Advertisment

ପଦମପୁର ଜିଲ୍ଲା ପାଇଁ ପ୍ରକ୍ରିୟା ଆରମ୍ଭ କଲେ ସରକାର

ବରଗଡ଼ର ପଦମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପ୍ରସ୍ତାବିତ ପଦମପୁର ଜିଲ୍ଲାର ମୁଖ୍ୟାଳୟ କେଉଁଠି ରହିବ ସେ ନେଇ ଆଜି ସ୍ଥାନ ନିରୀକ୍ଷଣ ଆରମ୍ଭ ହୋଇଛି।

author-image
Ordigital Desk
Padampur

Padampur

ବରଗଡ଼ର ପଦମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପ୍ରସ୍ତାବିତ ପଦମପୁର ଜିଲ୍ଲାର ମୁଖ୍ୟାଳୟ କେଉଁଠି ରହିବ ସେ ନେଇ ଆଜି ସ୍ଥାନ ନିରୀକ୍ଷଣ ଆରମ୍ଭ ହୋଇଛି। ଉତ୍ତରାଂଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ପଦମପୁର ଉପଖଣ୍ଡର ବିଭିନ୍ନ ଅଂଚଳକୁ ଯାଇ ଜିଲ୍ଲା ମୁଖ୍ୟାଳୟ ସ୍ଥାପନ ନେଇ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Advertisment

ବରଗଡ଼ ଅତିରିକ୍ତ ଜିଲ୍ଲାପାଳ, ଉପଜିଳ୍ଲାପାଳ, ତହସିଲଦାର, ରାଜସ୍ୱ ନିରୀକ୍ଷକ ଆଦିଙ୍କ ସହ ଆରଡିସି ଶ୍ରୀ ଦଳେଇ ସ୍ଥାନ ନିରୀକ୍ଷଣ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦଳେଇ କହିଛନ୍ତି ଯେ, ପ୍ରସ୍ତାବିତ ପଦମପୁର ଜିଲ୍ଲା ମୁଖ୍ୟାଳୟ ନିମନ୍ତେ ସ୍ଥାନ ନିରୀକ୍ଷଣ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ୩ଟି ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ସ୍ଥାନର ଆକାର ୫ଏକର ଲେଖାଏଁ ହେବ। ଏସବୁ ସ୍ଥାନ ଜିଲ୍ଲାପାଳ କାର୍ଯ୍ୟାଳୟ ନିମନ୍ତେ ଉପଯୁକ୍ତ ବୋଲି ଅନୁଭବ କରି ସରକାରଙ୍କୁ ରିପୋର୍ଟ ଦେବୁ। ସରକାର ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପ୍ରସ୍ତାବିତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟ ନିମନ୍ତେ ସ୍ଥାନ ଚିହ୍ନଟ କରିବାକୁ ନିଷ୍ପତ୍ତି ହୋଇଥିଲା।

Advertisment

ସୂଚନାଯୋଗ୍ୟ, ପଦମପୁର ବିଧାନସଭା ଉପନିର୍ବାଚନବେଳେ ୨୦୨୩ ଫେବୃୟାରୀ ୧୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁରକୁ ବର୍ଷକ ମଧ୍ୟରେ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ପରେ ରାଜ୍ୟର ବିଭିନ୍ନ ଭାଗରୁ ଜିଲ୍ଲା ଗଠନ ଦାବି ଜୋର ଧରିଛି ।

BjD State Bjp