Advertisment

ସରକାରୀ ଅଫିସରଙ୍କ ପାଇଁ ମନ୍ତ୍ରୀମାନେ ଛତା ଧରିବା ପରମ୍ପରା କେବଳ ବିଜେଡି ସରକାରରେ ଅଛି: ବିଜେପି

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅନ୍ୟକୁ କିଛି ଶିଖାଇବା ପୂର୍ବରୁ ବିଜେଡି ମୁଖପାତ୍ରମାନେ ନିଜେ ଶିଖିଲେ ଭଲ ହୁଅନ୍ତା । ବିଜେଡି ମୁଖପାତ୍ର ଯେଉଁ ବିଷୟକୁ ଉପସ୍ଥାପନା କରିଛନ୍ତି, ତାହା ଏକ ହାସ୍ୟାସ୍ପଦ ।

author-image
Ordigital Desk
BJP

BJP

ସରକାରୀ ଅଫିସରଙ୍କ ଗସ୍ତବେଳେ ମନ୍ତ୍ରୀମାନେ ଛତା ଧରିବାର ପରମ୍ପରା କେବଳ ବିଜେଡି ସରକାରରେ ଦେଖିବାକୁ ମିଳୁଛି ବୋଲି ବିଜେପି କଟାକ୍ଷ କରିବା ସହ ବିଜେଡିକୁ କଡ଼ା ସମାଲୋଚନା କରିଛି ।

Advertisment

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅନ୍ୟକୁ କିଛି ଶିଖାଇବା ପୂର୍ବରୁ ବିଜେଡି ମୁଖପାତ୍ରମାନେ ନିଜେ ଶିଖିଲେ ଭଲ ହୁଅନ୍ତା । ବିଜେଡି ମୁଖପାତ୍ର ଯେଉଁ ବିଷୟକୁ ଉପସ୍ଥାପନା କରିଛନ୍ତି, ତାହା ଏକ ହାସ୍ୟାସ୍ପଦ । ବିଜେପି ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ସବୁବେଳେ ଲଢ଼େଇ କରି ଆସିଛି କିନ୍ତୁ ବିଜେଡି କେବଳ ରାଜନୀତି କରିବା ଛଡ଼ା ଆଉ କିଛି ଜାଣୁନାହିଁ । ବିଜେପିରେ କୌଣସି ପ୍ରତିଯୋଗିତା ନେତାମାନେ କରନ୍ତି ନାହିଁ ବରଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତି । କପିଳେଶ୍ୱର ମନ୍ଦିର ସମ୍ପର୍କୀୟ ଏଏସଆଇ ଗେଜେଟ୍ ଏବଂ ଚିଠିକୁ ଠିକରେ ପଢିଥିଲେ ବିଜେଡ଼ି ମୁଖପାତ୍ର ଏଭଳି ଅପରିପକ୍ୱତା ମାନସିକତାର ଉତର ଦେଇନଥାନ୍ତେ ବୋଲି ସେ କହିଛନ୍ତି । ଉଳ୍ଲେଖଯୋଗ୍ୟ, ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଆଜି କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବା ସହ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମର୍ଥନ କରି ବିଜେପିରେ ଫାଟ ଥିବା ପରୋକ୍ଷରେ ସୂଚନା ଦେଇଥିଲେ ।

ଶ୍ରୀ ବିଶ୍ୱାଳ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ନ କରି ସବୁବେଳେ ଶ୍ରେୟ ନେବାର ଦଳ ହେଉଛି ବିଜେଡ଼ି ଓ ବିଜେଡ଼ି ସରକାର । ୨୦୧୯ଅକ୍ଟୋବରରେ ନିପନ ଷ୍ଟିଲ୍ ଓଡ଼ିଶାରେ ହେବା ନେଇ କୁହାଯାଇଥିବାବେଳେ ୨୦୨୩ରେ ବିଜେଡ଼ି ସେହି କଥାକୁ ପୁଣିଥରେ ଉଠାଇ ବାହାବା ନେବା ପାଇଁ ଚେଷ୍ଟା କରିଥିଲା । ସେହିପରି ୨୦୧୭ ଡିସେମ୍ବରରେ ପାରଳା ମହାରାଜାଙ୍କ ବିୟୋଗ ହୋଇନଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତା ଦେଇଥିଲେ? ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ । ନିକଟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ନେଇ ଭାରତ ସରକାର ଘୋଷଣା କରାଯିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସରକାରରେ ଥିବା ମନ୍ତ୍ରୀ ‘ବନ୍ଦେ ଭାରତ’ ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ରକୁ ପତ୍ର ଲେଖିବା ହାସ୍ୟାସ୍ପଦ ନୁହେଁ କି ବୋଲି ସେ ପ୍ରଶ୍ନ କରିବା ସହ ଏହା ଉପରେ ବିଜେଡି ମୁଖପାତ୍ର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛନ୍ତି ।

Advertisment
Bjp State Bjp Bjd Leader