Advertisment

ଏଥର ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ, ସମ୍ପତ୍ତି ମୂଲ୍ୟ ୫,୭୮୫ କୋଟି ଟଙ୍କା

ତେଲୁଗ ଦେଶମ ପାର୍ଟିର ପ୍ରାର୍ଥୀ ଡ. ପ୍ରେମ୍ମସାଣି ଚନ୍ଦ୍ରଶେଖର ହେଉଛନ୍ତି ଦେଶର ସବୁଠାରୁ ଧନୀ ପ୍ରାର୍ଥୀ।

Dr. Pemmasani Chandrasekhar

Dr. Pemmasani Chandrasekhar

Advertisment

ଆନ୍ଧ୍ରପ୍ରଦେଶର ଜଣେ ପ୍ରାର୍ଥୀ ଦେଶର ସବୁଠୁ ଧନୀ ପ୍ରାର୍ଥୀ, ଯାହାଙ୍କ ପାଖରେ ୫,୭୮୫ କୋଟି ଟଙ୍କାର ସମ୍ପତ୍ତି ରହିଛି। ନାମାଙ୍କନ ଭରିବା ସମୟରେ ଦେଇଥିବା ସତ୍ୟପାଠ ଅନୁସାରେ, ତେଲୁଗ ଦେଶମ ପାର୍ଟିର ପ୍ରାର୍ଥୀ ଡ. ପ୍ରେମ୍ମସାଣି ଚନ୍ଦ୍ରଶେଖର ହେଉଛନ୍ତି ଦେଶର ସବୁଠାରୁ ଧନୀ ପ୍ରାର୍ଥୀ।

Advertisment

ସେ ଗୁଣ୍ଟୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରେମ୍ମସାଣି ପେଶାରେ ଜଣେ NRI ଡକ୍ଟର। ସେ ତାଙ୍କ ସତ୍ୟପାଠରେ ପତ୍ନୀ କୋନେରୁ ଶ୍ରୀରତ୍ନଙ୍କ ଆୟ ଏବଂ ତାଙ୍କ ଆୟକୁ ଯୋଗ କରି ସମ୍ପତ୍ତି ତାଲିକା ଦେଇଛନ୍ତି।

ଏହି ତାଲିକା ଅନୁସାରେ, ୨୦୨୨-୨୩ ବର୍ଷରେ ବ୍ୟବସାୟ କ୍ଷେତ୍ରରେ ୩,୬୮,୮୪୦ ଟଙ୍କା ଆୟ କରିଥିବା ବେଳେ ଏହି ସମୟରେ ତାଙ୍କ ପତ୍ନୀ ୧,୪୭,୬୮୦ ଟଙ୍କା ରୋଜଗାର କରିଥିଲେ। ବର୍ତ୍ତମାନ ତାଙ୍କ ପାଖରେ ୨,୩୧୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି, ଯେଉଁଥିରେ ଫିକ୍ସଡ ଡିପୋଜିଟ, ଟର୍ମ ଡିପୋଜିଟ ଏବଂ ଅନ୍ୟାନ୍ୟ ବିନିଯୋଗ(ଇନଭେଷ୍ଟମେଣ୍ଟ) ରହିଛି।

Advertisment

ସେହିପରି ତାଙ୍କ ପତ୍ନୀ କୋନେରୁ ଶ୍ରୀରତ୍ନଙ୍କର ୨,୨୮୯ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି। ଯଦି ଦମ୍ପତିଙ୍କ ଅସ୍ଥାବର ସମ୍ପତ୍ତି କଥା କହିବା, ତେବେ ଡକ୍ଟର ଚନ୍ଦ୍ରଶେଖରଙ୍କର ୭୨,୦୦,୨୪,୨୪୫ ଟଙ୍କା ମୂଲ୍ୟର ସ୍ଥାବନ ସମ୍ପତ୍ତି ଥିବାବେଳେ ଶ୍ରୀରତ୍ନଙ୍କର ୩୪,୮୨,୨୨,୫୦୭ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି।

ଏହା ବାଦ୍ ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ମିଳିତ ଭାବେ ମଧ୍ୟ ସମ୍ପତ୍ତି ରହିଛି, ଯେଉଁଥିରେ ଡକ୍ଟର ଚନ୍ଦ୍ରଶେଖରଙ୍କର ୫୧୯ କୋଟି ଟଙ୍କା ଏବଂ ତାଙ୍କ ପତ୍ନୀଙ୍କର ମଧ୍ୟ ସମାନ ପରିମାଣର ସମ୍ପତ୍ତି ରହିଛି। ବିଶ୍ୱର ପ୍ରାୟ ୧୦୧ଟି କମ୍ପାନୀରେ ଉଭୟଙ୍କ ଶଆର୍ ରହିଛି। 

Richest Candidate NRI Doctor Candidates Assets
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe