ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେବି ସିଂହଦେଓ ଓ ପ୍ରଭାତି ପରିଡ଼ା। ସେହିପରି ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ଶପଥ ନେବେ। ତେବେ କେଉଁ ମାନେ ମନ୍ତ୍ରୀ ହେବେ ସେ ନେଇ ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ। କିନ୍ତୁ ପରମ୍ପରା ମୁତାବକ ଯେଉଁ ବିଧାୟକ ମାନଙ୍କ ପାଖକୁ ଫୋନ୍ କଲ ଯାଏ ସେଇ ମାନଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ କୁହାଯାଇଥାଏ। ଆଜି ବିଜେପିର ଯେଉଁ ବିଧାୟକ ମାନେ ଫୋନ୍ କଲ ପାଇଛନ୍ତି, ସେମାନେ ହେଉଛନ୍ତି- ରଣପୁର ବିଧାୟକ ସୁରମା ପାଢ଼ୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଗୋପାଳପୁର ବିଧାୟକ ବିଭୁତି ଜେନା, ପୃଥ୍ବୀରାଜ ହରିଚନ୍ଦନ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପାରାଦୀପ ବିଧାୟକ ସଂପଦ ସ୍ୱାଇଁ, ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, କୁଚିଣ୍ଡା ବିଧାୟକ ରବି ନାଏକ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ, କଣ୍ଟାବାଂଜି ବିଧାୟକ ଲକ୍ଷ୍ମଣ ବାଗ ଓ ସୁରେଶ ପୁଜାରୀ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ତଥାଗତଙ୍କ ଲେଖାକୁ ନେଇ ଚର୍ଚ୍ଚା; ନବୀନଙ୍କୁ ଘାଇଲା କଲେ
ସେ ଆହୁରି ଲେଖିଛନ୍ତି, ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଜନ୍ମସ୍ଥାନକୁ ଫେରିବାର ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନ୍ଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ।
Politics
କାଲି ଓଡ଼ିଶାରେ ପହଞ୍ଚିବେ ନୂତନ ରାଜ୍ୟପାଳ, ୩ରେ ଶପଥ ସମାରୋହ
ଆସନ୍ତା ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ହରି ବାବୁ କମ୍ଭାମପତି । ସେ ଆସନ୍ତା କାଲି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ୩ ତାରିଖରେ ଶପଥ ଗ୍ରହଣ ସମାରୋହର କାର୍ଯ୍ୟକ୍ରମ ରହିଛି।
Politics
ନୂଆବର୍ଷ ପାଳିବେ ନାହିଁ ନବୀନ
ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ନବୀନ ଚଳିତଥର ନଆବର୍ଷ ପାଳନ କରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ ଓ ଅଦିନିଆ ବର୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଆସନ୍ତାକାଲି ନୂଆବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ।
Politics
ଆଦିବାସୀଙ୍କ ସମ୍ପତ୍ତି ହସ୍ତାନ୍ତର ନିଷ୍ପତ୍ତି ପ୍ରସ୍ତାବ ନାମଞ୍ଜୁର, ତର୍ଜମା ହେବ ପେସା ଚିଠା ରୁଲ୍
ଆଜିର ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତର ଆଇନର ନିୟମାବଳୀ-୨ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଛି । ବିଜେଡି ସରକାର ଅମଳରେ ୨୦୨୩ ଜୁଲାଇ ୧୧ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା ।
Politics
ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ, ଦଳକୁ ବୁଡ଼ାଇଦେଲେ ଏବେ ବ୍ୟକ୍ତିଙ୍କୁ ବୁଡ଼ାଇବେ: ସୂର୍ଯ୍ୟବଂଶୀ
ସୂର୍ଯ୍ୟବଂଶୀ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମକୁ ସାଧାରଣ ଲୋକ ତ ଦୂରର କଥା ମନ୍ତ୍ରୀମାନଙ୍କୁ ବି ଛଡ଼ାଯାଉନଥିଲା । ଗୋଟିଏ ଲୋକ ସକାଳୁ ସକାଳୁ ଯାଇ ବଗ ଭଳିଆ ଟଙ୍ଗଟଙ୍ଗ ହୋଇ ବୁଲି ଭିଡ଼ିଓ ଛାଡ଼ୁଥିଲେ । ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ ।