ବାହିନୀପତି ଦମ୍ପତିଙ୍କ ବିଦ୍ରୋହ: ପିସିସି ବିରୋଧରେ ଯୁଦ୍ଧ ଘୋଷଣା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଗ୍ର ହେଉଛି କୋରାପୁଟ କଂଗ୍ରେସ କନ୍ଦଳ। ପିସିସି ବିରୋଧରେ ଖୁଲମଖୋଲା ବର୍ଷିଛନ୍ତି ବାହିନୀପତି ଦମ୍ପତି। ପିସିସିର ମନମାନି ଅଭିଯୋଗ ଆଣି ଉଭୟେ ଖୋଲାଖୋଲି ବିଦ୍ରୋହ କରିଛନ୍ତି।  ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ କହିଛନ୍ତି, ପିସିସି ସଭାପତି ଅଯୋଗ୍ୟ। ଯାହାକୁ ନେଇ କୋରାପୁଟ କଂଗ୍ରେସରେ ହଇଚଇ ସୃଷ୍ଟି କରିଛି। ତାରା କହିଛନ୍ତି ଯେ, କଂଗ୍ରେସକୁ ସୁଦୃଢ କରିବାକୁ ହେଲେ  ପିସିସି ସଭାପତିକୁ  ହଟାଇବାକୁ ହେବ।  ପିସିସି ହଟାଇବା ଅଭିଯାନ ଯୋରଦାର କରାଯିବ । ସଂଗଠନକୁ ସୁଦୃଢ […]

6890

6890

Tapas Behera
  • Published: Thursday, 19 August 2021
  • Updated: 19 August 2021, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଗ୍ର ହେଉଛି କୋରାପୁଟ କଂଗ୍ରେସ କନ୍ଦଳ। ପିସିସି ବିରୋଧରେ ଖୁଲମଖୋଲା ବର୍ଷିଛନ୍ତି ବାହିନୀପତି ଦମ୍ପତି। ପିସିସିର ମନମାନି ଅଭିଯୋଗ ଆଣି ଉଭୟେ ଖୋଲାଖୋଲି ବିଦ୍ରୋହ କରିଛନ୍ତି।  ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ କହିଛନ୍ତି, ପିସିସି ସଭାପତି ଅଯୋଗ୍ୟ। ଯାହାକୁ ନେଇ କୋରାପୁଟ କଂଗ୍ରେସରେ ହଇଚଇ ସୃଷ୍ଟି କରିଛି। ତାରା କହିଛନ୍ତି ଯେ, କଂଗ୍ରେସକୁ ସୁଦୃଢ କରିବାକୁ ହେଲେ  ପିସିସି ସଭାପତିକୁ  ହଟାଇବାକୁ ହେବ।  ପିସିସି ହଟାଇବା ଅଭିଯାନ ଯୋରଦାର କରାଯିବ । ସଂଗଠନକୁ ସୁଦୃଢ କରିବା ପରିବର୍ତ୍ତେ ଦଳ ମଧ୍ୟରେ କନ୍ଦଳ ଲଗାଉଛନ୍ତି।  ଏଥିନେଇ ଓଡିଶାରେ କଂଗ୍ରେସ ଦୁର୍ବଳ ହୋଇ ଚାଲିଛି । ପିସିସି ସଭାପତିଙ୍କ  ଉପରେ କୌଣସି ନେତାଙ୍କ ଆସ୍ଥା ନାହିଁ। ରାହୁଲ ଓ ସୋନିଆଙ୍କ ପାଖରେ ଏନେଇ ଦାବି କରିବୁ ବୋଲି ସେ କହିଛନ୍ତି।  ସେମାନେ ନ ଶୁଣିଲେ ଦିଲ୍ଲୀରେ ଲଢେଇ ହେବ ବୋଲି ସେ କହିଛନ୍ତି।  ପିସିସି ସଭାପତି ଜଣେ ଅଯୋଗ୍ୟ । ସଭାପତି ପୂର୍ବରୁ  ସମସ୍ତଙ୍କୁ ଜିତାଇବେ ବୋଲି କହିଥିଲେ।  ମାତ୍ର ୯ ଜଣ ଆଣିଲେ ବୋଲି ସେ କହିଛନ୍ତି।

ଏପଟେ ବାହିନୀପତି ଦମ୍ପତିଙ୍କୁ ଟାର୍ଗେଟ କରିଛନ୍ତି  ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ।  ଧମକ ନଦେଇ ପ୍ରଥମେ ପଦବୀରୁ ଇସ୍ତଫା ଦେଇ ଦେଖାନ୍ତୁ ବୋଲି  କୈଳାଶ କୁଲେସିକା ଆହ୍ୱାନ କରିଛନ୍ତି।  ସେ ଚତୁର ନେତା ଯାହା  କୁହନ୍ତି କରନ୍ତି ନାହିଁ । ଆମ ପଛରେ ବି ହଜାର ହଜାର କର୍ମୀ  ଅଛନ୍ତି ।  ଆମେ ବି ପିସିସି ସମ୍ମୁଖରେ  ଠିଆ କରାଇ ପାରିବୁ। ଜିଲ୍ଲା ପିଲାଙ୍କୁ  ଚାକିରି ନ ମିଳିଲେ ଆତ୍ମହୁତି ଧମକ ଦେଇଥିଲେ । ଜିଲ୍ଲା ପିଲାକୁ କେତେ ମିଳିଛି ଚାକିରି ।  ତାରା ଅତ୍ମା ହୁତି ଦେଲେ କି ବୋଲି  କୈଳାଶ କୁଲେସିକା ପ୍ରଶ୍ନ କରିଛନ୍ତି।

ଗତକାଲି କଂଗ୍ରେସରୁ ଇସ୍ତଫା ଧମକ ଦେଇଥିଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ତଥା ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେବେ ବୋଲି କହିଥିଲେ। କୋରାପୁଟ ସାଂସଦ କରିଥିବା ପ୍ରେସମିଟକୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବାରୁ ମିନାକ୍ଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଉକ୍ତ ପ୍ରେସମିଟକୁ ଦଳ ଛାଡ଼ିଥିବା ନେତାଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଉକ୍ତ ପ୍ରେସ୍‌ମିଟ୍‌ରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଥିଇ ନଥିଲା। ଏନେଇ ତାରାଙ୍କ ପାଖରେ କିଛି ଖବର ନଥିବା ମଧ୍ୟ ମିନାକ୍ଷୀ କହିଥିଲେ । ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ।  ଏମପି ଯେଉଁ କାମ କରୁଛନ୍ତି ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି ଓ ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହଁ। ସେହିଭଳି ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ସେ କହିଥିଲେ। ତେବେ ପିସିସି ବିରୋଧରେ ତାରା ଦମ୍ପତ୍ତିଙ୍କ ଖୁଲମଖୋଲା ଯୁଦ୍ଧ ଘୋଷଣା ନେଇ କଂଗ୍ରେସରେ କମ୍ପନ୍ନ ସଅଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos