Advertisment

ବିଜେଡି ଓ କଂଗ୍ରେସକୁ ସମାଲୋଚନା କଲେ ରାଜନାଥ ସିଂହ

ପଞ୍ଚୁଦୋଳ ପଡ଼ିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ରାଜନାଥ କଂଗ୍ରେସ ଓ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। କହିଛନ୍ତି, ସମ୍ବିଧାନର ଦୁରୂପଯୋଗ କରି କଂଗ୍ରେସ ଦେଶକୁ ପଛକୁ ନେଇଛି। ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରାଯିବ ବୋଲି ଏବେ ଗୋଟିଏ ଗୁଜବ ଚାଲିଛି।

ଅଦ୍ୟତନ ହୋଇଛି
Rajnath Singh

Rajnath Singh

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ରଣହୁଙ୍କାର ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଏଥର ବିଜେଡି ଯିବା ନିଶ୍ଚିତ ବୋଲି କହିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରର ନିର୍ବାଚନୀ ସଭାରେ ଆଜି ଏଭଳି ଢଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

Advertisment

ପଞ୍ଚୁଦୋଳ ପଡ଼ିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ରାଜନାଥ କଂଗ୍ରେସ ଓ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। କହିଛନ୍ତି, ସମ୍ବିଧାନର ଦୁରୂପଯୋଗ କରି କଂଗ୍ରେସ ଦେଶକୁ ପଛକୁ ନେଇଛି। ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରାଯିବ ବୋଲି ଏବେ ଗୋଟିଏ ଗୁଜବ ଚାଲିଛି। ଭାରତରେ କାହାରି ଦମ୍ ନାହିଁ, ଯିଏ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିଦେଇପାରିବ ବୋଲି କହିଛନ୍ତି ରାଜନାଥ। ଓଡ଼ିଶାରେ କଂଗ୍ରେସ ୪୦ ବର୍ଷ ଏବଂ ବିଜେଡି ୨୫ ବର୍ଷ ଶାସନ କଲାଣି। ଓଡ଼ିଶାରେ ସ୍ଥିତି ଯାହା ଏଠାରୁ କଂଗ୍ରେସ ବିଦାୟ ନେଇ ସାରିଥିବା ବେଳେ ଏଥର ବିଜେଡି ମଧ୍ୟ ଯିବା ନିଶ୍ଚିତ ବୋଲି ରାଜନାଥ କହିଛନ୍ତି।

ରାଜନାଥଙ୍କ ସମାଲୋଚନା ନେଇ ବିଜେଡି କିମ୍ୱା କଂଗ୍ରେସର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Bjp BjD Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe