Advertisment

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୧% ମତଦାନ: ସମ୍ବଲପୁରରେ ସବୁଠୁ ଅଧିକ, ଭୁବନେଶ୍ୱରରେ ସବୁଠୁ କମ୍‌

ରାଜ୍ୟରେ ଆସନ୍ତା ଜୁନ୍ ୧ ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଅଦ୍ୟତନ ହୋଇଛି
Voters

Voters

Advertisment

ରାଜ୍ୟରେ ଶନିବାର ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର- ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଢେଙ୍କାନାଳ, କଟକ ଓ କେନ୍ଦୁଝର ତଥା ଏସବୁ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ପ୍ରାୟ ୭୧ ପ୍ରତିଶତ ଭୋଟିଂ ହୋଇଛି।

Advertisment

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଏବେ ଯାଏ ରେକର୍ଡ ହୋଇଛି ୭୦.୯୯ ପ୍ରତିଶତ ଭୋଟିଂ। ସର୍ବାଧିକ ପୋଲିଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ହୋଇଛି। ଏଠାରେ ୭୬.୬୩ ପ୍ରତିଶତ ମତଦାନ ହୋଇଛି। ସବୁଠୁ କମ୍ ମତଦାନ ଭୁବନେଶ୍ୱରରେ ହୋଇଛି। ଭୁବନେଶ୍ୱରରେ ମାତ୍ର ୬୨ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି।

ପୁରୀରେ ୭୩.୮୧% ମତଦାନ ହୋଇଥିବା ବେଳେ ଢେଙ୍କାନାଳରେ ୭୩.୬୯, କେନ୍ଦୁଝରରେ ୭୩.୩୦ ଓ କଟକରେ ୬୭.୩୬ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି। ଏହି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ରାଜ୍ୟର ବିଭିନ୍ନ ଷ୍ଟ୍ରଙ୍ଗରୁମରେ ଇଭିଏମଗୁଡ଼କୁ ନେଇ ରଖାଯାଇଛି।

Advertisment

ରାଜ୍ୟରେ ଆସନ୍ତା ଜୁନ୍ ୧ ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଏବଂ ଏସବୁର ଅନ୍ତର୍ଗତ ବିଧାନସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ସାରା ଦେଶରେ ଗତକାଲି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ଦେଶରେ ୬୧.୧୧% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। 

2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe