କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ଗୃହ ଅଚଳ: ରାଜସ୍ୱ ମନ୍ତ୍ରୀ ଖୋଲିଲେ କ୍ୟାବିନେଟ୍ ବୈଠକର ଗୁମର

ଆଜି ବିଧାନସଭାର ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ।

କ୍ୟାବିନେଟ୍ ନିଷ୍ପତ୍ତି PhotoOR

ଓଡିଶା ବିଧାନ ସଭା

Ordigital Desk
  • Published: Wednesday, 22 November 2023
  • Updated: 22 November 2023, 08:22 PM IST

ଆଦିବାସୀଙ୍କ ଜମି କିଣାବିକା ପ୍ରସଙ୍ଗରେ କ୍ୟାବିନେଟ୍ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବିରେ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ଠପ୍ ହୋଇଛି । ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ମାରିଛି । ଆଉ ଏପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ଦେଇଥିବା ବୟାନ ରାଜ୍ୟରେ କ୍ୟାବିନେଟ୍ ବୈଠକ କିଭଳି ବସେ ଓ କାର୍ଯ୍ୟ କରେ ତା’ର ଗୁମର ଖୋଲିଛନ୍ତି । କ୍ୟାବିନେଟ୍ ବୈଠକରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ ନିଆଯାଇଥିବା ନିଷ୍ପତ୍ତି ସରକାରୀସ୍ତରରେ ପରିପକ୍ୱ ନୁହେଁ ବୋଲି କହି ଶ୍ରୀ ମାର୍ଣ୍ଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ କ୍ୟାବିନେଟ ଉପରକୁ ପରୋକ୍ଷରେ ଅଙ୍ଗୁଳି ଉଠାଇଥିବା ଚର୍ଚ୍ଚା ହେଉଛି ।

ଆଜି ବିଧାନସଭାର ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ସ୍ପେଶାଲ ମୋସନ ଆଣି ଗୃହରେ କ୍ୟାବିନେଟ୍ ନିଷ୍ପତ୍ତି ଉପରେ ଆଲୋଚନା ପାଇଁ ବିରୋଧୀ ଦଳ ଦାବି କରିଥିଲେ । କିନ୍ତୁ ଏହି ମୋସନକୁ ବାଚସ୍ପତି ଗ୍ରହଣ ନକରିବାରୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ ଆଜି ପାରମ୍ପରିକ ଆଦିବାସୀଙ୍କ ପୋଷାକରେ ଗୃହକୁ ଆସିଥିଲେ । ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ୍ ମାରିଥିଲା ।

Also Read

ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି । ଏହାସହିତ ଆଦିବାସୀଙ୍କ ଜମିକୁ ହଡ଼ପ କରିବାକୁ ସରକାରଙ୍କ ଏଭଳି ଷଡ଼ଯନ୍ତ୍ର ବୋଲି ବିଜେପି ଅଭିଯୋଗ କରିଛି । କଂଗ୍ରେସ ମଧ୍ୟ ଅନୁରୂପ ଅଭିଯୋଗ କରିଛି । ତେବେ ଆଦିବାସୀମାନେ ନିଜର ସୁବିଧା ଅନୁସାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେକୌଣସି କାର୍ଯ୍ୟ ପାଇଁ ଜମିକୁ ବନ୍ଧକ ରଖି ଋଣ ନେବାର ଆଇନଗତ ପ୍ରାବଧାନ ସରକାରଙ୍କ ଦ୍ୱାରା କରାଗଲେ ତାକୁ କଂଗ୍ରେସ ସ୍ୱାଗତ କରିବ । ମାତ୍ର ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛି । ଯଦି ସରକାର ବାସ୍ତବରେ ଆଦିବାସୀଙ୍କ କଲ୍ୟାଣ ଓ ସ୍ୱାର୍ଥରେ କାମ କରିବାକୁ ଚାହାଁନ୍ତି,ତା’ହେଲେ ପେସା ଆଇନକୁ କାର୍ଯ୍ୟକ୍ଷମ କରନ୍ତୁ ବୋଲି କଂଗ୍ରେସ କହିଛି ।

ଏପଟେ ରାଜସ୍ୱ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ, ଆଦିବାସୀଙ୍କ ଜମି ହସ୍ତାନ୍ତରର କ୍ୟାବିନେଟ୍ ନିଷ୍ପତ୍ତି ସରକାରୀସ୍ତରରେ ପରିପକ୍ୱ ନୁହେଁ । ଏହା ଏବେବି ବିଧାନସଭାର ସମ୍ପତ୍ତି ହୋଇନାହିଁ । ଏହି ପ୍ରସଙ୍ଗ ଏବେ ବି ଅପରିପକ୍ୱ ରହିଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ଆଦିବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମାର୍ଣ୍ଡି କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କିଭଳି ପରିପକ୍ୱ ହେଲାନି । ବ୍ୟବସ୍ଥା ଅନୁସାରେ କ୍ୟାବିନେଟକୁ ଯେକୌଣସି ପ୍ରସ୍ତାବ ଆସିବା ପୂର୍ବରୁ ତାହା ବିଭିନ୍ନସ୍ତରରେ ଯାଂଚ ଓ ତର୍ଜମା ହୋଇ ଆସିଥାଏ । କ୍ୟାବିନେଟ୍ ବୈଠକରେ ମଧ୍ୟ ମନ୍ତ୍ରୀମାନଙ୍କୁ ସେ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦିଆଯାଇଥାଏ । ଯଦି କୌଣସି ଆପତ୍ତି ଥାଏ ସେଥିରେ ସଂଶୋଧନ ଅବା ତାକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯିବାର ବ୍ୟବସ୍ଥା ହୁଏ । ମାତ୍ର ଆଦିବାସୀଙ୍କ ଜମି ହସ୍ତାନ୍ତର ପାଇଁ କ୍ୟାବିନେଟରେ ଆସିଥିବା ପ୍ରସ୍ତାବ ସମ୍ପର୍କରେ ମନ୍ତ୍ରୀ କାହିଁକି ସେହି ବୈଠକରେ ଆପତ୍ତି କଲେନି । ଅନ୍ୟ ମନ୍ତ୍ରୀମାନେ କ’ଣ ଏସବୁ ଜାଣିନଥିଲେ ନା କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇନଥିଲା । ଆଉ ଯଦି ଆଲୋଚନା ହୋଇଥାନ୍ତା ତା’ହେଲେ ମନ୍ତ୍ରୀ କେବେ ବି କ୍ୟାବିନେଟ୍ ନିଷ୍ପତ୍ତି ସରକାରୀସ୍ତରରେ ପରିପକ୍ୱ ନୁହେଁ ବୋଲି ବୟାନ ଦେଇନଥାନ୍ତେ ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଗଣତାନ୍ତ୍ରିକ ସରକାର ଚାଲୁନି । କ୍ୟାବିନେଟ ବୈଠକରେ କ’ଣ ହେଉଛି ତାହା ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଜାଣିପାରୁନାହାନ୍ତି । ଯଦି ଆଦିବାସୀଙ୍କ ଜମି ହସ୍ତାନ୍ତର ପାଇଁ ଆଇନରେ ସଂଶୋଧନ ପ୍ରସ୍ତାବ ଉପରେ କ୍ୟାବିନେଟ ବୈଠକରେ ଆଲୋଚନା ହୋଇଥାନ୍ତା ତା’ହେଲେ ନିଶ୍ଚିତ ଜାଣିବାର ସୁଯୋଗ ଥାନ୍ତା । ମନ୍ତ୍ରୀମାନେ ଠିକ୍ ଭୁଲ୍ ଜାଣିପାରିଥାନ୍ତେ । ଏବେ ମନ୍ତ୍ରୀ କହୁଛନ୍ତି ସ୍ଥଗିତ ରଖାଗଲା । କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ରଖିବାର ଅଧିକାର ମନ୍ତ୍ରୀଙ୍କୁ ଦେଲା କିଏ? କ୍ୟାବିନେଟ୍ ବୈଠକ ନଥିଲେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇପାରିବେ । ତେଣୁ ଏଥିରୁ ଜଣାପଡ଼ୁଛି ଯେ, ଗୁମାସ୍ତା ଯାହା ଲେଖିଦେଉଛନ୍ତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସେଥିରେ ହଁ ମାରି ଆସୁଛନ୍ତି । ତେବେ ଏଭଳି ବ୍ୟବସ୍ଥା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story