ପାଣ୍ଡିଆନ ଓ ମାନସଙ୍କ ବିରୁଦ୍ଧରେ ଗର୍ଜିଲେ ବିଜେଡିର ୨୫ରୁ ଊର୍ଦ୍ଧ୍ୱ ଯୁବ-ଛାତ୍ର ନେତା: ବବିଙ୍କୁ ଦେଲେ ଚେତାବନୀ

ଆଜି ଅପରାହ୍ନରେ ଶଙ୍ଖ ଭବନରେ ଦଳର ଯୁବ ଓ ଛାତ୍ର କମିଟିର ୨୫ରୁ ଅଧିକ ରାଜ୍ୟ କର୍ମକର୍ତ୍ତା ପଶି ପାଣ୍ଡିଆନ ଓ ମଙ୍ଗରାଜ ବିରୋଧୀ ସ୍ଲୋଗାନ ଦେଇଥିଲେ।

Sankha bhawan BJD

ଶଙ୍ଖଭବନ

Ordigital Desk
  • Published: Friday, 07 June 2024
  • Updated: 07 June 2024, 09:40 PM IST

Sports

Latest News

ବିଜେଡି କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଆଜି ଦଳର ୨୫ରୁ ଊର୍ଦ୍ଧ୍ୱ ଛାତ୍ର ଓ ଯୁବ କର୍ମକର୍ତ୍ତାମାନେ ଜୋରଦାର ହଙ୍ଗାମା କରିଛନ୍ତି। ଦଳର ବିପର୍ଯ୍ୟୟ ପାଇଁ ସିଧାସଳଖ ଭିକେ ପାଣ୍ଡିଆନ ଓ ମାନସ ମଙ୍ଗରାଜଙ୍କୁ ଦାୟୀ କରି ସେମାନଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ଚେତାବନୀ ଦେବାକୁ ମଧ୍ୟ ପଛାଇ ନଥିବା ଜଣାପଡ଼ିଛି। ଦୀର୍ଘ ୨୪ବର୍ଷ ଧରି କ୍ଷମତାସୀନ ବିଜେଡିର ବିପର୍ଯ୍ୟୟ ପାଇଁ ଦଳର ଯୁବ ଓ ଛାତ୍ର ୱିଙ୍ଗ୍ କର୍ମକର୍ତ୍ତାମାନେ ସିଧାସଳଖ ପାଣ୍ଡିଆନ ଓ ମଙ୍ଗରାଜଙ୍କୁ ଦାୟୀ କରିଛନ୍ତି।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଶଙ୍ଖ ଭବନରେ ଦଳର ଯୁବ ଓ ଛାତ୍ର କମିଟିର ୨୫ରୁ ଅଧିକ ରାଜ୍ୟ କର୍ମକର୍ତ୍ତା ପଶି ପାଣ୍ଡିଆନ ଓ ମଙ୍ଗରାଜ ବିରୋଧୀ ସ୍ଲୋଗାନ ଦେଇଥିଲେ। ସେଠାରେ ଥିବା ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଆଉ ପାଣ୍ଡିଆନଙ୍କ ସପକ୍ଷରେ ସାମ୍ବାଦିକ ସମ୍ମିଳନୀ ନକରିବାକୁ ଚେତାବନୀ ଦେବା ସହ ମାନସ  ମଙ୍ଗରାଜଙ୍କୁ ଯେଉଁଠି ବି ଦେଖିଲେ ମାଡ଼ ହେବ ବୋଲି ସତର୍କ କରାଇ ଦେଇଛନ୍ତି। ଏପରିକି ସେଠାରେ ଉପସ୍ଥିତ ଥିବା ମାନସଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କୁ ତୁରନ୍ତ ଜାଗା ଛାଡ଼ି ଅନ୍ୟତ୍ର ପଳାଅ ନଚେତ୍ ପରିସ୍ଥିତି ଖରାପ ହେବ ବୋଲି କହିଥିବା ଜଣାପଡ଼ିଛି।  ଦଳ ପାଇଁ ଯେଉଁମାନେ ଫିଲଡରେ ଖରାବର୍ଷାରେ କାମ କରୁଛନ୍ତି ସେମାନେ ହିଁ ଶଙ୍ଖ ଭବନକୁ ଆସିବେ। ଆଉ ମାନସଙ୍କ କଥାରେ ଶଙ୍ଖ ଭବନରେ ଯଦି କିଛି କାର୍ଯ୍ୟ ହୁଏ ତା’ହେଲେ ପରିସ୍ଥିତି ଭୟାବହ ହେବ ବୋଲି ସତର୍କ କରାଇ ଦେଇଛନ୍ତି। ଏହି ଯୁବଛାତ୍ରମାନଙ୍କର ଏଭଳି ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲେ। ଦଳର ବିପର୍ଯ୍ୟୟ ପାଇଁ ଯିଏ ଦାୟୀ ସେମାନଙ୍କୁ କଦାପି ଛଡ଼ାଯିବ ନାହିଁ ବୋଲି ସେମାନେ କହିବା ସହ ଶଙ୍ଖ ଭବନରେ ମାନସ ମଙ୍ଗରାଜ ଓ ତାଙ୍କ ଟିମ ମାମଲାତି ଦେଖାଇଲେ ଏଣିକି ବଳପ୍ରୟୋଗ କରି ବିଦା କରି ଦିଆଯିବ ବୋଲି ସତର୍କ କରାଇ ଦେଇଛନ୍ତି। ବିଜେଡି ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀଙ୍କ ସହ ଯୁକ୍ତିତର୍କ ଓ ତାଙ୍କର ପାଲଟା ଦୁର୍ବ୍ୟବହାର ଯୋଗୁ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେନିନ୍ ମହାନ୍ତି ଓ ଅନ୍ୟମାନେ ମଧ୍ୟ ଦଳର ଏହି ଛାତ୍ର ଓ ଯୁବନେତାମାନଙ୍କ ଆକ୍ରୋଶରୁ ବର୍ତ୍ତି ନଥିବା ଚର୍ଚ୍ଚା ହେଉଛି।

Also Read

ସୂଚନାଯୋଗ୍ୟ, ଶଙ୍ଖ ଭବନ କାର୍ଯ୍ୟକ୍ଷମ ହେବାଦିନଠୁ ସେଠାରେ ଦଳର ବରିଷ୍ଠ ଓ ପୁରୁଖା ନେତାମାନଙ୍କୁ କାଁ ଭାଁ ଦେଖିବାକୁ ମିଳିଥାଏ। ମାନସ ମଙ୍ଗରାଜ ନିଜର କିଛି ତୋଷାମଦକାରୀଙ୍କୁ ଧରି ଶଙ୍ଖ ଭବନକୁ କବଜା କରିବା ସହ ମନମୁଖୀ କାର୍ଯ୍ୟ କରୁଥିଲେ। ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ନିରବ ରହିଥିବା ଦଳର ଏହି ଯୁବ ଓ ଛାତ୍ର ନେତାମାନେ ଏବେ ଖୋଲାଖୋଲି ବିରୋଧ କରିବା ସହ ମାନସ ଓ ତାଙ୍କ ଟିମକୁ ଉଚିତ୍ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି। ଏପରିକି ଗତକାଲି ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଦଳ ପକ୍ଷରୁ ଦିଆଯାଇଥିବା ପ୍ରେସ୍ ବାର୍ତ୍ତା ଯେପରି ଭବିଷ୍ୟତରେ ପୁନରାବୃତ୍ତି ନହୁଏ ସେଥିପାଇଁ ମଧ୍ୟ ସେମାନେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ସତର୍କ କରାଇ ଦେଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story