ଆସନ୍ତା ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ‘କୃଷି ଓଡ଼ିଶା’ ଉତ୍ସବ ପାଳନ ହେବ । ଏଥିରେ ପ୍ରାୟ ୫ହଜାର ମହିଳା ଚାଷୀ, ୨ହଜାର ମହିଳା ଏସଏଚଜି ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ସାମିଲ ହେବେ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ସାଧାରଣ ନିର୍ବାଚନୀ ବର୍ଷରେ ଗାଁ ଗହଳିରୁ ଚାଷୀ ଓ ମହିଳା ଏସଏଚଜିଙ୍କୁ ଭୁବନେଶ୍ୱର ଆଣି ନିଜର ପ୍ରଚାରପ୍ରସାର ଉପରେ ନବୀନ ପଟ୍ଟନାୟକ ସରକାର ଗୁରୁତ୍ୱ ଦେଇଛନ୍ତି ।
ଆଜି ଏହି କୃଷି ଉତ୍ସବ ସମ୍ପର୍କରେ ସୂଚନା ଦେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, କୃଷି ଓଡ଼ିଶା ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ଓ ରାଜ୍ୟପାଳ ରଘୁବର ଦାସ ଉଦଯାପନୀ ସମାରୋହରେ ଯୋଗ ଦେବେ।
Also Read
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର ଇନଷ୍ଟିଚ୍ୟୁଟ୍, ସିଜିଆଇଏଆର ଇନଷ୍ଟିଚ୍ୟୁଟ, ବେସରକାରୀ ସଂଗଠନ ସହଯୋଗରେ ୧୭ଟି ଟେକନିକାଲ ଅଧିବେଶନ, କୃଷି ବୈଜ୍ଞାନିକ ଆଲୋଚନା ଓ ସେମିନାର ଆଦି ହେବ । ସେହିପରି ଚାଷୀଙ୍କ ମଧ୍ୟରେ ସ୍ଥାନୀୟ ସଙ୍ଗୀତ, କାହାଣୀ, କ୍ୱିଜ୍ ଓ ବକ୍ତୃତାର ଆୟୋଜନ ମଧ୍ୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଚରା ନବୀନ, ଅସହାୟତା ଜଳଜଳ: ପାଣ୍ଡିଆନଙ୍କ ପାଇଁ ମାମଲାତି କଲେ ୪ ସାଂସଦ, ଅସ୍ଥିରତା ପଛରେ ବବି
ନବୀନ ନିବାସରେ ସୋମବାର ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଦେବା ପରେ ଚିହିଁକି ଉଠିଛନ୍ତି ଦଳର ୪ଜଣ ରାଜ୍ୟସଭା ସାଂସଦ।

Politics
କର୍ଣ୍ଣାଟକା କଂଗ୍ରେସ କନ୍ଦଳ ଆହୁରି ଘନେଇଲା
ରାଜନୀତିକ ସମୀକ୍ଷକଙ୍କ ମତରେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବାରୁ ଦଳର ରାଜ୍ୟର ସଭାପତି ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। କାରଣ ସେ ଜାଣିଛନ୍ତି ଯେ ସଭାପତି ପଦ ଛାଡ଼ିଦେଲେ ଦଳରେ ତାଙ୍କର ସ୍ଥିତି ଦୁର୍ବଳ ହୋଇଯିବ।

Politics
ପାଣ୍ଡିଆନ ଚାହୁଁଛନ୍ତି କି ବିଜେଡି ବିଭାଜନ: ସୁଜାତାଙ୍କ ଏଣ୍ଟ୍ରି ପାଇଁ ‘ଡିଲ୍’ , ସସ୍ମିତ-ପ୍ରତାପ ମୋହରା
ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ଉତ୍ତରାଧିକାରୀ ଭାବେ ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ସୁଚିନ୍ତିତ ଢଙ୍ଗରେ ସୁଜାତାଙ୍କୁ ଆଗକୁ ଆଣିବାର ବ୍ୟବସ୍ଥା ହୋଇଛି । ନବେ ଦଶକରେ ନବୀନଙ୍କ ରାଜନୀତିକ ଏଂଟ୍ରି ପାଇଁ ଯେଭଳି ‘ଡିଲ୍’ ହୋଇଥିଲା ଅନୁରୂପ ‘ଡିଲ୍’ ସୁଜାତାଙ୍କ ରାଜନୀତିକ ଏଂଟ୍ରି ନିମନ୍ତେ କରାଯାଇଥିବା ଚର୍ଚ୍ଚା ।

Politics
ନବୀନଙ୍କୁ ଚେତାଇଲେ ନେତା: ଅପବାଦ ମୁଣ୍ଡାଇବାକୁ ପ୍ୟାରୀ-ପାଣ୍ଡିଆନ ନାହାନ୍ତି, ଏଣିକି ଆପଣ ହିଁ ଦାୟୀ
ୱାକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ଗୁରୁବାର ବିଜେଡିର ନାଟକୀୟ ଆଭିମୁଖ୍ୟକୁ ନେଇ ଦଳରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତି ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଆଗଧାଡ଼ିର ଦଳୀୟ ନେତାମାନେ ନବୀନଙ୍କୁ ଭେଟି ସାଂଗଠନିକ ପରିଚାଳନା ଓ ଦଳର ଆଭିମୁଖ୍ୟକୁ ନେଇ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Politics
ରାମ ମନ୍ଦିର, ତିନ ତଲାକ, ୩୭୦, ସିଏଏ ଓ ୱକଫ ପରେ ସରକାରଙ୍କ ଆଜେଣ୍ଡାରେ ଆଉ କ’ଣ ଅଛି?
ରାମ ମନ୍ଦିର ପ୍ରତିଷ୍ଠା ହୋଇ ସାରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି। ବିଜେପି ଶାଶିତ ରାଜ୍ୟଗୁଡ଼ିକରେ ପର୍ଯ୍ୟାୟକ୍ରମେ ୟୁସିସି ଲାଗୁ ହେଉଛି। ଦେଶରେ ସିଏଏକୁ ମଧ୍ୟ ମୋଦି ସରକାର କାର୍ଯ୍ୟକାରୀ କରିଛନ୍ତି।