Advertisment

ଶେଷ ପାଳିରେ ଏମାନଙ୍କ ଭାଗ୍ୟ ପରଖିବେ ଜନତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସରି ଯାଇଛି ୩ୟ ପର୍ଯ୍ୟାୟ ନିର୍ବାଚନ। ୨୯ ତାରିଖରେ ହେବାକୁ ଯାଉଛି ଶେଷ ପର୍ଯ୍ୟାୟ ଅର୍ଥାତ୍‌ ଚତୁର୍ଥ ପର୍ଯ୍ୟାୟ ଭୋଟ୍‌। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ଏହି ନିର୍ବାଚନ ହେବ। ଏଥିପାଇଁ ପ୍ରଚାର କାର୍ଯ୍ୟ ମଧ୍ୟ ଜୋରଦାର ଚାଲିଛି। ତେବେ ଏହି ସମସ୍ତ ଆସନରେ କେବଳ ପୁରୁଷ ପ୍ରାର୍ଥୀ ନାହାନ୍ତି। ହେଭି ୱେଟ୍‌ ନେତା ସାଙ୍ଗକୁ ଅନେକ ଟାଣୁଆ ନେତ୍ରୀ ମଧ୍ୟ ରହିଛନ୍ତି। […]

ଶେଷ ପାଳିରେ ଏମାନଙ୍କ ଭାଗ୍ୟ ପରଖିବେ ଜନତା

ty7

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସରି ଯାଇଛି ୩ୟ ପର୍ଯ୍ୟାୟ ନିର୍ବାଚନ। ୨୯ ତାରିଖରେ ହେବାକୁ ଯାଉଛି ଶେଷ ପର୍ଯ୍ୟାୟ ଅର୍ଥାତ୍‌ ଚତୁର୍ଥ ପର୍ଯ୍ୟାୟ ଭୋଟ୍‌। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ଏହି ନିର୍ବାଚନ ହେବ। ଏଥିପାଇଁ ପ୍ରଚାର କାର୍ଯ୍ୟ ମଧ୍ୟ ଜୋରଦାର ଚାଲିଛି। ତେବେ ଏହି ସମସ୍ତ ଆସନରେ କେବଳ ପୁରୁଷ ପ୍ରାର୍ଥୀ ନାହାନ୍ତି। ହେଭି ୱେଟ୍‌ ନେତା ସାଙ୍ଗକୁ ଅନେକ ଟାଣୁଆ ନେତ୍ରୀ ମଧ୍ୟ ରହିଛନ୍ତି।

Advertisment

କିଛି ସାଧାରଣ ମହିଳା  ରହିଥିବା ବେଳେ କିଛି ମହିଳା ଏପରି ରହିଛନ୍ତି ଯେ ରାଜନୀତିର ଜଣେ ଜଣେ ପୁରୁଣା ମୁହଁ। ଏଥର ନିର୍ବାଚନରେ ଲୋକ ଏମାନଙ୍କୁ କିପରି ଆପଣାଇବେ ତାହା ଆଗାମୀ ଦିନରେ ଜଣାପଡ଼ିବ। ତେବେ ଆସନ୍ତୁ ଜାଣିବା ସେହି ମହିଳା ପ୍ରାର୍ଥୀଙ୍କ ବିଷୟରେ କିଛି।

ବାଲେଶ୍ୱର ଲୋକସଭା ଆସନ ଅଧିନରେ ଥିବା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେବଯାନୀ ବେହେରାଙ୍କୁକଂଗ୍ରେସ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ଦେବଯାନୀ ରାଜନୀତିରେ ଜଣେ ନୂଆ ମୁହଁ।

Advertisment

ନୀଳଗିରିର ‘ରାଣୀ’ ମନୋଜାମଞ୍ଜରୀଦେବୀଙ୍କୁକଂଗ୍ରେସ ବିଧାୟିକା ପ୍ରାର୍ଥୀ ଭାବରେ ଘୋଷଣା କରିଛି। ରାଜା-ପ୍ରଜା ମଧ୍ୟରେ ଦୂରତାକୁ ଭୁଲିଛନ୍ତି ମନୋଜା। ରାଜପ୍ରାସାଦକୁ ବୋହୂ ହୋଇ ଆସିବା ଦିନଠୁ ମହିଳାଙ୍କୁ ସ୍ୱତନ୍ତ୍ର ଅଧିକାର ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଲାଗି ବାଛିଛନ୍ତି ରାଜନୀତିର ପଥ। ଏଥର ସେ ନୀଳଗିରି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି। ନୀଳଗିରି ‘ରାଣୀ’ ମନୋଜା ମଞ୍ଜରୀ ଦେବୀ କହିଛନ୍ତି-“ପ୍ରଜାଠାରୁ କେବେ ହେଲେ ରାଜା ଦୂରରେ ନ ଥିଲେ। ସବୁବେଳେ ସେମାନଙ୍କ ପାଖେ ପାଖେ ଥିଲେ। ମହିଳାଙ୍କୁ ସେମାନଙ୍କ ଅଧିକାର ଫେରାଇଦେବା ପାଇଁ କାମ କରିବି।”

ଭଦ୍ରକରେ ବିଜେଡି ଲୋକସଭା ପ୍ରାର୍ଥୀ ଭାବରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କ ନାମକୁ ଘୋଷଣା କରିଛି। ମଞ୍ଜୁଲତା ରାଜନୀତିରେ ନୂଆ ମୁହଁ ହେଲେ ମଧ୍ୟ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ଜଣେ ପ୍ରଭାବଶାଳୀ ନେତା ଓ ବର୍ତ୍ତମାନର ଧାମନଗର ବିଧାୟକ । ତେଣୁ ସ୍ୱାମୀଙ୍କର ସଂଗଠନ ଓ ପ୍ରଭାବକୁ ନେଇ ସେ ଏଥର ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଠିକ୍‌ ସେହିପରି ଭଦ୍ରକର କଂଗ୍ରେସ ଲୋକସଭା ପ୍ରାର୍ଥୀ ହେଉଛନ୍ତି ମଧୁମିତା ସେଠୀ । ମଧୁମିତା ରାଜନୀତିରେ ନୂଆ ହେଲେ ମଧ୍ୟ ତାଙ୍କ ବାପା ଅନନ୍ତ ସେଠୀ କଂଗ୍ରେସର ଜଣେ ପୁରୁଣା ନେତା। ଅନନ୍ତ  ଭଦ୍ରକର ପୂର୍ବତନ ସାଂସଦ। ୧୯୮୪ ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ। ଏବେ ସେହି ଆସନରୁ କଂଗ୍ରେସ ପ୍ରାର୍ଥୀ କରିଛି ତାଙ୍କ ଝିଅ ମଧୁମିତାଙ୍କୁ। ମଧୁମିତା ଜଣେ ଉଚ୍ଚ ଶିକ୍ଷିତା ଓ ପେସାରେ ଇଞ୍ଜିନିୟର। କଂଗ୍ରେସର ପକେଟ ଭୋଟ ପାଇବା ସହ ବଂଶବାଦ ସୂତ୍ରରେ କିଛି ଭୋଟ ମଧ୍ୟ ପାଇବେ। ତେବେ ସବୁଠାରୁ ଗୁତୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମଧୁମିତାଙ୍କ ପ୍ରଚାର ଭୋଟରଙ୍କୁ ବେଶ ପ୍ରଭାବିତ କରିଛି।

ଜଗତସିଂହପୁରର ବିଜେଡି ଲୋକସଭା ପ୍ରାର୍ଥୀ ହେଉଛନ୍ତି .ରାଜଶ୍ରୀମଲ୍ଲିକ। ରାଜଶ୍ରୀ ବର୍ତ୍ତମାନର ତିର୍ତ୍ତୋଲ ବିଧାୟିକା ଅଛନ୍ତି। ଏଥର ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ତିର୍ତ୍ତୋଲରେ ୫ ବର୍ଷର ବିଧାୟିକା ରହିବା ପରେ ରାଜଶ୍ରୀ ଅନେକ କାମ କରି ସେଠାରେ ଜଣେ ଟାଣୁଆ ନେତ୍ରୀ ଭାବରେ ନିଜର ପ୍ରଭାବ ବିସ୍ତାର କରି ପାରିଛନ୍ତି। ତେଣୁ ସାଂସଦ କୁଳମଣିସାମଲଙ୍କ ବଦଳରେ ରାଜଶ୍ରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ସେହିପରି କଂଗ୍ରେସ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଭାବରେ ପ୍ରତିମାମଲ୍ଲିକଙ୍କ ନାମ ଘୋଷଣା କରିଛି। ରାଜନୀତିରେ ନୂଆ ହେଲେ ମଧ୍ୟ ପ୍ରତିମାଙ୍କର ପରିବାର ରାଜନୀତିରେ ବେଶ ପୁରୁଣା। ପ୍ରତିମାଙ୍କ ବାପା ପୂର୍ବତନ ସାଂସଦ ସ୍ୱର୍ଗତଲକ୍ଷ୍ମଣମଲ୍ଲିକ। ଲକ୍ଷ୍ମଣ ମଲ୍ଲିକ କଂଗ୍ରେସର ଜଣେ ଟାଣୁଆ ନେତା ଆଉ ବେଶ ଲୋକପ୍ରିୟ ମଧ୍ୟ। ତେଣୁ ବାପାଙ୍କର ପକେଟ ଭୋଟ ହାତେଇବାରେ ପ୍ରତିମାଙ୍କୁ ସହଜ ହେବ ବୋଲି ଚର୍ଚ୍ଚା ହେଉଛି।

ଜଗତସିଂହପୁର ଲୋକସଭା ଅଧିନରେ ଥିବା ନିଆଳି ବିଧାନସଭା ଆସନ ପାଇଁ କଂଗ୍ରେସ ମମତା ଭୋଇଙ୍କୁ ବିଧାୟିକା ପ୍ରାର୍ଥୀ କରିଛି। ରାଜନୀତିରେ ମମତା ନୂଆ ନୁହଁନ୍ତି। ୨୦୧୨ରୁ ୧୦୧୭ ପର୍ଯ୍ୟନ୍ତ ମମତା ନିଆଳିର ଜିଲ୍ଲା ପରିଷଦ ଥିଲେ। ତେଣୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ମମତାଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିବ ନାହିଁ। ତେବେ ତାଙ୍କୁ ଭୋଟର କେତେ ମାତ୍ରାରେ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ।

ନିମାପଡ଼ା ବିଧାନସଭା କ୍ଷେତ୍ରରୁ ବିଜେପି ବିଧାୟିକା ପ୍ରାର୍ଥୀ ହେଉଛନ୍ତିଉ ପ୍ରଭାତୀ ପରିଡ଼ା। ରାଜନୀତିରେ ପ୍ରଭାତୀ ଜଣେ ପୁରୁଣା ଚେହେରା। ଯଦି ଆମେ ପ୍ରଭାତୀଙ୍କ ରାଜନୈତିକ ଇତିହାସକୁ ଦେଖିବା ତେବେ ୨୦୦୯ରେ ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ। ୨୦୧୪ରେ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ୫୮ ହଜାର ଭୋଟ ପାଇଥିଲେ। ସେହିପରି ୨୦୧୭ରେ ୭୨ ହଜାର ଭୋଟ ପାଇ ସେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ। ତେଣୁ ୨୦୧୯ ରେ ବିଜେପି ତାଙ୍କୁ ନିମାପଡ଼ାର ବିଧାୟିକା ପ୍ରାର୍ଥୀ କରିଛି। ତାଙ୍କର ବିପକ୍ଷରେ ଟାଣୁଆ ନେତା ଯେପରିକି ବିଜେଡିର ସମୀର ଦାସ ଓ କଂଗ୍ରେସର ସତ୍ୟବ୍ରତ ପାତ୍ର ରହିଛନ୍ତି। ତେବେ ପ୍ରଭାତୀଙ୍କ ପ୍ରଚାର ଲୋକଙ୍କ ଉପରେ କେଉଁ ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣାପଡ଼ିବ।

ସେହିପରି ଜଣେ ନୂଆମୁହଁ ମଧ୍ୟରେ ଅଛନ୍ତି ମହିଳା ପ୍ରାର୍ଥୀଶର୍ମିଷ୍ଠାସେଠୀ। ଯାଜପୁର ଲୋକସଭା ଆସନରୁ ଏମ.ପି. ପ୍ରାର୍ଥୀ ଭାବେ ତାଙ୍କୁ ଟିକଟ ଦେଇଛି ବିଜେଡି। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀରୁ ଡେଇଁଛନ୍ତି ରାଜନୀତିକୁ। ରାଜ୍ୟ ଅର୍ଥ ବିଭାଗର ଉପ-ସଚିବ ଭାବେ କାର୍ଯ୍ୟ କରୁଥିଲେ ଶର୍ମିଷ୍ଠା। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ପରାକାଷ୍ଠା ସମସ୍ତେ ଜାଣନ୍ତି। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନପଟ୍ଟନାୟକ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି। ଟିକଟ ପାଇବା ପରେ ଶର୍ମିଷ୍ଠା ଚାକିରିରୁ ସ୍ୱେଚ୍ଛାକୃତ  ଅବସର ନେଇ ରାଜନୀତିରେ ସାମିଲ ହୋଇଛନ୍ତି।

ଯାଜପୁର ବରିର ବିଜେଡି ପ୍ରାର୍ଥୀ ହେଉଛନ୍ତି ସୁନନ୍ଦା ଦାସ। ଲଗାତାର ଭାବରେ ୪ଥର ବରି ବିଧାୟକ ହୋଇଥିବା ଦେବାଶିଷ ନାୟକଙ୍କୁ ପଛରେ ପକାଇ ଏଥର ସୁନନ୍ଦା ଟିକଟ ହାତେଇବାରେ ସଫଳ ହୋଇଛନ୍ତି। ତେବେ ଦୀର୍ଘ ୧୨ ବର୍ଷ ଧରି ରାଜନୀତି କରୁଥିବା ସୁନନ୍ଦା ୨୦୦୭ରେ ଜିଲ୍ଲା ପରିଷଦ ଥିଲେ। ଏହାପରେ ୨୦୧୨ରେ ସରପଞ୍ଚ ଓ ୨୦୧୭ରୁ ସେ ବର୍ତ୍ତମାନ ବରି ବ୍ଲକର ଅଧ୍ୟକ୍ଷା ଅଛନ୍ତି। ତେବେ ଦେବାଶିଷଙ୍କ ବଦଳରେ ସୁନନ୍ଦାଙ୍କର ସାଧାରଣ ଭାବମୂର୍ତ୍ତି ଭୋଟରଙ୍କୁ କେତେ ଆକୃଷ୍ଟ କରିବ ତାହା ଆଗାମୀ ନିର୍ବାଚନରେ ଜଣାପଡ଼ିବ।

ସେହିପରି ଯାଜପୁର ଲୋକସଭା ଆସନରେ ଥିବା ବିଞ୍ଝାରପୁର ବିଧାନସଭା ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିଛି। ଲଗାତାର ୪ଥର ବିଞ୍ଝାରପୁର ଆସନରେ ବିଜୟୀ ହୋଇଥିବାପ୍ରମିଳା ମଲ୍ଲିକଏଥର ମଧ୍ୟ ଏଠାରେ ଜିତିବା ପାଇଁ ଆଶା ରଖିଛନ୍ତି। କିନ୍ତୁ ପ୍ରମିଳାଙ୍କ ପ୍ରତିଦ୍ୱନ୍ଦୀବବିତା ମଲ୍ଲିକଦୁଇ ଥର କଂଗ୍ରେସ ଟିକଟରୁ ଲଢ଼ି ଅସଫଳ ହୋଇଥିଲେ। କିନ୍ତୁ ଏଥର ସେ ବିଜେପି ଟିକଟରୁ ପ୍ରାର୍ଥୀ ହୋଇ ପ୍ରମିଳାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ମଇଦାନକୁ ଓହ୍ଲାଇଛନ୍ତି। ରାଜନୀତିର ଏହି ପୁରୁଣା ଚେହେରାଙ୍କ ମଧ୍ୟରେ ବିଞ୍ଝାରପୁର ବିଧାନସଭା ଆସନରେ ପାଇଁ ଏଥର କଡ଼ା ଟକ୍କର ହେବାକୁ ଯାଉଛି।

ସେହିପରି ଯାଜପୁର କୋରେଇର କଂଗ୍ରେସ ବିଧାୟିକା ପ୍ରାର୍ଥୀ ହୋଇଛନ୍ତି ବନ୍ଦିତା ପରିଡ଼ା। ତେବେ ରାଜନୀତିରେ ବନ୍ଦିତା ଜଣେ ନୂଆ ଚେହେରା। କୋରେଇରେ ଏହି ଆସନକୁ ଜିତିବା ପାଇଁ ସେ ଜୋରସୋର ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ବିପକ୍ଷରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଅଶୋକ ବଳ ଓ ବିଜେପି ପ୍ରାର୍ଥୀ ବିଶ୍ୱଜିତ ନାୟକ

ସେହିପରି ଆଉ ଜଣେ ମହିଳାଙ୍କ ମଧ୍ୟରେ ରହିଛନ୍ତି ମୟୂରଭଞ୍ଜର ଜେଏମ୍‌ଏମ୍‌ ଲୋକସଭା ପ୍ରାର୍ଥୀ ଅଞ୍ଜନି ସୋରେନ୍‌। ରାଜନୀତିରେ ନୂଆ ରୂପରେ ପାଦ ଥାପିଥିବା ଅଞ୍ଜନି ହେଉଛନ୍ତି, ଜେଏମଏମ ନେତା ଶିବୁସୋରେନଙ୍କ ଝିଅ। ମୟୂରଭଞ୍ଜରେ ଜେଏମଏମ ବିଶେଷକରି ଶିବୁଙ୍କର ପ୍ରଭାବ ରହିଛି। ତା’ ଛଡା ଏହି ଆସନରୁ ଏକମାତ୍ର ମହିଳା ପ୍ରାର୍ଥୀ ହେଉଛନ୍ତି ଅଞ୍ଜନି। ତେଣୁ ବାପାଙ୍କ ପ୍ରଭାବ, କଂଗ୍ରେସ ପକେଟ୍‌ ଭୋଟ ଏବଂ ମହିଳା ଭୋଟ ଉପରେ ଆସ୍ଥା ରଖି ନିର୍ବାଚନ ଲଢୁଛନ୍ତି ଅଞ୍ଜନି।

ବାରିପଦା ବିଧାନସଭା ଆସନରେ ମଧ୍ୟ ବିଜେଡି ମହିଳା ପ୍ରାର୍ଥୀ ଭାବରେ ସରୋଜିନୀ ହେମ୍ୱ୍ରମ୍‌ଙ୍କୁଘୋଷଣା କରିଛି। ସରୋଜିନୀ ହେଉଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ। ଉପ ବାଚସ୍ପତି ପଦରେ ଥିବା ସାନନ୍ଦ ମାରାଣ୍ଡିଙ୍କ ଟିକଟକୁ କାଟି ଦଳ ସରୋଜିନୀଙ୍କୁ ପ୍ରାର୍ଥୀ କରିଛି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସରୋଜିନୀ ବିଧାୟିକା ଥିଲେ ଏବଂ ୨୦୧୪ରେ ସରୋଜିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତେଣୁ ଏଥର ଦଳ ବାରିପଦା ଆସନ ପାଇଁ ସରୋଜିନୀଙ୍କୁ ଭରସା କରିଛି।

ସେହିପରି ମୟୂରଭଞ୍ଜ ଲୋକସଭା ଆସନରେ ଥିବା ରାଇରଙ୍ଗପୁର ବିଧାନସଭା ଆସନ ପାଇଁ ମଧ୍ୟ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ସେ ହେଉଛନ୍ତି ବିଜେଡି ପ୍ରାର୍ଥୀ ବାସନ୍ତୀ ମାରାଣ୍ଡି। ବାସନ୍ତୀ ରାଜନୀତିରେ ଜଣେ ପୁରୁଣା ଚେହେରା। ବାସନ୍ତୀଙ୍କର ପ୍ରତିପକ୍ଷରେ ରହିଛନ୍ତି ବିଜେପି ପ୍ରାର୍ଥୀ ନବଚରଣ ମାଝି ଓ ଜେଏମ୍‌ଏମ୍‌ ପ୍ରାର୍ଥୀ ରାମଚନ୍ଦ୍ର ଟୁଡୁ। ତେଣୁ ଏଥର ରାଇରଙ୍ଗପୁର ଆସନରେ ଏକ ତ୍ରୁମୁଖୀ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe