Advertisment

ମୋଦିଙ୍କ ଦମ୍ଭୋକ୍ତି: ଜୁନରୁ ଆରମ୍ଭ ହେବ ତୃତୀୟ ପାଳି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପୁଣି କେନ୍ଦ୍ରରେ କ୍ଷମତା ଦଖଲ କରିବ ବୋଲି ଆଜି ଦମ୍ଭୋକ୍ତି କରିଛନ୍ତି।

author-image
Hemant Lenka
PM Modi

PM Modi

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାରିଖ ଖୁବଶୀଘ୍ର ଘୋଷଣା ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପୁଣି କେନ୍ଦ୍ରରେ କ୍ଷମତା ଦଖଲ କରିବ ବୋଲି ଆଜି ଦମ୍ଭୋକ୍ତି କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୋ ସରକାରର ତୃତୀୟ ପାଳି ଜୁନରୁ ଆରମ୍ଭ ହେବ। ଯେଉଁ ସ୍ପିଡ ଓ ସ୍ତରରେ ଏ ସରକାର କାମ କରୁଛି,ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।” ଦେଶର ବିଭିନ୍ନ ପ୍ରାନ୍ତରେ ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରକାରର ବିକାଶମୂଳକ ପ୍ରକଳ୍ପକୁ ଲଞ୍ଚ କରାଯାଉଛି। ସେଗୁଡ଼ିକୁ ଇଙ୍ଗିତ କରି ମୋଦି ଆଜି ଏମିତି କହିଛନ୍ତି।

୪୧ ହଜାର କୋଟି ବ୍ୟୟରେ ୨୦୦୦ରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପ ଲଞ୍ଚ କରି ମୋଦି ପୁଣି ବିଜେପି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି। ରେଳବାଇ କ୍ଷେତ୍ରର ରୂପାନ୍ତୀକରଣ ହେଉଥିବା କଥାକୁ ସମସ୍ତଙ୍କୁ ଜଣାଇ ମୋଦି କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଗୋଟିଏ ନୂଆ ଭାରତ ଗଠନ ହୋଇଥିବା ଲୋକମାନେ ଦେଖିବାକୁ ପାଇଛନ୍ତି। ଏହା ମଧ୍ୟରେ ବନ୍ଦେ ଭାରତ ଟ୍ରେନ ମଧ୍ୟ ରହିଛି ବୋଲି ସେ କହିଛନ୍ତି। ଏକଥା କହିବା ବେଳେ ଜୁନରୁ ତାଙ୍କ ସରକାର ତୃତୀୟ ପାଳି ଆରମ୍ଭ କରିବ ବୋଲି ସେ ସମସ୍ତଙ୍କୁ ଜଣାଇଛନ୍ତି।

Advertisment

ଏହାପୂର୍ବରୁ ମୋଦି ଦାବି କରିଥିଲେ ଯେ ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ଏକାକୀ ୩୭୦ଟି ଆସନରେ ଜିତିବ। ତୃତୀୟ ପାଳିରେ ଅନେକ ବଡ଼ବଡ଼ ନିଷ୍ପତ୍ତି ନିଆଯିବ। ଓ ଆସନ୍ତା ୧ ହଜାର ବର୍ଷର ମୂଳଦୁଆ ପଡ଼ିବ ବୋଲି ସେ କହିଥିଲେ।

ଜୁନ ମାସରୁ ତୃତୀୟ ପାଳି ଆରମ୍ଭ ହେବ ବୋଲି ମୋଦି କହିଥିବାରୁ ଲୋକସଭା ନିର୍ବାଚନ ସମ୍ଭବତଃ ଏପ୍ରିଲ ଶେଷ ଭାଗ କିମ୍ବା ମେ’ ମାସରେ ଅନୁଷ୍ଠିତ ହେବ। ସାଧାରଣତଃ ଲୋକସଭା ନିର୍ବାଚନ ଏପ୍ରିଲ ମଧ୍ୟ ଭାଗରେ ଅନୁଷ୍ଠିତ ହୋଇଥାଏ।

PM Modi Lok Sabha Lok Sabha Elections