ପାଣ୍ଡିଆନଙ୍କ ଦୁଃଖ: ଏ ଶନିବାର ଯାଇପାରିଲେନି ଶ୍ରୀମନ୍ଦିର

ପାଣ୍ଡିଆନଙ୍କ ପ୍ରତ୍ୟେକ ଶନିବାର ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଯୋଗୁ ଜିଲ୍ଲାପାଳ, ପୁଲିସ ଏସପି ଓ ଶ୍ରୀମନ୍ଦିର ପ୍ରଶାସକଙ୍କୁ ସଜାଗ ରହିବାକୁ ପଡ଼ୁଥିଲା । ପାଣ୍ଡିଆନ ପ୍ରତ୍ୟେକ ଶନିବାର ପୁରୀ ଯାଇ ପରିକ୍ରମା ପ୍ରକଳ୍ପର ସମୀକ୍ଷାଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା ମଧ୍ୟ କରୁଥିଲେ ।

V.K Pandian

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ(ଫାଇଲ ଫଟୋ)

Ordigital Desk
  • Published: Saturday, 08 June 2024
  • Updated: 08 June 2024, 10:42 PM IST

Sports

Latest News

ସମୟ ଓ ପରିସ୍ଥିତି ମଣିଷକୁ କେତେବେଳେ କେଉଁଠି ପହଂଚାଇ ଦିଏ ତାହା କେହି ଆକଳନ କରିପାରନ୍ତି ନାହିଁ । ବିଜେଡିର ପାୱାରଫୁଲ୍ ଭିକେ ପାଣ୍ଡିଆନଙ୍କ ଆଜି ଦିନର ସ୍ଥିତି ଓ ୮ଦିନ ପୂର୍ବର ସ୍ଥିିତିକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି । ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଭକ୍ତ କହି ପ୍ରତ୍ୟେକ ଶନିବାର ଭୋର୍ ସମୟରୁ ଶ୍ରୀମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଉଥିବା ପାଣ୍ଡିଆନ ଏଥର ଘରୁ ବାହାରିବା ସମ୍ଭବପର ହୋଇପାରିନି । ମହାପ୍ରଭୁଙ୍କୁ ଟ୍ରଲିରେ ବସାଇ ଦାଣ୍ଡରେ ବୁଲାଇ ଭିକ ମଗାଇବା ଓ ପରିକ୍ରମା ପ୍ରକଳ୍ପ ନାଁରେ ପ୍ରାଚୀନ ମଠ-ମନ୍ଦିରକୁ ଧୂଳିସାତ୍ କରିବାର ପରିଣତି ଯେ କେତେ କଷ୍ଟଦାୟକ ହୁଏ ତାହା ଏବେ ପାଣ୍ଡିଆନଙ୍କୁ ଚିନ୍ତା କରିବାକୁ ନିଶ୍ଚିତ ବାଧ୍ୟ କରୁଥିବ ବୋଲି ସାଧାରଣରେ ଚର୍ଚ୍ଚା ।

ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଗତ କିଛିବର୍ଷ ଧରି ନିୟମିତ ଭାବେ ପ୍ରତ୍ୟେକ ଶନିବାର ଭୋର୍ ସମୟରେ ପୁରୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଖରା,ବର୍ଷା କି ଶୀତ ଏଥିରେ ପ୍ରତିବନ୍ଧକ ସାଜିନଥାଏ । ସେ ଶ୍ରୀମନ୍ଦିର ଯାଇ ମା’ ବିମଳାଙ୍କ ପାଶ୍ୱର୍ରେ ଥିବା ଶନି ମନ୍ଦିରରେ ପୂଜାର୍ଚ୍ଚନା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭୁବନେଶ୍ୱର ଫେରିଥାନ୍ତି । ଏହା ତାଙ୍କର ନିୟମିତ ଦିନଚର୍ଯ୍ୟାରେ ସାମିଲ ହୋଇଥିଲା । ଏପରିକି ପ୍ରତ୍ୟେକ ଶନିବାର ମହାପ୍ରଭୁଙ୍କ ମଙ୍ଗଳ ଆଳତୀବେଳେ ପାଣ୍ଡିଆନ ଶ୍ରୀମନ୍ଦିରରେ ଉପସ୍ଥିତ ରହିଥାନ୍ତି । ମହାପ୍ରଭୁଙ୍କ ଆଗରେ ବି ପାଣ୍ଡିଆନ ନିଜର ପତିଆରା ଦେଖାଇବାକୁ ପଛାଇ ନଥାନ୍ତି ।

Also Read

ପାଣ୍ଡିଆନଙ୍କ ପ୍ରତ୍ୟେକ ଶନିବାର ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଯୋଗୁ ଜିଲ୍ଲାପାଳ, ପୁଲିସ ଏସପି ଓ ଶ୍ରୀମନ୍ଦିର ପ୍ରଶାସକଙ୍କୁ ସଜାଗ ରହିବାକୁ ପଡ଼ୁଥିଲା । ପାଣ୍ଡିଆନ ପ୍ରତ୍ୟେକ ଶନିବାର ପୁରୀ ଯାଇ ପରିକ୍ରମା ପ୍ରକଳ୍ପର ସମୀକ୍ଷାଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା ମଧ୍ୟ କରୁଥିଲେ । ସୋସିଆଲ ମିଡିଆରେ ସେସବୁର ଫଟୋଚିତ୍ର ମଧ୍ୟ ପୋଷ୍ଟ କରିବାକୁ ପଛାଉନଥିଲେ । ନିଜର ଇନଷ୍ଟାଗ୍ରାମରେ ରିଲସ୍ ମଧ୍ୟ ଛାଡ଼ୁଥିବା ଦେଖିବାକୁ ମିଳିଥିଲା । ବିଜେଡିର ପ୍ରାୟୋଜିତ ଟିଭି ଚ୍ୟାନେଲ୍ ମଧ୍ୟ ବ୍ୟାପକ ଆକାରରେ ପାଣ୍ଡିଆନଙ୍କ ପୁରୀ ଗସ୍ତକୁ ଖବର ଆକାରରେ ପ୍ରସାରଣ କରୁଥିଲା ।

ଶେଷ ଶନିବାର ପାଣ୍ଡିଆନ ପୁରୀ ଗସ୍ତରେ ଯାଇଥିବାବେଳେ ଭୋର୍ ସମୟରେ ପୁରୀ ଗୁଣ୍ଡିଚା ମନ୍ଦିରରେ ନିଆଁ ଲାଗିବାର ଘଟଣା ପଦାକୁ ଆସିଥିଲା । ଯାହାକୁ ସେତେବେଳେ ଏକ ଅଶୁଭ ସଙ୍କେତ ବୋଲି ଶ୍ରଦ୍ଧାଳୁମାନେ ବିବେଚନା କରିଥିଲେ । ଆଉ କେବେ ପାଣ୍ଡିଆନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ତାହା ବି କହିବା ସହଜ ହେଉନି । ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପାଣ୍ଡିଆନ ଏବେ ନିଜକୁ ସର୍ବସାଧାରଣରୁ ଦୂରେଇ ରଖିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି ।

ଗତ ଶନିବାର ଓ ଚଳିତ ଶନିବାର ମଧ୍ୟରେ ରାଜ୍ୟ ରାଜନୀତିରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହୋଇଛି । ୨୪ବର୍ଷର ବିଜେଡି ଶାସନର ଅନ୍ତ ଘଟିଛି ଓ ରାଜ୍ୟରେ ବିଜେପିକୁ ସରକାର ଗଢ଼ିବାକୁ ରାଜ୍ୟବାସୀ ବିପୁଳ ଜନାଦେଶ ଦେଇଛନ୍ତି । ଆଉ ଏହାସହିତ ରାଜ୍ୟରେ ପାଣ୍ଡିଆନଙ୍କ ହାକିମାତିର ମଧ୍ୟ ଅନ୍ତ ଘଟିଛି । ବିଜେଡିର ବିପର୍ଯ୍ୟୟ ପାଇଁ ଦଳୀୟ କର୍ମୀଠୁ ଆରମ୍ଭ କରି ନେତାମାନେ ପାଣ୍ଡିଆନ ଓ ତାଙ୍କର ଟିମ(ପ୍ରଣବପ୍ରକାଶ ଦାସ,ଡିଏସ କୁଟ୍ଟେ,ମାନସ ମଙ୍ଗରାଜ,ଆଶୀଷ ସିଂ ଓ ମନୋଜ ମିଶ୍ର)ଙ୍କୁ ଦାୟୀ କରି ଉଚିତ୍ ଶିକ୍ଷା ଦେବାକୁ ଚାହିଁ ବସିଛନ୍ତି । ଏପଟେ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖିବା ପାଇଁ ପାଣ୍ଡିଆନ ଏବେ ଏକରକମ ‘ଏକାନ୍ତବାସ’ରେ ରହିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story