Advertisment

ମୋତେ ମାରି ଉପନିର୍ବାଚନ କରିବାକୁ ଯୋଜନା ରଖିଥିଲେ; କାହା ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ

ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍‌ କରିଥିଲେ। ଯାହା ହେଲା ହେଲା, କଂପ୍ରୋମାଇଜ୍‌ କରିଦିଅ କହିଥିଲେ। ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍‌ ପାଇଁ କହିବେ।

Himanshu Sahu

Himanshu Sahu

Advertisment

‘ମୋ ପିଏସ୍‌ଓଙ୍କଠାରୁ ପିସ୍ତଲ ଛଡ଼ାଇ ମୋତେ ଗୁଳି କରି ମାରି ଦେଇଥା’ନ୍ତେ। ମୋତେ ମାରି ଉପନିର୍ବାଚନ କରିବାକୁ ସେମାନେ ଯୋଜନା ରଖିଥିଲେ।’ ଯାଜପୁର ବୁଢ଼ାପୋଲ ନିକଟରେ ତାଙ୍କୁ ଓ ତାଙ୍କ ଗାଡ଼ିକୁ ଆକ୍ରମଣ କରାଯିବା ଘଟଣା ପରେ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)। ବିଜେଡି କର୍ମୀମାନେ ତାଙ୍କ ଉପରକୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି।  

Advertisment

ବିଧାୟକ ହିମାଂଶୁ ସାହୁ କହିଛନ୍ତି, କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା। ସେମାନେ ମୋ ଗାଡ଼ିକୁ ରଡ୍‌ ଓ ଠେଙ୍ଗାରେ ପିଟିଥିଲେ। ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ମୋତେ ପିଟି, ମୋ ଚେନ୍‌ ଛିଡ଼ାଇ ନେଇଥିଲେ। ବବି ଭାଇ ଜିନ୍ଦାବାଦ୍‌ କହି ମୋତେ ସେମାନେ ଆକ୍ରମଣ କରିଥିଲେ। ତୁରନ୍ତ ଏଠୁ ପଳା, ନହେଲେ ମାରିଦେବୁ ବୋଲି ସେମାନେ କହିଥିଲେ। 

ସେ ଆହୁରି ଅଭିଯୋଗ କରିଛନ୍ତି, ମୋ ପିଏସ୍‌ଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପିଏସ୍‌ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ। କୌଣସି ପ୍ରକାରେ ପିଏସ୍‌ଓ ସେମାନଙ୍କ କବଳରୁ ଖସିଯାଇଥିଲେ। ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ। ବବି ଦାସକୁ ବିରୋଧ କରୁଛି, ତାକୁ ପିଟି ମାରିଦିଅ କହୁଥିଲେ। ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ। ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍‌ କରିଥିଲେ। ଯାହା ହେଲା ହେଲା, କଂପ୍ରୋମାଇଜ୍‌ କରିଦିଅ କହିଥିଲେ। ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍‌ ପାଇଁ କହିବେ।

Advertisment

ବିରଜା ପ୍ରକଳ୍ପକୁ ନେଇ ଆଜି ବିଜେଡି କର୍ମୀମାନେ ବୁଢ଼ାପୋଲ ନିକଟରେ ରାସ୍ତାରୋକ କରିଥିବା ବେଳେ ଏହି ଘଟଣା ଘଟିଥିଲା। ଧର୍ମଶାଳା ବିଧାୟକ ଏକ ସରକାରୀ ବୈଠକକୁ ଯୋଗ ଦେବାକୁ ଗଲା ବେଳେ ରାସ୍ତାରୋକରେ ଫସିଯାଇଥିଲେ। ସେତେବେଳେ ସେଠାରେ ତାଙ୍କୁ ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଧର୍ମଶାଳା ବିଧାୟକ ବାରମ୍ବାର ବିରଜା ପ୍ରକଳ୍ପ ଓ ଯାଜପୁରକୁ ନେଇ ଜାଣିଶୁଣି ଆକ୍ଷେପ କରି କହୁଥିବାରୁ ଆଜି ଏହି ଘଟଣା ଘଟିଲା ବୋଲି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ଭାଇ ଲଲ କହିଛନ୍ତି। ତେବେ ବିଜେଡି ହିଂସାକୁ ପ୍ରଶୟ ଦିଏ ନାହିଁ ଓ ଏହି ଘଟଣାକୁ ସେ ନିନ୍ଦା କରୁଥିବା କହିଛନ୍ତି ବବି ଦାସ। ଏହା ସହିତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରଶାସନକୁ କହିଥିବା ତଥା ତାଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗଣମାଧ୍ୟମରେ କହିଛନ୍ତି ବବି।   

Himanshu Sahu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe