Advertisment

ବିଜେଡି ସରକାରକୁ କଡ଼ା ସମାଲୋଚନା କଲେ ଡ୍ରିମ ଗାର୍ଲ ହେମା ମାଳିନୀ

ରାଜ୍ୟରେ କଂଗ୍ରେସ ଓ ବିଜେଡି ସରକାର ବହୁ ବର୍ଷ କ୍ଷମତାରେ ରହିବା ପରେ ବି ରାଜ୍ୟର ସେପରି ଆଖିଦୃଶିଆ ବିକାଶ ହୋଇନି, ବରଂ ଭ୍ରଷ୍ଟାଚାର ବଢ଼ିଛି ବୋଲି କହିଛନ୍ତି ହେମା ମାଳିନୀ।

author-image
Manoj Swain
ଅଦ୍ୟତନ ହୋଇଛି

ଆଜି ଭୁବନେଶ୍ୱରର ସାଲିଆସାହି ଆଶୀର୍ବାଦ ସମାବେଶରେ ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ହେମା ମାଳିନୀ। ସେ କହିଛନ୍ତି, ରାଜ୍ୟରେ କଂଗ୍ରେସ ଓ ବିଜେଡି ସରକାର ବହୁ ବର୍ଷ କ୍ଷମତାରେ ରହିବା ପରେ ବି ରାଜ୍ୟର ସେପରି ଆଖିଦୃଶିଆ ବିକାଶ ହୋଇନି, ବରଂ ଭ୍ରଷ୍ଟାଚାର ବଢ଼ିଛି । ରାଜ୍ୟ ସରକାର କିଛି କାମ କରୁ ନ ଥିବା ବେଳେ ଭାବୁଛନ୍ତି ବହୁ ବିକାଶ କରୁଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୮ ଲକ୍ଷ କୋଟି ଦେଇଛନ୍ତି, କିନ୍ତୁ ବିକାଶ ହୋଇନି। ଏଠାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହୋଇପାରିବ। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏଠି ସୁଭଦ୍ରା ଯୋଜନା ଲାଗୁ କରାଯିବ । ସବୁ ମହିଳାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ମିଳିବ ବୋଲି କହିଛନ୍ତି ହେମା ମାଳିନୀ। 

Advertisment
Odisha Bjp Hema Malini