Advertisment

‘ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେନି!’

ଭି. କେ. ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

ସ୍ୱର୍ଗତ ବିଜୁ ପଟ୍ଟନାୟକ ନାଁରେ ଗଠିତ ଦଳ ଚଳାଇବାକୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେନି। ଏହା ଦେଖି ବିଜୁ ବାବୁଙ୍କ ଆତ୍ମା ନିଶ୍ଚିତ ଛାଟିପିଟି ହେଉଥିବ। ଭି.କେ. ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା। ପରଦା ବାହାରକୁ ଆସି ସାମ୍ନାରେ ରାଜନୀତି କରିବା ଅଲଗା କଥା। ସମୟ ଆସିଲେ ସବୁ ଜଣାପଡ଼ିବ।

ବୈଜୟନ୍ତ କହିଛନ୍ତି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ଯେଉଁ ଦଳ ଗଠନ ହୋଇଥିଲା, ସେହି ଦଳକୁ ଚଳାଇବା ପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେ ନାହିଁ। ଏହା ଦେଖି ବିଜୁ ବାବୁଙ୍କ ଆତ୍ମା ଛଟପଟ ହେଉଥିବା। ବିଜୁ ବାବୁ ଜଣେ ସ୍ୱାଭିବାନୀ ଓଡ଼ିଆ ଥିଲେ।

Advertisment

ଭି.କେ. ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଆଗକୁ ଶ୍ରୀ ପାଣ୍ଡିଆନଙ୍କୁ କେଉଁ ବଡ଼ ଦାୟିତ୍ୱ ମିଳୁଛି, ବିଜେଡିର ମଙ୍ଗ କିଏ ଧରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାସହ ବିଭିନ୍ନ ରାଜନୈତିକ ଦଳ ନେତାମାନେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆଗରୁ ଲୁଚାଛପାରେ ସେହି କାମ କରୁଥିଲେ। ଏବେ ଖୋଲାରେ କରିବେ। କେତେ ଆସିଲେଣି, କେତେ ଗଲେଣି କିଛି ପ୍ରଭାବ ପଡ଼ିବନି। 

Baijayant Panda BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe