Baijayant Panda
ସ୍ୱର୍ଗତ ବିଜୁ ପଟ୍ଟନାୟକ ନାଁରେ ଗଠିତ ଦଳ ଚଳାଇବାକୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେନି। ଏହା ଦେଖି ବିଜୁ ବାବୁଙ୍କ ଆତ୍ମା ନିଶ୍ଚିତ ଛାଟିପିଟି ହେଉଥିବ। ଭି.କେ. ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି, ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା। ପରଦା ବାହାରକୁ ଆସି ସାମ୍ନାରେ ରାଜନୀତି କରିବା ଅଲଗା କଥା। ସମୟ ଆସିଲେ ସବୁ ଜଣାପଡ଼ିବ।
ବୈଜୟନ୍ତ କହିଛନ୍ତି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ଯେଉଁ ଦଳ ଗଠନ ହୋଇଥିଲା, ସେହି ଦଳକୁ ଚଳାଇବା ପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେ ନାହିଁ। ଏହା ଦେଖି ବିଜୁ ବାବୁଙ୍କ ଆତ୍ମା ଛଟପଟ ହେଉଥିବା। ବିଜୁ ବାବୁ ଜଣେ ସ୍ୱାଭିବାନୀ ଓଡ଼ିଆ ଥିଲେ।
ଭି.କେ. ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଆଗକୁ ଶ୍ରୀ ପାଣ୍ଡିଆନଙ୍କୁ କେଉଁ ବଡ଼ ଦାୟିତ୍ୱ ମିଳୁଛି, ବିଜେଡିର ମଙ୍ଗ କିଏ ଧରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାସହ ବିଭିନ୍ନ ରାଜନୈତିକ ଦଳ ନେତାମାନେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆଗରୁ ଲୁଚାଛପାରେ ସେହି କାମ କରୁଥିଲେ। ଏବେ ଖୋଲାରେ କରିବେ। କେତେ ଆସିଲେଣି, କେତେ ଗଲେଣି କିଛି ପ୍ରଭାବ ପଡ଼ିବନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1701074343.jpg)