Advertisment

ମାସକୁ ୩ହଜାର ଟଙ୍କା ଭତ୍ତା ଦେବେ ସରକାର

ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ରାଜ୍ୟରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପରିମାଣ ମାସକୁ ୩ହଜାର ଟଙ୍କା କରିବା ପାଇଁ ପଦକ୍ଷେପ ନିଆଯାଉଛି ।

Nityananda Gond

Nityananda Gond

Advertisment

ରାଜ୍ୟରେ ବିଜେପି ସରକାର ନିଜର ସଂକଳ୍ପପତ୍ର ଆଧାରରେ ଗରିବ ହିତାଧିକାରୀମାନଙ୍କୁ ମାସକୁ ୩ହଜାର ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା ଯୋଗାଇ ଦେବେ। ଏନେଇ ଅର୍ଥ ବିଭାଗ ସହ ଆଲୋଚନା ପରେ ଭତ୍ତା ପରିମାଣ ବୃଦ୍ଧି କରାଯିବ ବୋଲି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

Advertisment

ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ରାଜ୍ୟରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପରିମାଣ ମାସକୁ ୩ହଜାର ଟଙ୍କା କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ଭତ୍ତା ପାଇଁ କେତେ ଟଙ୍କା ବଜେଟରେ ରହିଛି ସେନେଇ ଅର୍ଥ ବିଭାଗ ସହ ଆଲୋଚନା କରାଯିବ । ଅର୍ଥ ବିଭାଗର ମତାମତ ମିଳିବା ପରେ ଖୁବଶୀଘ୍ର ଭତ୍ତା ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ।

ସୂଚନା ଅନୁସାରେ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ହିତାଧିକାରୀମାନଙ୍କୁ ମାସିକ ଭତ୍ତା ପ୍ରଦାନ ପାଇଁ ସରକାର ଯୋଜନା କରିଛନ୍ତି । ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଆଧାରରେ ବିଜେପି ସରକାର ଏହି ବର୍ଦ୍ଧିତ ଭତ୍ତା ଯୋଗାଇ ଦେବେ ।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରାୟ ୩୬.୭୫ଲକ୍ଷ ହିତାଧିକାରୀ ଏବେ ମାସିକ ଭତ୍ତା ପାଉଛନ୍ତି । ଗତ ଫେବୃୟାରୀ ମାସରେ ରାଜ୍ୟର ତତକାଳୀନ ବିଜେଡି ସରକାର ଏହି ହିତାଧିକାରୀଙ୍କ ମାସିକ ଭତ୍ତା ପରିମାଣ ୫୦୦ଟଙ୍କା ବୃଦ୍ଧି କରିଥିଲେ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe