Advertisment

୮୩୦୦ ଗାଁକୁ ନାହିଁ ପକ୍କା ରାସ୍ତା, ମାତ୍ର ୨୦୧୪୦ଟି ଗାଁ’ରେ ମିଳୁଛି ପାଇପ୍ ଜଳ ଯୋଗାଣ ସୁବିଧା

ରାଜ୍ୟରେ ମୋଟ ୫୯୯୭୧ଟି ଗାଁ ମଧ୍ୟରୁ ୫୧୬୭୧ଟି ଗାଁକୁ ପକ୍କାରାସ୍ତା ନିର୍ମାଣ କରାଯାଇଛି । ବାକି ୮୩୦୦ ଗାଁକୁ ବିଭିନ୍ନ ଯୋଜନାରେ ପର୍ଯ୍ୟାୟକ୍ରମେ ପକ୍କା ରାସ୍ତା ସଂଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
Road

Road

ବିଜେଡି ସରକାର ୨୪ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ଥିବା ସତ୍ତ୍ୱେ  ଗ୍ରାମାଂଚଳରେ ବିକାଶ ସମ୍ଭବପର ହୋଇପାରିନାହିଁ । ଏବେବି ରାଜ୍ୟର ୮୩୦୦ଗାଁକୁ ପକ୍କା ରାସ୍ତା ନାହିଁ । ମାତ୍ର ୨୦୧୪୦ଟି ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଛି । ରାଜ୍ୟରେ ପ୍ରାୟ ୫୯୯୭୧ହଜାର ଗାଁ ଥିବାବେଳେ ସେଥିରୁ ମାତ୍ର ୨୦୧୪୦ଟି ଗାଁରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସମ୍ଭବପର ହୋଇପାରିଛି। ଅର୍ଥାତ୍ ୩୯୮୩୧ଟି ଗାଁକରେ ପାଇପ୍ ଯୋଗେ ପାନୀୟ ଜଳ ସୁବିଧା ନାହିଁ।

Advertisment

ଆଜି ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବଚରଣ ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୨୦୧୪୦ଟି ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଅଛି । ରାଜ୍ୟର ସମସ୍ତ ଗାଁକୁ ଆସନ୍ତା ୨୦୨୫ ମସିହା ଡିସେମ୍ବର ସୁଦ୍ଧା ପାଇପ୍ ଯୋଗେ ଜଳଯୋଗାଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରୁ କୌଣସି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ଥିବା ବିଭାଗର ଦୃଷ୍ଟିଗୋଚର ହୋଇନାହିଁ । ପାଇପ୍ ଯୋଗେ ଜଳଯୋଗାଣ ଅଚଳ ହେବା ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନିଆଯାଇ ୭୨ଘଂଟା ମଧ୍ୟରେ ମରାମତି କରାଯାଇ ପାନୀୟ ଜଳ ଯୋଗାଣ କରାଯାଇଥାଏ।

ସେହିପରି ରାଜ୍ୟରେ ମୋଟ ୫୯୯୭୧ଟି ଗାଁ ମଧ୍ୟରୁ ୫୧୬୭୧ଟି ଗାଁକୁ ପକ୍କାରାସ୍ତା ନିର୍ମାଣ କରାଯାଇଛି । ବାକି ୮୩୦୦ ଗାଁକୁ ବିଭିନ୍ନ ଯୋଜନାରେ ପର୍ଯ୍ୟାୟକ୍ରମେ ପକ୍କା ରାସ୍ତା ସଂଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି।

Advertisment
Odisha Assembly