Advertisment

ଓଡ଼ିଆଙ୍କ ସରଳତାକୁ ଯେଉଁମାନେ ଦୁର୍ବଳତା ଭାବନ୍ତି, ସେମାନେ ଉଚିତ ଶିକ୍ଷା ପାଇଲେ: ବୈଜୟନ୍ତ

ରାଜ୍ୟରେ ଯେଉଁ ସରକାର ଚାଲିଥିଲା, ତାର ଏକ୍ସପାଏରୀ ଡେଟ୍ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

ଓଡ଼ିଆଙ୍କ ସରଳତାକୁ ଯେଉଁମାନେ ଦୁର୍ବଳତା ଭାବନ୍ତି, ସେମାନେ ଉଚିତ ଶିକ୍ଷା ପାଇଲେ। ରାଜ୍ୟରେ ଯେଉଁ ସରକାର ଚାଲିଥିଲା, ତାର ଏକ୍ସପାଏରୀ ଡେଟ୍ ହୋଇଯାଇଥିଲା। ଏବେଠୁ ନୂଆ ଡବଲ୍ ଇଞ୍ଜିନ ସରକାର ଓଡ଼ିଶାକୁ ଦୁଇ ଗୁଣା ବେଗରେ ଆଗକୁ ବଢ଼ାଇବେ। କେନ୍ଦ୍ରାପଡ଼ାରେ ବିପୁଳ ବିଜୟ ପରେ ଏହା କହିଛନ୍ତି ନବନିର୍ବାଚିତ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା।

Advertisment

କେନ୍ଦ୍ରାପଡ଼ା ଲୋକସଭା ଆସନରେ ୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇବା ପରେ ଗତକାଲି ବିଶାଳ ବିଜୟ ଶୋଭାଯାତ୍ରାରେ ଯାଇ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସହରର ଦୁହୁରିଆ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରୁ ୨୦ କିଲୋମିଟର ଯାଏଁ ଏହି ଶୋଭାଯାତ୍ରା ଯାଇ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ଶେଷ ହୋଇଥିଲା।  

ଶୋଭାଯାତ୍ରାରେ ବାଜା ଓ ଡିଜେ ଆଦି ବାଜିବା ସହ କେନ୍ଦ୍ରାପଡ଼ାର ୭ଟି ବିଧାନସଭା କ୍ଷେତ୍ରରୁ ହଜାର ହଜାର ସମର୍ଥକଙ୍କ ଭିଡ଼ ସେଥିରେ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବୈଜୟନ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁ।

Advertisment

Baijayant Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe