/odisha-reporter/media/post_attachments/uploadimage/library/16_9/16_9_0/IMAGE_1698718424.jpg)
Raghubar das
ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨ତାରିଖରେ ଓଡ଼ିଆ ଫିଲ୍ମ ‘ଶାନ୍ତି ଆପାର୍ଟମେଂଟ’ର ପ୍ରିମିୟର ଶୋ’ରେ ଯୋଗ ଦେବେ । ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଓ ଅଭିନେତ୍ରୀ ରାଗିଣୀ ଆଜି ରାଜଭବନରେ ରାଜ୍ୟପାଳ ଶ୍ରୀ ଦାସଙ୍କୁ ଭେଟି ଫିଲ୍ମର ପ୍ରଥମ ଶୋ’ ଦେଖିବା ନିମନ୍ତେ ଆମନ୍ତ୍ରଣ କରିଛନ୍ତି । ଆଉ ରାଜ୍ୟପାଳ ମଧ୍ୟ ଏହି ଫିଲ୍ମର ପ୍ରିମିୟର ଶୋ’ ଦେଖିବେ ବୋଲି ସମ୍ମତି ଦେଇଥିବା ଜଣାପଡ଼ିଛି ।
Advertisment
ମିଳିଥିବା ସୂଚନା ଅନୁସାରେ, ଶାନ୍ତି ଆପାର୍ଟମେଂଟ ଫିଲ୍ମର ପ୍ରିମିୟର ଶୋ’ ଦେଖିବା ପାଇଁ ଆଜି ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିବା ସହ ଶ୍ରୀ ତ୍ରିପାଠୀ ଆଜି ଏହି ଫିଲ୍ମର ଟ୍ରେଲରକୁ ରାଜ୍ୟପାଳଙ୍କୁ ଦେଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ । ଫିଲ୍ମର ଟ୍ରେଲରକୁ ରାଜ୍ୟପାଳ ପ୍ରଶଂସା କରିବା ସହ ୨ତାରିଖରେ ପ୍ରିମିୟର ଶୋ’କୁ ଆସିବେ ବୋଲି ସମ୍ମତି ଦେଇଥିବା ଜଣାପଡ଼ିଛି ।
ଏହି ଓଡ଼ିଆ ଫିଲ୍ମ ଶାନ୍ତି ଆପାର୍ଟମେଟକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ପ୍ରଯୋଜକ ବିକ୍ରମ ଶଙ୍କର ବୋଲି ସୂଚନା ମିଳିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
