ଞାନକୁ କିଭଳି ଅଧିକ ରୁଦ୍ଧିମନ୍ତ କରିହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଆ ଭାଷାକୁ ପ୍ରଫେସନାଲ କୋର୍ସରେ କିଭଳି ସାମିଲ କରାଯିବ ଓ ଡିଜିଟାଲ ଯୁଗରେ ଓଡ଼ିଆ ଓ ସ୍ଥାନୀୟ ଭାଷାର ପ୍ରଚାରପ୍ରସାର ଉପରେ ମଧ୍ୟ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବ ।

ଏହି ୩ଦିନିଆ ସମ୍ମିଳନୀରେ ସଂସ୍କୃତି ବିଭାଗ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ପ୍ରମୁଖ ବିଭାଗଗୁଡ଼ିକ ସାମିଲ ହେବେ । ବିଶ୍ୱରେ ରହୁଥିବା ବିଭିନ୍ନ ଓଡ଼ିଆ ସଂଗଠନ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରୁଥିବା ଗବେଷକ ଓ ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ସମ୍ମିଳନୀରେ ସାମିଲ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।
ଖୁବଶୀଘ୍ର ସରକାରୀସ୍ତରରେ ବୈଠକ ବସି କେବେ ଏହି ସମ୍ମିଳନୀ ହେବ ତା’ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଦୀର୍ଘବର୍ଷ ପରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଓଡ଼ିଆ କାର୍ଡ ଖେଳିବା ଉଦ୍ଦେଶ୍ୟରେ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ର ଆୟୋଜନ କରୁଥିବା ଚର୍ଚ୍ଚା ହେଉଛି ।

Cabinet Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe