Advertisment

ନିଯୁକ୍ତି ନ ଦେଲେ ସରକାର ଦେବେ ବେରୋଜଗାରୀ ଭତ୍ତା, ରାଜସ୍ଥାନ ବିଧାନସଭାରେ ବିଲ୍‌ ପାରିତ

ରାଜସ୍ଥାନରେ ୧୮ ବର୍ଷ ପରେ ନିଯୁକ୍ତି ନଦେଲେ ସରକାର ଦେବେ ଭତ୍ତା। ସାଧାରଣ ନିର୍ବାଚନକୁ ଆଉ ଖୁବ୍‌ କମ୍‌ଦିନ ରହି ଯାଇଥିବା ବେଳେ ଗେହଲଟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ‘ନ୍ୟୁନତମ ଆୟ ଗ୍ୟାରେଣ୍ଟି ବିଲ’ ପାରିତ କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
 Ashok Gehlot

Ashok Gehlot

ରାଜସ୍ଥାନରେ ୧୮ ବର୍ଷ ପରେ ନିଯୁକ୍ତି ନଦେଲେ ସରକାର ଦେବେ ଭତ୍ତା। ସାଧାରଣ ନିର୍ବାଚନକୁ ଆଉ ଖୁବ୍‌ କମ୍‌ଦିନ ରହି ଯାଇଥିବା ବେଳେ ଗେହଲଟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ‘ନ୍ୟୁନତମ ଆୟ ଗ୍ୟାରେଣ୍ଟି ବିଲ’ ପାରିତ କରିଛନ୍ତି। ବେକାର ସମସ୍ୟା ହଟାଇବା ନେଇ ରାଜସ୍ଥାନ ବିଧାନସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପରେ ଆଜି ମୋହର ବାଜିଛି। ଏହା ଜରିଆର ଯୁବ ବର୍ଗଙ୍କ ଲୋକପ୍ରିୟ ହେବାକୁ ଗେହଲଟ ସରକାର ଚେଷ୍ଟା କରିଛି।

Advertisment

୧୮ ବର୍ଷ ବୟସ ହେବାର ୧୫ ଦିନ ଭିତରେ ସରକାର କୌଣସି ବ୍ୟକ୍ତିକୁ ନିଯୁକ୍ତି ଦେଇ ନ ପାରିଲେ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ବେକାରି ଭତ୍ତା ଦେବେ। ଉଭୟ ଗ୍ରାମୀଣ ଓ ସହରରେ ରହୁଥିବା ଯୁବ ବର୍ଗର ଏହି ଯୋଜନାର ଫାଇଦା ଉଠାଇ ପାରିବେ। ସେମାନଙ୍କୁ ରୋଜଗାର ମିଳିବ।

ଗୁରୁବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଯେ, ସମସ୍ତ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ। ତେଣୁ ବିଭିନ୍ନ ଯୋଜନା ଜରିଆରେ ରାଜ୍ୟ ସରକାର ଲୋକଙ୍କ ନିକଟରେ ବିଭିନ୍ନ ପ୍ରକାର ସାମାଜିକ ସୁରକ୍ଷା ପହଞ୍ଚାଉଛନ୍ତି। ନ୍ୟୁନତମ ଆୟ ଗ୍ୟାରେଣ୍ଟି ବିଲ ରାଜ୍ୟ ସରକାର ଆଉ ଏକ ମହତତ୍ତ୍ୱପୂର୍ଣ୍ଣ ପଦକ୍ଷେପ।

Advertisment

ଏହା ପୂର୍ବରୁ ଗେହଲଟ ସର୍ବନିମ୍ନ ବେରୋଜଗାରି ଭତ୍ତା ପ୍ରଦାନ ଓ ପ୍ରତିବର୍ଷ ଏଥିରେ ୧୫ ପ୍ରତିଶତ ବୃଦ୍ଧି ହେବ ବୋଲି କହିଥିଲେ। ମହାତ୍ମା ଗାନ୍ଧୀ ନରେଗା ଯୋଜନା ଓ ଇନ୍ଦିରା ଗାନ୍ଧୀ ସହରୀ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ରାଜସ୍ଥାନରେ ୧୨୫ ଦିନର ରୋଜଗାର ସୁନିଶ୍ଚିତ କରାଯିବ ବୋଲି ଜଣାଇଥିଲେ। ସାମାଜିକ ସୁରକ୍ଷା ପେନସନ ରାଜସ୍ଥାନ ସରକାରଙ୍କ ପ୍ରମୁଖ ଅଙ୍ଗ ଓ ଏହା ଲୋକଙ୍କ ମାନ-ସମ୍ମାନର କଥା ବୋଲି ଗେହଲଟ କହିଥିଲେ।

ତେବେ ଲୋକଙ୍କୁ କେତେ ଟଙ୍କା ସର୍ବନିମ୍ନ ବେରୋଜଗାରୀ ଭତ୍ତା ମିଳିବ ତାହା ସ୍ପଷ୍ଟ ହୋଇନି।

Congress Politics Rajastan Ashok Gehlot Rajasthan Congress