Advertisment

ଯୁବ ଭୋଟରଙ୍କୁ ଥୋପ: ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିପିଆର ଓ ମାର୍ଜିନ ଟଙ୍କା ଦାଖଲ ଜରୁରୀ

ଏହି ଯୋଜନାରେ ଯୁବକ ଯୁବତୀମାନେ  ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ

undefined

CM Naveen Patnaik

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୂଆ ସ୍କିମ ‘ସ୍ୱୟମ୍‌’ ଘୋଷଣା କରିଛନ୍ତି । ଉଭୟ ଗ୍ରାମାଂଚଳ ଓ ସହରାଂଚଳର ୧୮ରୁ ୩୫ବର୍ଷ ବୟସର ଯୁବକଯୁବତୀ(ଅନୁସୂଚିତ ଜାତି,ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ୪୦ବର୍ଷ)ଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଏଥିପାଇଁ ଆବେଦନକାରୀଙ୍କୁ ବନ୍ଧକ କିମ୍ବା ପ୍ରୋସେସିଂ ଫି’ ଦେବାକୁ ପଡ଼ିବ ନାହିଁ । ୪ବର୍ଷ ମଧ୍ୟରେ ଆବେଦନକାରୀଙ୍କୁ ମୂଳ ଋଣ ଶୁଝିବାକୁ ପଡ଼ିବ । ଯଦି ଖିଲାପୀ ହେବେ ରାଜ୍ୟ ସରକାର ସେହି ଋଣ ଶୁଝିବେ । ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାର ଗ୍ୟାରେଣ୍ଟି ଦେବେ । ୨ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକ୍ଷମ ରହିବ । ରାଜ୍ୟ କ୍ୟାବିନେଟ୍ ଆଜି ଏଭଳି ନିଷ୍ପତ୍ତି ନେଇଛି । ତେବେ ଏହି ଯୋଜନା ‘ଦୂର ପାହାଡ଼ ସୁନ୍ଦର’ ସଦୃଶ ହୋଇଛି । ଏହି ଋଣ ସମ୍ପୂର୍ଣ୍ଣ ଭାବେ ବ୍ୟାଙ୍କ ଉପରେ ନିର୍ଭର କରୁଛି, ଯେଉଁଥିରେ ଆବେଦନକାରୀଙ୍କୁ ନିଜର ବ୍ୟବସାୟ ପାଇଁ ଡିପିଆର ସହ ମାର୍ଜିନ ମନି(ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା) ଦାଖଲ କରିବାକୁ ପଡ଼ିବ ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଗ୍ରାମାଂଚଳ ଓ ସହରାଂଚଳର ଯୁବକଯୁବତୀମାନଙ୍କୁ ବ୍ୟବସାୟରେ ବିପୁଳ ସୁଯୋଗ ଓ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ‘ସ୍ୱୟମ’(ସ୍ୱତନ୍ତ୍ର ଯୁବ ଉଦ୍ୟମୀ) ନାମରେ ଏକ ନୂଆ ଯୋଜନାକୁ ଅନୁମୋଦନ ଦେଇଛନ୍ତି । ଏହି ଯୋଜନାରେ ଯୁବକଯୁବତୀମାନେ  ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ।  ୧୮ରୁ ୩୫ବର୍ଷ ବୟସର ଯୁବକଯୁବତୀ ଏଥିପାଇଁ ଆବେଦନ କରିପାରିବେ । ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ଏହି ସର୍ବୋଚ୍ଚ ବୟସସୀମା ଆଉ ୫ବର୍ଷ କୋହଳ କରାଯାଇଛି । ଯୁବକଯୁବତୀମାନେ ବ୍ୟାଙ୍କ ମାଧ୍ୟମରେ ଏହି ଋଣ ପାଇବେ ।

ରାଜ୍ୟ ସରକାରଙ୍କ କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ଅବା ବାର୍ଷିକ ପାରିବାରିକ ରୋଜଗାର ୨ଲକ୍ଷ ଟଙ୍କାରୁ କମ୍‌(ଗ୍ରାମାଂଚଳ) ଓ ୩ଲକ୍ଷ ଟଙ୍କାରୁ କମ୍ (ସହରାଂଚଳ) ହୋଇଥିଲେ ତହସିଲଦାରଙ୍କଠୁ ଆୟକର ପ୍ରମାଣପତ୍ର ଆଣି ଏହି ଋଣ ପାଇଁ ଆବେଦନ କରିପାରିବେ । ଆବେଦନକାରୀଙ୍କ ଉଦ୍ୟମୀ ପଞ୍ଜିକୃତ କିମ୍ବା ଉଦ୍ୟମୀ ସହାୟତା ନମ୍ବର ଥିବା ଆବଶ୍ୟକ ।

Advertisment

ସେହିପରି ଆବେଦନକାରୀ ପୂର୍ବରୁ କୌଣସି ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନରୁ ଋଣ ନେଇ ଖିଲାପୀ ହୋଇନଥିବେ କିମ୍ବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ଯୋଜନାର ବକେୟା ଋଣ ରଖିନଥିବେ । କେନ୍ଦ୍ର ଓ ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ଉଦ୍ୟୋଗର କର୍ମଚାରୀ ଓ ସାମ୍ବିଧାନିକ ସଂସ୍ଥାରକ ର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ ଏହି ଋଣ ପାଇବାକୁ ଯୋଗ୍ୟ ହେବେ ନାହିଁ । ପରିବାରର ଜଣେ ସଦସ୍ୟ ଏହି ସୁବିଧା ନେଇଥିଲେ ଅନ୍ୟ ସଦସ୍ୟ ଏହା ପାଇପାରିବେ ନାହିଁ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ରାଜ୍ୟ ସରକାର କେବଳ ସୁଧ ବହନ କରିବେ ନାହିଁ । ଓଲଟା ବ୍ୟାଙ୍କ ପାଖରେ ସମ୍ପୂର୍ଣ୍ଣ ଭାବେ ଗ୍ୟାରେଣ୍ଟର ରହିବେ । କେହି ଋଣ ଖିଲାପ କଲେ ତା’ର ୧୫ପ୍ରତିଶତ ରାଜ୍ୟ ସରକାର ଓ ବାକି ୮୫ ପ୍ରତିଶତ ସିଜିଟିଏମଏସଇ ମାଧ୍ୟମରେ ଭରଣା କରିବେ । ଜାତୀୟସ୍ତରର ସଂସ୍ଥା କେଡ୍ରିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସ(ସିଜିଟିଏମଏସଇ)ର ବାର୍ଷିକ ଗ୍ୟାରେଣ୍ଟି ଦେୟ  ରାଜ୍ୟ ସରକାର ବହନ କରିବେ । ଏହି ଋଣ ପାଇଁ ଯୁବକଯୁବତୀମାନଙ୍କୁ କୌଣସି ପ୍ରୋସେସିଂ ଫି’ କିମ୍ବା ବନ୍ଧକ ଦେବାକୁ ପଡ଼ିବ ନାହିଁ । ୪ବର୍ଷ ମଧ୍ୟରେ ଆବେଦନକାରୀଙ୍କୁ ମୂଳ ଋଣ ଶୁଝିବାକୁ ପଡ଼ିବ ।

ଏହି ଯୋଜନାରେ ସମ୍ପୂର୍ଣ୍ଣ ସୁଧବୋଝ ଓ ବାର୍ଷିକ ଗ୍ୟାରେଣ୍ଟି ନିମନ୍ତେ ନିର୍ଦ୍ଧାରିତ ପ୍ରିମିୟମ ବାବଦରେ ପାଇଁ ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଗ୍ରାମାଂଚଳ ଯୁବକଯୁବତୀଙ୍କ ନିମନ୍ତେ ୪୪୮କୋଟି ଟଙ୍କା ଓ ସହରାଂଚଳ ଯୁବକଯୁବତୀଙ୍କ ପାଇଁ ୨୨୪କୋଟି ଟଙ୍କା ବହନ କରିବେ । ପ୍ରାଥମିକ ପର୍ଯ୍ୟାୟରେ ଗ୍ରାମାଂଚଳର ୧ଲକ୍ଷ ଓ ସହରାଂଚଳର ପ୍ରାୟ ୫୦ହଜାର ଯୁବକଯୁବତୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ନିମନ୍ତେ ଆବେଦନକାରୀ ଏକ ନିର୍ଦ୍ଦିଷ୍ଟ ୱେବସାଇଟରେ ନିଜକୁ ପଞ୍ଜିକରଣ କରି ବ୍ୟାଙ୍କ ନିକଟକୁ ଆବେଦନ ପଠାଇବେ । ଆବେଦନକାରୀ ଯେଉଁ ବ୍ୟାଙ୍କରୁ ଋଣ ନେବାକୁ ଇଚ୍ଛୁକ ତାହା ଆବେଦନ ସମୟରେ ଉଳ୍ଲେଖ କରିବେ । ସମ୍ପୃକ୍ତ ବ୍ୟାଙ୍କ ଆବେଦନକାରୀଙ୍କ ଦରଖାସ୍ତ ପ୍ରାପ୍ତି ପରେ କାଗଜାତ ଯାଂଚ ଓ କ୍ଷେତ୍ର ପରିଦର୍ଶନ କରିବେ । କ୍ଷେତ୍ର ପରିଦର୍ଶନ ସମୟରେ ସମ୍ପୃକ୍ତ ବ୍ୟାଙ୍କ ଆବେଦନକାରୀଙ୍କୁ ଋଣ ମଞ୍ଜୁର କରିବା ନିମନ୍ତେ ଆବଶ୍ୟକ ଡିପିଆର ପ୍ରସ୍ତୁତ କରିବାରେ ସହାୟତା ପ୍ରଦାନ କରିବେ । ଆବେଦନକାରୀ

BjD Swayam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe