Advertisment

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ପ୍ରସଙ୍ଗରେ ବୈଜୟନ୍ତଙ୍କ ବଡ଼ ଅପିଲ୍

ସୋଶାଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଏବେ କଣ୍ଢେଇ ଭାବେ ନଚୋଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ।

Baijayant Jay Panda

Baijayant Jay Panda

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜ ସୋଶାଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ବଡ଼ ଅପିଲ୍‌ କରିଛନ୍ତି।

Advertisment

ନିଜର ସୋଶାଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଏବେ କଣ୍ଢେଇ ଭାବେ ନଚୋଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ଏଆଇ ପ୍ରସ୍ତୁତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ମେସେଜକୁ ପ୍ରୃକୃତରେ ରେକର୍ଡ ହୋଇଥିବା ଭିଡିଓ ମେସେଜ୍ ଯେମିତିକି ହେଲିକପ୍ଟରରୁ କିମ୍ବା ବିରଳ ସାର୍ବଜନୀନ ଉପସ୍ଥିତିର ଭିଡିଓ ମେସେଜ୍ ସହ ତୁଳନା କଲେ ଉଭୟ ଭିତରେ ଥିବା ଆକାଶ ପାତାଳ ଫରକ ସ୍ପଷ୍ଟ ବାରି ହୋଇପଡ଼ିବ।

ଜଣେ ବୟସ୍କଙ୍କ ସହ ଏଭଳି ଅପମାନକୁ ଅଣଦେଖା ନକରିବାକୁ ସେ ରାଜ୍ୟବାସୀ ତଥା ଗଣମାଧ୍ୟମକୁ ଅପିଲ୍ କରିଛନ୍ତି। ଏଥିସହ ଆପଣମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଲାଇଭ୍ ଘୋଷଣା କିମ୍ବା ରେକର୍ଡିଂ ଉପରେ ଜୋର୍ ଦେବାକୁ ଆହ୍ୱାନ ଦେଇଛନ୍ତି। ଅଥବା ଏଭଳି ସମସ୍ତ ଏଆଇ ପ୍ରସ୍ତୁତ ବାର୍ତ୍ତା ଉପରେ ଲେବଲ ମାରିବାକୁ କହିଛନ୍ତି ବୈଜୟନ୍ତ। କିଏ କ’ଣ ସେମାନଙ୍କୁ କହୁଛି ତାହା ଜାଣିବାର ଅଧିକାର ଓଡ଼ିଶାବାସୀଙ୍କର ଅଛି ବୋଲି ବୈଜୟନ୍ତ ସୋଶାଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତେବେ ବୈଜୟନ୍ତଙ୍କ ଏ ପୋଷ୍ଟ ଉପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe