Advertisment

ପ୍ରଧାନମନ୍ତ୍ରୀଙ୍କୁ ବିଜେଡି କର୍ମୀମାନଙ୍କ ଅସଭ୍ୟ ଗାଳି, ସାଇବର ଥାନାରେ ମାମଲା ଦାଏର କଲା ରାଜ୍ୟ ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନକୁ ଓଡ଼ିଶାବାସୀ ସହିବେ ନାହିଁ । ରାଜ୍ୟର ବିଜେଡି ସରକାର ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତା’ହେଲେ ବିଜେପି ନ୍ୟାୟିକ ଲଢ଼େଇ ସହ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

BJP

BJP

Advertisment

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି କର୍ମୀ ଓ ନେତାମାନେ ଅସଭ୍ୟ ଭାଷାରେ ଗାଳି କରିବା ଅଭିଯୋଗ ସାଇବର ଥାନା ଦ୍ୱାରସ୍ଥ ହୋଇଛି ରାଜ୍ୟ ବିଜେପି । ଆଜି ଦଳର ନେତାମାନେ ଭୁବନେଶ୍ୱରସ୍ଥିତ ସାଇବର ଥାନା ଯାଇ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନକୁ ଓଡ଼ିଶାବାସୀ ସହିବେ ନାହିଁ । ରାଜ୍ୟର ବିଜେଡି ସରକାର ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତା’ହେଲେ ବିଜେପି ନ୍ୟାୟିକ ଲଢ଼େଇ ସହ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

Advertisment

ଆଜି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ନିଜର ରାଜନୀତିକ ପ୍ରଚାର ପ୍ରସାର କରିବା ପାଇଁ ବିଜୁ ଜନତା ଦଳ ଫେସବୁକରେ ଏଭଳି ହୀନ ପୋଷ୍ଟ କରିଛି । ୮୦ ପ୍ରତିଶତ ଓଡ଼ିଶାବାସୀଙ୍କ ସମର୍ଥନ ଥିବା କାରଣରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରତି ବିଜେଡି ଅସହିଷ୍ଣୁ ହୋଇପଡିଛି । ସାମାଜିକ ଗଣମାଧ୍ୟମ ଫେସବୁକରେ ଶାସକ ବିଜୁ ଜନତା ଦଳର ପଦାଧିକାରୀମାନେ ଆଡମିନ୍ ଥିବା ଏକ ଗ୍ରୁପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଆଯାଇଥିବାର ଏକ ପୋଷ୍ଟ କରାଯାଇଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ । ଏହା ଏକ ଗର୍ହିତ ଅପରାଧ ଏବଂ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱର ସାଇବର ଥାନାକୁ ଯାଇ ଏତଲା ଦାଏର କରିଛି ।

ସେ କହିଛନ୍ତି ଯେ, ସମଗ୍ର ବିଶ୍ୱ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ପ୍ରଶଂସା ଓ ସମ୍ମାନିତ କରୁଥିବାବେଳେ ଓଡ଼ିଶାରେ ବିଜେଡି ଦଳର କର୍ମୀମାନେ ଅସଭ୍ୟ ଭାଷାରେ ଗାଳି ଦେଉଛନ୍ତି । ଦେଶରେ ପର୍ଯ୍ୟଟନ ବିକାଶକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦିଜୀ ଲାକ୍ଷାଦ୍ୱୀପକୁ "ଟୁରିଜିମ୍ ହବ୍‌’କରିବାର ସୁବନ୍ଦୋବସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବିକୁ "ବିଜୁ ଜନତା ଦଳ ଓଡ଼ିଶା’ର ଫେସବୁକ ଆଇଡିରୁ ପୋଷ୍ଟ କରାଯାଉଛି । ବିଜେଡି କର୍ମୀଙ୍କ ଅଶାଳୀନ କମେଂଟ ଦ୍ୱାରା ମୋଦିଜୀଙ୍କ ସମ୍ମାନ ହାନି ଘଟିଛି । ବିଜେଡି ସାମାଜିକ ଗଣମାଧ୍ୟମରେ ‘ଗୁଣ୍ଡା ସୃଷ୍ଟିକାରୀ ଦଳ' ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ଅସମ୍ମାନଜନକ ମନ୍ତବ୍ୟ ପୋଷ୍ଟ କରିଛି ।

Advertisment

ବିଜେଡିର ଇପ୍ସିତା ସାହୁ, ସୁବ୍ରତ ଛାଟୋଇ, ଅନା କବି, ପଙ୍କଜ କେ ସିଂ, ଅମରଜିତ୍ ସେନାପତି, ନିବେଦିତା ବଳିୟାରସିଂ ନାୟକ ପ୍ରମୁଖ ବିଜୁ ଜନତା ଦଳର ପଦାଧିକାରୀ ଓ କର୍ମୀମାନେ ଫେସବୁକ୍ ପେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଲେଖି ପୋଷ୍ଟ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଜେଡି ସରକାର ମୋଦିଙ୍କୁ କେତେ ଘୃଣା, ଅବମାନନା କରୁଛି । ଆଇପିସିର ଧାରା ୧୨୪(ଏ), ୧୫୩(ଏ), ୫୦୪, ୫୦୫(୨) ଓ ୧୮୬୦ ସେକ୍ସନ ୬୬,୬୭ ଦ୍ୱାରା ଏମାନଙ୍କ ନାମରେ ମାମଲା ରୁଜୁ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଠାକୁର ରିତ ଦାସ, ରାଜେନ୍ଦ୍ର ପଣ୍ଡା, ସୋନାଲି ସାହୁ, ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର, ସୁଜିତ୍ କୁମାର ଦାସ, ବାବୁ ସିଂ, ଜଗନ୍ନାଥ ପ୍ରଧାନ, ପବିତ୍ର ଦାସ, ଦୁର୍ଗାପ୍ରସନ୍ନ ନାୟକ ପ୍ରମୁଖ ସାମିଲ ଥିଲେ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe