Advertisment

କଂଗ୍ରେସର ଚେତାବନୀ: ଖୁବଶୀଘ୍ର ଜାରି ହେବ ବିଜେଡି ପାଇଁ କାମ କରୁଥିବା ସରକାରୀ ଅଫିସରଙ୍କ ତାଲିକା

ରାଜ୍ୟର ଶାସନ ବ୍ୟବସ୍ଥା ଏବେ କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କ ହାତରେ

undefined

congress

Advertisment

ରାଜ୍ୟର ଶାସନ ବ୍ୟବସ୍ଥା ଏବେ କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କ ହାତରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ଏହି ସରକାରୀ ଅଫିସରମାନେ ଖୁଲମଖୁଲା ବିଜେଡି ପାଇଁ କାମ କରୁଛନ୍ତି। କଂଗ୍ରେସ ଏହି ଅଫିସରମାନଙ୍କୁ ଚିହ୍ନଟ କରିସାରିଛି ଓ ଖୁବଶୀଘ୍ର ସେମାନଙ୍କ ତାଲିକା ଜାରି କରିବ ବୋଲି ଆଜି ଚେତାବନୀ ଦେଇଛି।

Advertisment

କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ଶାସନ ବ୍ୟବସ୍ଥା ସରକାରୀ ଅଫିସରମାନଙ୍କ ହାତକୁ ଟେକି ଦେଇଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର । କଂଗ୍ରେସ ଏହି ଅଫିସରଙ୍କ ଉପରେ ନଜର ରଖିଛି ଏବଂ ସେମାନଙ୍କର କାର୍ଯ୍ୟକୁ ନିରୀକ୍ଷଣ କରୁଛି । ଏହି ମୁଷ୍ଟିମେୟ ଆଇଏଏସ, ଓଏଏସ ଅଫିସରମାନେ ସରକାରୀ ଦଳ ପାଇଁ ଚାନ୍ଦା ଆଦାୟ କରୁଛନ୍ତି, ପୁଲିସ୍ ଅଫିସରମାନେ ବିରୋଧିଦଳର ନେତାମାନଙ୍କ ସ୍ୱରକୁ ଦମନ କରିବାର ଦାୟିତ୍ୱ ଗ୍ରହଣ ନେଇଛନ୍ତି । ସେମାନେ ସରକାରୀ ଦଳର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ କଠିନ ପରିଶ୍ରମ କରି କୃତକାର୍ଯ୍ୟ ହୋଇ ଆଜି ଏହି ସ୍ଥାନରେ ବସିଛନ୍ତି। ଯଦି ସେମାନେ ତାଙ୍କର କାର୍ଯ୍ୟକୁ ନିରପେକ୍ଷ ଭାବେ ତୁଲାଇବେ ନାହିଁ ତେବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପତନ ଘଟିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଅନିୟମିତତା କରିଥିବା ସରକାରୀ ଅଫିସରଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଛାଟ ପଡ଼ିଲା ଓ ଇଣ୍ଡିଆ ମେଂଟର ପରାଜିତ ପ୍ରାର୍ଥୀ ବିଜୟୀ ହେଲେ। ଠିକ୍ ସେହି ଉଦାହରଣ ଓଡ଼ିଶାରେ କାମ କରୁଥିବା କିଛି ମୁଷ୍ଟିମେୟ ସରକାରୀ ଅଫିସରମାନେ ନିରୀକ୍ଷଣ କରିବା ଉଚିତ୍ । ସେମାନଙ୍କୁ ଜବାବ ମଧ୍ୟ ଠିକଣା ସମୟରେ ମିଳିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Advertisment

ଏହି ଅଫିସରମାନେ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ନିୟମାବଳୀକୁ ପଢ଼ନ୍ତୁ ଏବଂ କିପରି ନିରପେକ୍ଷ ଭାବେ କାର୍ଯ୍ୟ କରିବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଯଦି ବିଜୁ ଜନତା ଦଳର କର୍ମୀ ପରି ସେମାନେ କାର୍ଯ୍ୟ ଜାରି ରଖିବେ ତା’ହେଲେ କଂଗ୍ରେସ ଚୁପ୍ ବସିବ ନାହିଁ ଓ ସେମାନଙ୍କ ବିରୁଦ୍ଧରେ ରାଜରାସ୍ତାରେ ପ୍ରତିବାଦ କରିବା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ହମିଦ୍ ହୁସେନ, ନିଶିକାନ୍ତ ମିଶ୍ର ଓ ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe